ନୋଏଡ଼ାରେ ବାହାଘର : ଏତିକି ଲୋକଙ୍କୁ ମିଳିବ ଅନୁମତି

ନୋଏଡା – ଦିଲ୍ଲୀ ପାର୍ଶ୍ୱବର୍ତ୍ତୀ ନୋଏଡାରେ ହେବାକୁ ଥିବା ବିବାହରେ ଏବେ ୧୦୦ରୁ ଅଧିକ ଅତିଥି ଉପସ୍ଥିତ ରହିପାରିବେ ନାହିଁ । କରୋନା ବୃଦ୍ଧି ନେଇ ବିପଦକୁ ଦେଖି  ନୋଏଡା ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛନ୍ତି । ବିବାହ ଆଦି ଉତ୍ସବରେ କେବଳ ୧୦୦ଜଣ ଲୋକଙ୍କୁ  ଅନୁମତି ମିଳିପାରିବ । ପ୍ରଥମେ ୨୦୦ଜଣ ଲୋକଙ୍କୁ  ଅନୁମତି ଦିଆଯାଉଥିଲା । ଗୌତମ ବୁଦ୍ଧ ନଗର ପ୍ରଶାସନ ଏହାକୁ ନେଇ ନିର୍ଦ୍ଦେଶ ଜାରି କରିଛି । ସବୁ ଅଧିକାରୀଙ୍କୁ ଏହି ଆଦେଶ ପାଳନ କରିବାକୁ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଇଛି ।

india.com

ଉଲ୍ଲେଖନୀୟ ଯେ, ନୋଏଡା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ଦିଲ୍ଲୀରେ ହେବାକୁ  ଥିବା ବିବାହରେ ଅଧିକତମ ଭାବେ ୫୦ ଜଣ ଅତିଥିଙ୍କ ଉପସ୍ଥିତକୁ ଅନୁମତି ଦେଇଛନ୍ତି । ଦିଲ୍ଲୀରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି ଏବଂ ଆଗକୁ ଏହି ସଂକ୍ରମଣ ଉପରେ କାବୁ କରିବା ପାଇଁ ଦିଲ୍ଲୀ ସରକାର ବିବାହ ଗୁଡ଼ିକରେ ଭିଡ଼କୁ ହ୍ରାସ କରିବା ପାଇଁ ପଦକ୍ଷେପ ଉଠାଇଛନ୍ତି ।  

times of india

ନୋଏଡା ପୁଲିସ୍‌ କୋଭିଡ୍‌-୧୯ରୁ ସୁରକ୍ଷା ପାଇଁ ଆବଶ୍ୟକୀୟ ମାସ୍କ ପିନ୍ଧିନଥିବା ଲୋକଙ୍କ ବିରୋଧରେ ଶୁକ୍ରବାର ଦିନ ଏକ ବିଶେଷ ଅଭିଯାନ କରିଥିଲା ।  ପୁଲିସ୍ ପ୍ରବକ୍ତା କହିଥିଲେ କୋଭିଡ-୧୯ର ପ୍ରୋଟୋକଲର ଉଲ୍ଲଙ୍ଘନ କରି ମାସ୍କ ନପିନ୍ଧିଥିବା  ୯୭୬ଜଣ ଲୋକଙ୍କ ଚାଲାଣ କଟିଛି । ପାଖାପାଖି ୧ଲକ୍ଷ ଟଙ୍କା ଜୋରିମାନା ରୂପେ ଆଦାୟ ହୋଇଥିବା ସେ କହିଥିଲେ ।  

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ