ବୁଧବାର ବୁଧେଇ ଓଷା- ପଞ୍ଜିକା ଏବଂ ରାଶିଫଳ

ବୁଧବାରର ପଞ୍ଜିକା
ତା.୦୫.୦୮.୨୦୨୦ରିଖ, କର୍କଟ ୨୧ ଦିନ, ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ୱିତୀୟା, ବୁଧବାର । ରାତ୍ରି ୧୦ଟା ୫୩ ମିନିଟ୍‌ ଧନିଷ୍ଠା-ଦିବା ୯ଟା ୩୩ ମିନିଟ୍‌ କୁମ୍ଭଚନ୍ଦ୍ର-୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ: ୫ଟା ୨୪ ମିନିଟ୍‌ ୫୮ ସେକେଣ୍ଡ । ସୂର୍ଯ୍ୟାସ୍ତ: ୬ଟା ୧୯ ମିନିଟ୍‌ ୩୭ ସେକେଣ୍ଡ । ମୃତେ ରାତ୍ରି ୧୦ଟା ୫୩ ମିନିଟ୍‌ ମଧ୍ୟେ ଏକପାଦ ପୁଷ୍କର ଦୋଷ । କଖାରୁ ଖାଇବା ମନା, ଖାଇଲେ ଶ୍ରୀହୀନ ।


ବୁଧବାରର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଆଶାତୀତ ସଫଳତା ପାଇବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ଆକସ୍ମିକ ଧନଲାଭ ଓ ନୂତନ ଭୂମି, ମୂଲ୍ୟବାନ ଧାତୁ କ୍ରୟ କରିବାର ସୁଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ସଞ୍ଚୟ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା: ହନୁମାନ ଚାଳିଶା ପାଠ ।


ବୃଷ : କର୍ମରେ ଉନ୍ନତି କରିବା ପାଇଁ ଚିନ୍ତା କରିବେ ଓ ସେଥି ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବେ । ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ପରିବାରରେ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା-ଲକ୍ଷ୍ମୀମନ୍ତ୍ର ଜପ ।

ମିଥୁନ : ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ବାଧାବିଘ୍ନ ଓ ଅପମାନ ପାଇପାରନ୍ତି । ଅତିପ୍ରିୟ ବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ସ୍ନାୟୁବିକ ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ପୁରୁଷ ସୂକ୍ତ ପଠନ ।


କର୍କଟ: ଅଷ୍ଟମ ଚନ୍ଦ୍ର ଓ ଘାତବାର ହେତୁ ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ । କର୍ମ ପ୍ରତି ଅନାଗ୍ରହ ଭାବ ଉଦ୍ରେକ ହେବ ଓ କର୍ମରେ ଅସଫଳ ହେବେ । ମନ ଅସ୍ଥିର ରହିବ ଓ ବିରକ୍ତିଭାବ ପ୍ରକାଶ ପାଇବ । ପରିବାରରେ ଅଶାନ୍ତି ଓ ବାଦବିବାଦ ଦେଖାଦେଇପାରେ । ଘାତବାର ହେତୁ ଯାନବାହନରେ ଗଲାବେଳେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଥଣ୍ଡାରୋଗରେ ପଡ଼ିପାରନ୍ତି । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଶିବ ।

ସିଂହ : ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ପରିବାରରେ ଶାନ୍ତି ଓ ସହଧର୍ମିଣୀଙ୍କ ସହଯୋଗ ଏବଂ ସହାନୁଭୂତି ପାଇବେ । ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନଲାଭ ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସା ପାଇବେ । ମହିଳାମାନେ ସ୍ୱାମୀ ସେବାରେ ମନ ବଳାଇବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୧୧, ଆରାଧନା-ଗଣେଶ ।


କନ୍ୟା: ରୋଗ, ଋଣ, ଶତ୍ରୁ ଏ ତିନୋଟିରୁ କେତେକାଂଶରେ ମୁକ୍ତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହଯୋଗ ପାଇବେ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ ଓ ଶରୀର ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପ୍ରଶଂସା ପାଇବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା: ଷୋଡ଼ଶୀ ।

ତୁଳା : ମାନସମ୍ମାନ ହାନି କିମ୍ବା ଇତର ଜନଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ । କର୍ମସ୍ଥାନରେ ଅପଯଶ ଓ ଅପମାନ ପାଇପାରନ୍ତି । ପୁତ୍ର, କନ୍ୟା ଅବମାନନା କରିବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଅବସାଦଗ୍ରସ୍ତ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ଜଗନ୍ନାଥ ।


ବିଛା : ବନ୍ଧୁବାନ୍ଧବ, ସ୍ୱଜନ ଓ ପ୍ରିୟଜନଙ୍କ ସହାୟତା, ସହଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ କର୍ମ ପ୍ରତି ଶ୍ରଦ୍ଧା ଏବଂ ଆନ୍ତରିକତା ହେତୁ କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ନୂତନ ଭୂମି, ଯାନବାହନ କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ । ମହିଳାମାନେ ଅତିଥି ସେବାରେ ସମୟ କାଟିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ହନୁମାନ ।


ଧନୁ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ସମସ୍ତଙ୍କର ସହଯୋଗ ପାଇବେ । ପରିବାରର ସମସ୍ତ ସଦସ୍ୟ ଓ ଭ୍ରାତୃଭ୍ନଗ୍ନିଙ୍କର ସହଯୋଗ ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା-ବ୍ରହ୍ମ ଉପାସନା ।


ମକର : ଧନକ୍ଷତି ଓ ଆର୍ଥିକ ଅବସ୍ଥା ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ବ୍ୟୟଭାର ଅଧିକ ହେବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହୋଇପାରେ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ ବା େ•ରିଯାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ଦୁର୍ଗାମନ୍ତ୍ର ଜପ ।


କୁମ୍ଭ : ସୁଖାଦ୍ୟ, ସୁବସନ ଓ ଲକ୍ଷ୍ମୀଙ୍କର କୃପା ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ଯଶ, ସମ୍ମାନ ଓ ସାମାଜିକ ଏବଂ ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୩, ଆରାଧନା- କାଳିକାପୁରାଣ ପାଠ ।


ମୀନ : ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଉଚ୍ଚସ୍ଥାନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ କର୍ମ ପ୍ରତି ଅନାଗ୍ରହ ଭାବ ଏବଂ ବିବାଦ ଉପୁଜିବ । ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡ଼ା ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଉଦରଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା ।


ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୁଧ ମହାମନ୍ତ୍ରସ୍ୟ,


କାତ୍ୟାୟନ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି,
ବୁଧ ଦେବତା ସୁପ୍ରୀତୟେ
ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ଶ୍ରୀଂ ଶ୍ରୀଂ ବୁଧାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ବିଦ୍ୟା ମିତ୍ରଂ ପ୍ରବାସେଷୁ
ଭାର୍ଯ୍ୟା ମିତ୍ରଂ ଗୃହେଷୁ ଚ ।
ବ୍ୟାଧିତ ଔଷଧ ମିତ୍ରଂ
ଧର୍ମୋ ମିତ୍ରଂ ମୃତସ୍ୟ ଚ ।ା
ଭାବାର୍ଥ : ବିଦେଶରେ ବିଦ୍ୟା ମିତ୍ର ପରି ସାହାଯ୍ୟ କରିଥାଏ, ନିଜ ଘରେ ସ୍ତ୍ରୀ ମିତ୍ର ଭଳି, ରୋଗରେ ମିତ୍ର ଔଷଧ ଓ ମୃତକ ବ୍ୟକ୍ତିର ଧର୍ମ ହିଁ ମିତ୍ର ପରି କାର୍ଯ୍ୟ କରିଥାଏ ।
ଜ୍ୟୋତିର୍ବିଦ୍‌- କୈଳାସ ଦାଶ
ଜାତକ ସମାଚାର – ଝସଦ୍ଭମର-୧୯୯୭, ଭୁବନେଶ୍ୱର, ଗକ୍ଟଭ.:୯୪୩୭୧୩୩୪୭୩
ଭୁବନେଶ୍ୱର : ସୋମ, ମଙ୍ଗଳ, ବୁଧ । ବାଲୁଗାଁ : ଗୁରୁ, ଶୁକ୍ର, ଶନି, ରବି ।
ଡବଗ୍ଧମଷ ଙ୍କଗ୍ଦ କ୍ଟଦ୍ଭ – ଣକ୍ଟଙ୍କଞଙ୍କଭର ଇଝଞଜଙ ଝବଜ୍ଞଭବୟ.

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୮/୧୧ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ