ବୁଧବାର ରାଶିଫଳ

ବୁଧବାର ପଞ୍ଜିକା
ତା.୧୯.୦୮.୨୦୨୦ରିଖ, ସିଂହ ୪ ଦିନ, ଭାଦ୍ରବ କୃଷ୍ଣପକ୍ଷ ଅମାବାସ୍ୟା, ବୁଧବାର । ଅମାବାସ୍ୟା-ଦିବା ୮ଟା ୧୪ ମିନିଟ୍‌, ମଘା – ରାତ୍ରି ୨ଟା ୧୦ ମିନିଟ୍‌, ସିଂହଚନ୍ଦ୍ର- ୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ: ୫ଟା ୨୯ ମିନିଟ୍‌ ୧୦ ସେକେଣ୍ଡ । ସୂର୍ଯ୍ୟାସ୍ତ: ୬ଟା ୧୦ ମିନିଟ୍‌ ୩୨ ସେକେଣ୍ଡ । ମୃତେ ନିଶାନ୍ତ ୫ଟା ୨୨ ମିନିଟ୍‌ ଗତେ ଏକପାଦ ପୁଷ୍କର ଦୋଷ । ଅଦ୍ୟ ମତ୍ସ୍ୟ, ମାଂସ ଭକ୍ଷଣ ନିଷେଧ । ଖାଇଲେ ମହାପାତକ ଲାଗିବ । ଅଦ୍ୟ ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ସପ୍ତପୁରୀ ଭୋଗ ।

ବୁଧବାର ରାଶିଫଳ
ମେଷ : ମାନସିକ, ପାରିବାରିକ ଶାନ୍ତି ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳ ଏବଂ ଉଚ୍ଚ ପ୍ରଶଂସିତ ହେବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମକୁ ନେଇ ଆତ୍ମସନ୍ତୋଷ ଲାଭ କରିବେ । ବାପାମା’ଙ୍କ କୃପାଲାଭ କରିବେ । ମନ ପ୍ରଫୁଲ୍ଲ ରହିବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା: ବଗଳାମୁଖୀ ।

ବୃଷ : ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ବିବାଦ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରି ଯାଇପାରେ । ପରିବାରରେ ଅଶାନ୍ତି ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୮, ଆରାଧନା-ଲକ୍ଷ୍ମୀମନ୍ତ୍ର ଜପ ।

ମିଥୁନ : ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ପରିବାରର ସମସ୍ତଙ୍କ ସାହାଯ୍ୟ, ସହଯୋଗ ଓ ଭ୍ରାତୃଭଗ୍ନିଙ୍କ ସହ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଭ୍ରାତୃପ୍ରେମୀ ହେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ବିଷ୍ଣୁ ସହସ୍ରନାମ ପାଠ ।

କର୍କଟ: ଘାତବାର ଓ ଘାତଚନ୍ଦ୍ର ହେତୁ ବାଦବିବାଦ ଏବଂ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିବାରର ବ୍ୟୟଭାର ଅଧିକ ହେବ । ସେଥିପାଇଁ ଋଣ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଶିବ ।

ସିଂହ : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ପରିବାରରେ ଶାନ୍ତି ବିରାଜମାନ କରିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳ ଓ ସମସ୍ତଙ୍କର ପ୍ରଶଂସାଭାଜନ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ସଫଳ ଓ ପ୍ରଶଂସିତ ହେବେ । ମହିଳାମାନେ ପରିବାରରେ ସମ୍ମାନ ଓ ଆଦର ପାଇବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୬, ଆରାଧନା-ଗଣେଶ ।

କନ୍ୟା: ଅପବ୍ୟୟ, ଅପବାଦ ଓ ଅପଯଶ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । କର୍ମରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୮, ଆରାଧନା: ପୁରୁଷସୂକ୍ତ ପଠନ ।

ତୁଳା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମୂଲ୍ୟବାନ ଧାତୁ, ଭୂମି, କ୍ରୟ କରିବା ପାଇଁ ସୁଯୋଗ ପାଇବେ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ସଫଳତା ଓ ପ୍ରଶଂସା ପାଇବେ । ମହିଳାମାନେ ସଞ୍ଚୟ କରିବାର ରୁଚି ରଖିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ରାମତାରକ ମନ୍ତ୍ର ଜପ ।

ବିଛା : କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବା ନିମନ୍ତେ ଯଥାସାଧ୍ୟ ଚେଷ୍ଟା ଜାରି ରଖିବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟଙ୍କ ସହ ସମ୍ପର୍କ ନିବିଡ଼ ହେବ ଓ ସେମାନଙ୍କର ସାହାଯ୍ୟ ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା- ସ୍କନ୍ଦ ପୁରାଣ ପାଠ ।

ଧନୁ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ, ଭାଗ୍ୟରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । କର୍ମରେ ଉନ୍ନତି ଓ ପଦସ୍ଥ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ । ବାପାମା’ ଓ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଶାତୀତ ସଫଳତା ପାଇବେ । ମହିଳାମାନେ ଗୁରୁଜନଙ୍କ ସେବାରେ ମନ ବଳାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା-ଗଣେଶ ।

ମକର : ଘାତଚନ୍ଦ୍ର ହେତୁୁ ଉଚ୍ଚସ୍ଥାନ ଆରୋହଣ କାଳରେ ଏବଂ ଗ୍ୟାସ୍‌ ହିଟର ବ୍ୟବହାର କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡ଼ା ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ଦୁୁର୍ଗା ସହସ୍ରନାମ ପାଠ ।

କୁମ୍ଭ : ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନଲାଭର ଯୋଗ ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ମୂଲ୍ୟବାନ ଧାତୁ କିମ୍ବା ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ସ୍ୱାମୀଅନୁରକ୍ତା ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-କାଳିକା ପୁରାଣ ପାଠ ।

ମୀନ: କର୍ମରେ ଆଶାତୀତ ସଫଳତା ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଋଣମୁକ୍ତ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ । ଶତ୍ରୁମାନେ ବଶତା ସ୍ୱୀକାର କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପ୍ରଶଂସା ପାଇବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଗଣେଶ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୁଧ ମହାମନ୍ତ୍ରସ୍ୟ,
କାତ୍ୟାୟନ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି ବୁଧ ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ଶ୍ରୀଂ ଶ୍ରୀଂ ବୁଧାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ଇନ୍ଦ୍ରିୟାଣି ଚ ସଂଯମ୍ୟ
ବକବତ୍‌ ପଣ୍ଡିତ ନରଃ ।
ଦେଶକାଳ ବକଂ ଜ୍ଞାତ୍ୱା
ସର୍ବକାର୍ଯ୍ୟାଣି ସାଧୟେତ୍‌ ।
ଭାବାର୍ଥ : ଜଣେ ସଫଳ ବ୍ୟକ୍ତି ବଗ ପରି ତା’ର ସମସ୍ତ ଇନ୍ଦ୍ରିୟକୁ ସଂଯମ କରି ନିଜର ଶିକାର କରିବା ଉଚିତ୍‌ । ଅର୍ଥାତ୍‌ ଏକାଗ୍ରତା ଓ ଆନ୍ତରିକତା ସହ ଯେଉଁ କାର୍ଯ୍ୟ କରାଯାଏ, ସେଥିରେ ସଫଳତା ନିଶ୍ଚୟ ଆସିଥାଏ । ବଗଟାରୁ ଏ ଗୁଣଟି ମନୁଷ୍ୟ ଶିଖିବା ଉଚିତ୍‌ ।
ଜ୍ୟୋତିର୍ବିଦ୍‌- କୈଳାସ ଦାଶ