PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଚୋରି କିମ୍ବା ହଜିଯାଉଛି କି ଆପଣଙ୍କ ଫୋନ ? କେନ୍ଦ୍ର ସରକାର ଲଞ୍ଚ କଲେ ଅନ୍‌ଲାଇନ୍ ପୋର୍ଟାଲ୍, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ ୦୧/୦୧: ହଜୁଥିବା କିମ୍ବା ଚୋରି ହେଉଥିବା ମୋବାଇଲ୍‌ ଫୋନ୍‌ଗୁଡ଼ିକୁ ବ୍ଲକ୍‌ ଅଥବା ଖୋଜିବା ନିମନ୍ତେ ଏକ ଅନ୍‌ଲାଇନ୍‌ ପୋର୍ଟାଲ୍‌ ଆରମ୍ଭ କରାଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୋମବାର ଏହି ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି । ତେବେ ଦିଲ୍ଲୀ ଓ ମୁମ୍ବାଇ ଟେଲିକମ୍‌ ଉପଭୋକ୍ତା ଏହାଦ୍ୱାରା ଫାଇଦା ପାଇବେ । ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ବାବଦରେ ଟ୍ୱିଟ୍‌ କରି କହିଛନ୍ତି, ସିଡଟ୍‌ (ସେଣ୍ଟର ଫର୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଟେଲିମାଟିକ୍ସ) ଦ୍ୱାରା ଏହି ବ୍ୟବସ୍ଥା ବିକାଶ କରାଯାଇଛି ।

ଦିଲ୍ଲୀ ପୁଲିସ ଏବଂ ଟେଲିକମ୍‌ ବିଭାଗର ମିଳିତ ଉଦ୍ୟମରେ ଏହା କାର୍ଯ୍ୟକାରୀ ହେବ । ଫୋନ୍‌ ହଜିଗଲେ କିମ୍ବା ଚୋରି ହୋଇଗଲେ ସମ୍ପୃକ୍ତ ଉପଭୋକ୍ତା ଏକ ଏଫ୍‌ଆଇଆର୍‌ ନକଲ ସହ ସେମାନଙ୍କ ଅନୁରୋଧ https://ceir.gov.in ପୋର୍ଟାଲରେ ପଞ୍ଜୀକୃତ କରାଇ ପାରିବେ । ଏହାଦ୍ୱାରା ସେମାନଙ୍କ ଡିଭାଇସ୍‌ର ଆଇଏମ୍‌ଇଆଇ ନମ୍ବର ବ୍ଲକ୍‌ ହୋଇଯିବ। ଏଥିସହ ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଟ୍ରାକ୍‌ କରାଯାଇ ପାରିବ ।