PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଏନଇପିରେ ଭାଷାକୁ ନେଇ ଥିବା ବିଭିନ୍ନ ପ୍ରଶ୍ନ ଉପରେ ଓଡିଶା ଆଲୋଚନା ଚକ୍ର ଏବଂ ଶିକ୍ଷାସନ୍ଧାନର ମିଳିତ ସହଯୋଗରେ ୱେବିନାର ଆୟୋଜିତ

ଭୁବନେଶ୍ୱର, – ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଇଂରାଜୀ ଭାଷାର ପ୍ରାଧାନ୍ୟତ୍ୱକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି, ପାଠପଢା ସାମଗ୍ରୀର ବିକାଶ ଏବଂ ଆଞ୍ଚଳିକ ଭାଷାର ଆଧୁନିକୀକରଣ ପାଇଁ ରାଜ୍ୟଗୁଡ଼ିକ କିପରି ସାଧନ ଯୋଗାଇବେ, ତାହା ଉପରେ ଭାରତୀୟ ଭାଷାଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଏହି ନୀତିର ସଫଳତା ନିର୍ଭର କରୁଛି ବୋଲି ବିଶିଷ୍ଟ ଭାଷା ବିଶେଷଜ୍ଞମାନେ କହିଛନ୍ତି। ଓଡିଶା ଭଳି ଏକ ରାଜ୍ୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସାଧନ ଯୋଗାଇବାର କ୍ଷମତା ଗୁରୁତର ହେବ ବୋଲି ଏନଇପିରେ ଭାଷାକୁ ନେଇ ଥିବା ପ୍ରଶ୍ନ ଉପରେ ଓଡିଶା ଆଲୋଚନା ଚକ୍ର ଏବଂ ଶିକ୍ଷାସନ୍ଧାନର ମିଳିତ ସହଯୋଗରେ ଆୟୋଜିତ ଏକ ୱେବିନାରରେ ବିଶେଷଜ୍ଞମାନେ କହିଛନ୍ତି।

ଏନଇପିରେ ରହିଛି ଯେ ପିଲାଙ୍କୁ ଅତି କମରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ବା ଆଞ୍ଚଳିକ ଭାଷା ବା ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଅନେକଗୁଡ଼ିଏ ବିକଳ୍ପକୁ ଏକାଠି କରିଲେ ମାତୃଭାଷା ଆଧାରିତ ଶିକ୍ଷାର ପ୍ରାଧାନ୍ୟ କମିଯିବ, ଯାହା ଫଳରେ ପିଲାମାନଙ୍କ ମଧ୍ୟରେ ଧାରଣାଗତ ବୁଝାମଣା ଓ ସ୍ମରଣ ଶକ୍ତିର ବିକାଶ ଅବରୋଧ ହେବ। ତେଣୁ କେବଳ ମାତୃଭାଷା ମାଧ୍ୟମରେ ଶିକ୍ଷା ପ୍ରଦାନ ବର୍ଷକୁ ବର୍ଷ ସୃଷ୍ଟି ହେଉଥିବା ଏକ ବୃହତ ଶିକ୍ଷା ପାର୍ଥକ୍ୟକୁ ପୂରଣ କରିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଏହି ନୀତି ଭାଷା ଏବଂ ଶିକ୍ଷାର ମାଧ୍ୟମ ଉପରେ ପ୍ରମୁଖ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇନାହିଁ ବୋଲି ବିଶିଷ୍ଟ ଶିକ୍ଷାବିତ ତଥା ମନୋବିଜ୍ଞାନୀ ପ୍ରଫେସର ଅଜିତ ମହାନ୍ତି, ଜବାହରଲାଲ ବିଶ୍ୱବିଦ୍ୟାଳୟ ପ୍ରଫେସର ମିନତୀ ପଣ୍ଡା ଓ ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଡ଼ଃ ଶିବାନୀ ନାଗଙ୍କୁ ନେଇ ଗଠିତ ବିଶେଷଜ୍ଞ କମିଟି ବ୍ୟାପକ ଭାବେ ସହମତି ପ୍ରକାଶ କରିଛି।
ଏନଇପିର ଭାଷା ବିଭାଗକୁ ସେମାନେ ପ୍ରସ୍ତୁତ କରିଛନ୍ତି, ଯେଉଁମାନଙ୍କର ଏଥିରେ ଥିବା ଜଟିଳତା ଉପରେ ଯଥେଷ୍ଟ ଜ୍ଞାନ ନାହିଁ ବୋଲି ପ୍ରଫେସର ମହାନ୍ତି କହିଛନ୍ତି। ଗୋଟିଏ ପିଲାର ଚିନ୍ତା କରିବାର ମାଧ୍ୟମ ଶିକ୍ଷକଙ୍କ ପାଠ ପଢାଇବାର ମାଧ୍ୟମ ସହ ସମାନ ହେବା ଜରୁରୀ। ଏଥିପାଇଁ ବହୁଭାଷୀ ଶିକ୍ଷା ପ୍ରଦାନ ସାମଗ୍ରୀ ଓ ପ୍ରଣାଳୀଗୁଡ଼ିକର ପ୍ରସ୍ତୁତି ପାଇଁ ରାଜ୍ୟଗୁଡିକ ଅଧିକରୁ ଅଧିକ ସାଧନ ଯୋଗାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିସହ “ଯେଉଁଠାରେ ସମ୍ଭବ” ଏବଂ “ଭଲ ହେବ କି” ଭଳି ଶବ୍ଦ ବ୍ୟବହାର କରି ଏହି ନୀତି, କମ ସାଧନ ଥିବା ଘରୋଇ ସ୍କୁଲ୍ଗୁଡିକରେ ଅଭିଭାବକମାନଙ୍କ ଦ୍ୱାରା ଇଂରାଜୀ ଭାଷା ପଛରେ ମୁର୍ଖତାପୂର୍ଣ୍ଣ ଅନୁସରଣକୁ ଶେଷ କରିବାର, ଉଦ୍ଦେଶ୍ୟକୁ ବିନାଶ କରିଦେଇଛି।
‘ବହୁଭାଷୀତା ଏବଂ ଭାଷାର ଶକ୍ତି’ ନାମକ ଏକ ବିଭାଗରେ ଏନଇପି କହିଛି, “ଯେଉଁଠାରେ ସମ୍ଭବ ଅତିକମରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ, କିନ୍ତୁ ଭଲ ହେବ କି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓ ତାପରେ ମାତୃଭାଷାରେ ବା ସ୍ଥାନୀୟ ଭାଷାରେ ବା ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯିବ। ଏଭଳି ମନ୍ତବ୍ୟ ସ୍ପଷ୍ଟତା ଅଭାବ ଏବଂ ଦୁର୍ବଳ କାର୍ଯ୍ୟାନ୍ୱୟନକୁ ଦର୍ଶାଉଛି ବୋଲି ପ୍ରଫେସର ପଣ୍ଡା କହିଛନ୍ତି। ଏକ ଆଞ୍ଚଳିକ ଭାଷା ଅନେକ ପିଲାଙ୍କ ମାତୃଭାଷା ନୁହେଁ। ଶିକ୍ଷା ଅର୍ଥ ନୁହେଁ କେବଳ ଅନେକ ଭାଷା ଶିଖିବା, ବରଂ ଏହା ହେଉଛି କେଉଁ ଧାରାରେ ଶିକ୍ଷା ଦିଆଯାଉଛି ତାହା ଦେଖିବା। ପିଲାମାନେ କିପରି ପ୍ରକୃତରେ ଶିକ୍ଷା ଗ୍ରହଣ କରିବେ ତାହାକୁ ସୁନିଶ୍ଚିତ କରିବା ଲାଗି ଭାଷା ଏକ ମାଧ୍ୟମ ବୋଲି ବୈଜ୍ଞାନିକ ଅନୁସନ୍ଧାନ ଦ୍ୱାରା ମାର୍ଗଦର୍ଶନ କରାଯିବା ଉଚିତ, ରାଜନୀତି ଦ୍ୱାରା ନୁହେଁ ବୋଲି ସେ କହିଛନ୍ତି।

ପ୍ରଫେସର ମହାନ୍ତି କହିଛନ୍ତି ଯେ ମାତୃଭାଷାକୁ ଚିହ୍ନିବାର ବିଫଳତା ଏନଇପିରେ ଏକ ବଡ଼ ତ୍ରୁଟି। ଯେତେବେଳେ ରାଜ୍ୟଗୁଡିକ ଏହି ନୀତିକୁ ସେମାନଙ୍କର ନିର୍ଦ୍ଦିଷ୍ଟ ପ୍ରାଥମିକତାକୁ ନେଇ କାର୍ଯ୍ୟକରି କରିବେ ଉକ୍ତ ତ୍ରୁଟିକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ନଚେତ ଭାରତରେ ଶିକ୍ଷାଗତ ବିଭାଜନ ବ୍ୟାପକ ଓ ଗଭୀର ହୋଇଯିବ ବୋଲି ସେ ସତର୍କ କରାଇଛନ୍ତି।
ନିକଟରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ‘ଓଡ଼ିଆ’ ପାଇଁ ଏନଇପି ଭଲ ବୋଲି ପ୍ରଫେସର ମହାନ୍ତି କହିଛନ୍ତି। ଭାରତର ଶାସ୍ତ୍ରୀୟ ଭାଷା ଏବଂ ସାହିତ୍ୟଗୁଡିକୁ ବ୍ୟାପକ ଭାବେ ଉପଲବ୍ଧ କରାଯିବ ବୋଲି ଏହି ନୀତିରେ ପ୍ରସ୍ତାବ ଦିଆଯାଇଛି। ଏହାର ଲାଭ ଉଠାଇବା ପାଇଁ ଓଡିଶା ଓଡ଼ିଆ ଭାଷାର ବିକାଶ ନିମନ୍ତେ ଏକ ଉତ୍ସର୍ଗୀକୃତ ଅନୁଷ୍ଠାନ ପ୍ରତିଷ୍ଠା କରିବା ଉଚିତ ବୋଲି ସେ କହିଛନ୍ତି।

ଏକ ଉତ୍ତମ ନୀତି କାର୍ଯ୍ୟକାରୀ ପାଇଁ ଏକ ଉଦ୍ଦେଶ୍ୟ ରହିବା ଆବଶ୍ୟକ। ଆଦିବାସୀ ଭାଷାଗୁଡିକର ଶିକ୍ଷା କ୍ଷେତ୍ରରେ ରାଜ୍ୟଗୁଡିକ ଅର୍ଥ ଏବଂ ସାଧନ ନିବେଶ କରିବା ଆବଶ୍ୟକ ବୋଲି ଡ଼ଃ ଶିବାନୀ ନାଗ କହିଛନ୍ତି। ଭାଷାଗୁଡ଼ିକୁ ଏକ କ୍ରମାନ୍ୱୟରେ ରଖିବା କିମ୍ବା ଗୋଟିଏ ଭାଷା ଅନ୍ୟ ଭାଷା ଅପେକ୍ଷା ବୈଜ୍ଞାନିକ ଭାବରେ ଅଧିକ ଉନ୍ନତ ବୋଲି କହିବା ଉଚିତ ନୁହେଁ ବୋଲି ଡକ୍ଟର ନାଗ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଏଭଳି କିଛି ପରାମର୍ଶର କୌଣସି ବୈଜ୍ଞାନିକ ଆଧାର ନାହିଁ, ଯାହା ଶେଷରେ ପିଲାମାନଙ୍କୁ ଶିକ୍ଷିତ କରିବାନେଇ ଏକ ଜାତୀୟ ଉଦ୍ୟମକୁ ପ୍ରତିହିତ କରେ।

ଯଦି ପିଲାଙ୍କୁ ଶିକ୍ଷିତ କରିବା ଏବଂ ଭବିଷ୍ୟତ ପାଇଁ ଭଲରେ ପ୍ରସ୍ତୁତ କରିବା ନେଇ ଦେଶ ଗମ୍ଭୀର, ତେବେ ଏକ ସାଧାରଣ ବିଦ୍ୟାଳୟ ବ୍ୟବସ୍ଥା ଆଣିବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏକ ସାଧାରଣ ବିଦ୍ୟାଳୟ ବ୍ୟବସ୍ଥାରେ ସମସ୍ତ ଛାତ୍ରଛାତ୍ରୀ ସାମର୍ଥ୍ୟ ନିର୍ବିଶେଷରେ ସମାନ ସୁଯୋଗ ଓ ଗୁଣାତ୍ମକ ଶିକ୍ଷା ପାଇବେ।
ଓଡିଶା ଆଲୋଚାନା ଚକ୍ର ପ୍ରତିଷ୍ଠାତା ରାଜେଶ ମହାପାତ୍ର କହିଛନ୍ତି ଯେ ୱେବିନାର ର ନିଷ୍କର୍ସ ତଥା ଏଥିରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ବିଷୟରେ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କୁ ଅବଗତ କରାଯିବ।

ପରବର୍ତ୍ତୀ ୱେବିନାର ଶନିବାର ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହେବ। ଏଥିରେ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ “କୋଭିଡ ପରବର୍ତ୍ତୀ ସମୟରେ ଗଣତନ୍ତ୍ର, ଆର୍ଥିକ ନ୍ୟାୟ ଏବଂ ନ୍ୟାୟିକ ସକ୍ରିୟତା” ବିଷୟ ଉପରେ ବକ୍ତବ୍ୟ ଦେବେ।