ବୁଧବାର ରାଶିଫଳ

ଅଦ୍ୟ ତା.୦୨.୧୨.୨୦୨୦ରିଖ, ବିଛା ୧୭ ଦିନ, ମାର୍ଗଶିର ମାସ କୃଷ୍ଣପକ୍ଷ ଦ୍ୱିତୀୟା, ବୁଧବାର । ମୃଗଶିରା-ଦିବା ୧୦ଟା ୪୦ ମିନିଟ୍‌, ମିଥୁନ ଚନ୍ଦ୍ର-୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ: ୬ଟା ୦୬ ମିନିଟ୍‌ ୦୭ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୫ ମିନିଟ୍‌ ୦୮ ସେକେଣ୍ଡ । ମୃତେ ସନ୍ଧ୍ୟା ୬ଟା ୨୫ ମିନିଟ୍‌ ମଧ୍ୟେ ଏକପାଦ ପୁଷ୍କର ଦୋଷ । କଖାରୁ ଖାଇବା ମନା, ଖାଇଲେ ଶ୍ରୀହୀନ, ଅର୍ଥ ହାନୀ ।

ବୁଧବାର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ । କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ମାନସିକ, ପାରିବାରିକ ଶାନ୍ତି ଓ ପରିବାରରେ ହସଖୁସିର ପରିବେଶ ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଭାଇ, ଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ ଆତ୍ମ ସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ମା ବଗଳାମୁଖୀ ।

ବୃଷ: ଆର୍ଥିକ ଅବସ୍ଥା ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । କର୍ମରେ ବିଫଳତା ଓ ବାଧାବିଘ୍ନ ସୃଷ୍ଟି ହେବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜି ଯାଇପାରେ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନଙ୍କର ବିଶେଷ କ୍ଷତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଚକ୍ଷୁପୀଡ଼ା ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ପ୍ରଭୁ ଶ୍ରୀରାମ ।

ମିଥୁନ : ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ । ମାନସିକ, ପାରିବାରିକ ଶାନ୍ତି ଓ ସୁଖାଦ୍ୟ, ସୁବସନ ପ୍ରାପ୍ତିର ଯୋଗ ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ମାନ ସମ୍ମାନ ବୃଦ୍ଧି ଘଟିବ । ମନ ପ୍ରଫୁଲ ରହିବ ଓ ପରିବାରର ସୁଖ, ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆତ୍ମ ସନ୍ତୋଷ ପାଇବେ । ମହିଳାମାନେ ସମ୍ମାନିତ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: ଦ୍ୱାଦଶ ଚନ୍ଦ୍ର ଓ ଘାତବାର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ଅଟକିଥିବା କାମକୁ ପୂର୍ଣ୍ଣ କରିବାରେ ସଫଳ ହେବେ । ପରିବାରର ବ୍ୟୟଭାର ବହୁତ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ଘାତବାର ହେତୁ ମନରେ ଅସ୍ଥିରତା ଓ ବିରକ୍ତିଭାବ ପ୍ରକାଶ ପାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ବସନ, ଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ସବୁଆଡୁ ଖୋଲିଯିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଓ ଆର୍ଥିକ ସ୍ଥିତି ମଜବୁତ୍‌ ହେବ । କର୍ମରେ ସଫଳତା, ଆତ୍ମସନ୍ତୋଷ ଓ ଦରମାରେ କିଛି ବୃଦ୍ଧି ଘଟିପାରେ । କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହେବ ଓ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ସଞ୍ଚୟ କରିବାର ରୁଚି ରଖିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ ନାରାୟଣ ।

କନ୍ୟା: କର୍ମ ପ୍ରତି ବିପଦ ରହିଛି । ଚାକିରୀ ଚାଲିଯିବାର କିମ୍ବା କିଛି ବିଘ୍ନ ହୋଇପାରେ । ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନଙ୍କର ବିଶେଷ କ୍ଷତି ଘଟିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିର ମନା ହେବେ । ମହିଳାମାନେ ମାନସିକ ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା- ମା’ ଷୋଡ଼ଶୀ ।

ତୁଳା : ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ଠାରୁ ଅପମାନ ପାଇବେ । ପୁରାତନ ବନ୍ଧୁଙ୍କ ସହ ମତଭେଦ ଘଟିପାରେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ । କର୍ମରେ ବିଫଳତା ଓ ମାନସମ୍ମାନ ହାନୀ ଘଟିବ ଓ ପଦସ୍ଥ କର୍ମଚାରୀଙ୍କ କ୍ରୋଧର ଶିକାର ହେବେ । କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତି ଶତୃତା କରିବେ । ମନ ବିଷର୍ଣ୍ଣ ରହିବ ଓ ଗୁରୁଜନଙ୍କ ସହ ବିବାଦ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ଅପମାନ, ଅପଯଶ ପାଇବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ମା’ ଗାୟତ୍ରୀ ।

ବିଛା : ଅଷ୍ଟମ ଚନ୍ଦ୍ର ହେତୁ ଶାରୀରିକ ପୀଡ଼ା, ମାନସିକ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ନାନାବିଧ ସମସ୍ୟା ଦେଖାଦେବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ତୀବ୍ର ମାନସିକ ଯନ୍ତ୍ରଣା ଭୋଗ କରିବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା, ସେମାନଙ୍କର ବିଶେଷ କ୍ଷତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିବାଦରେ ପଡ଼ିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ଧନୁ: ମୂଲ୍ୟବାନ ଧାତୁ କିମ୍ବା ବସନ, ଭୂଷଣ କ୍ରୟ କରିପାରନ୍ତି । ସ୍ତ୍ରୀ ହେତୁକ ଧନପ୍ରାପ୍ତି କିମ୍ବା ଆକସ୍ମିକ ଧନଲାଭ ହୋଇପାରେ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ । ମନ ପ୍ରଫୁଲ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ଆଳସ୍ୟତା କରିବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ମା’ ତାରା ।

ମକର: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ମିଳିବ । ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ସହକର୍ମୀଙ୍କ ସହଯୋଗ ପାଇବେ । ଆପଣଙ୍କର କର୍ମରେ ସମସ୍ତେ ଖୁସି ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୧୧, ଆରାଧନା-ମା’ ବିମଳା ।

କୁମ୍ଭ: ସନ୍ତାନମାନେ ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ବିପଦରେ ପଡ଼ିବେ । ମାନ ସମ୍ମାନ ହାନି ଘଟିବ । ବାପା ମା’ଙ୍କ ସହ ମତଭେଦ କିମ୍ବା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଭାବ ପ୍ରକାଶ ପାଇବ ଓ ମାନସମ୍ମାନ ହାନି ଭଳି ପରିସ୍ଥିତି ଉପୁଜିପାରେ । ଇତର ଜନଠାରୁ ଅପମାନ ପାଇବେ ଓ ମନ ଅଶାନ୍ତ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ମୀନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ପରିବହନ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । କର୍ମରେ ଆତ୍ମସନ୍ତୋଷ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ନୂତନ ଯାନ, ଭୂମି କ୍ରୟ କରିପାରନ୍ତି । ସ୍ୱଜନ, ପ୍ରିୟଜନଙ୍କ ସହ ସମ୍ପର୍କ ନିବିଡ଼ ହେବ ଓ ତାଙ୍କର ସହାୟତା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ପରିବାରର ସେବା କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୁଧ ମହାମନ୍ତ୍ରସ୍ୟ,
କାତ୍ୟାୟନ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ବୁଧ ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ଶ୍ରୀଂ ଶ୍ରୀଂ ବୁଧାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ନିର୍ଗୁଣସ୍ୟ ହତଂ ରୂପଂ ଦୁଃଶୀଳସ୍ୟ ହତଂ କୂଳମଂ ।
ଅସିଦ୍ଧସ୍ୟ ହତା ବିଦ୍ୟା ଅୟଭୋଗେନ ହତଂ ଧନମ୍‌ ।
ଭାବାର୍ଥ: ଗୁଣହୀନ ବ୍ୟକ୍ତିର ସୁନ୍ଦରତା ବ୍ୟର୍ଥ ହୋଇଥାଏ । ଦୁଃଷ୍ଟ ବ୍ୟକ୍ତି ଦ୍ୱାରା କୂଳ ନଷ୍ଟ ହୋଇଥାଏ । ଲକ୍ଷ୍ୟହୀନ ବିଦ୍ୟାରେ ଫଳ ନଥାଏ ଓ ଯେଉଁ ଧନର ସଦୁପଯୋଗ ନହୁଏ, ସେ ଧନ ବ୍ୟର୍ଥ ହୋଇଥାଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ