ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ କୋଭିଡ୍‌-୧୯ ପରିଚାଳନାକୁ ନେଇ ଓ୍ୱେବିନାର ଅନୁଷ୍ଠିତ

ଭୁବନେଶ୍ୱର – ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତାଦଳ ପକ୍ଷରୁ କୋଭିଡ୍‌-୧୯ ପରିଚାଳନାକୁ ନେଇ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଥିଲା । ରବିବାରରେ ଅନୁଷ୍ଠିତ ଏହି ଓ୍ୱେବିନାରକୁ ସୋସିଆଲ୍ ମଡିଆରେ ରେକର୍ଡ ସଂଖ୍ୟକ ଲୋକ ଦେଖିଥିଲେ ।

ଏହାକୁ ବିଜୁ ଯୁବ ଜନତା ଦଳ ଫେସ୍‌ବୁକ୍‌ ପେଜ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା । ଓଡିଶାରେ ଆଜି ପର୍ଯ୍ୟନ୍ତ ଆୟୋଜନ କରାଯାଇଥିବା ଓ୍ୱବିନାର ମଧ୍ୟରେ ଏଥିରେ ସର୍ବାଧିକ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।


୨.୩୩ ଲକ୍ଷରୁ ଅଧିକ ଫେସ୍‌ବୁକ୍‌ ରିଚ୍‌ ରହିଥିଲା । ୨ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଥିବା ବେଳେ ୩୪ ହଜାରରୁ ଅଧିକ ଲୋକଙ୍କ ଏନ୍‌ଗେଜ୍‌ମେଣ୍ଟ ରହିଥିଲା । ଏହାର ଭ୍ୟୁ ଏକ ଲକ୍ଷରୁ ଅଧିକ ରହିଥିଲା ।


ଏହି ଓ୍ୱେବିନାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ସାସଂଦ ଅଚ୍ୟୁତ ସାମନ୍ତ ଙ୍କ ସହ ଦେଶ ବିଦେଶରୁ ଅନେକ ବିଶେଷଜ୍ଞ ଏବଂ ଅନ୍ୟ କ୍ଷେତ୍ରରେ ଉତ୍କଷତା ଲାଭ କରିଥିବା ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ ।