PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଏହି ସପ୍ତାହର ରାଶିଫଳ- ରାଶି ଅନୁସାରେ କରନ୍ତୁ ଦେବତାଙ୍କ ଆରାଧନା

ସାପ୍ତାହିକ ରାଶିଫଳ

ମେଷ: ସୋମବାର, ମଙ୍ଗଳବାର ଘାତଚନ୍ଦ୍ର ଓ ରବିବାର ଘାତବାର ହେତୁ ବାଦବିବାଦ ଲାଗିରହିବ । ସପ୍ତାହର ମଧ୍ୟଭାଗରେ ଆର୍ଥିକ କ୍ଷତି, ମୂଲ୍ୟବାନ ପଦାର୍ଥ ନଷ୍ଟ  ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ଏ ସପ୍ତାହରେ କେବଳ ଶନିବାର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଶୁଭ ରଙ୍ଗ- ଲାଲ, ଶୁଭ ସଂଖ୍ୟା- ୧୧, ଆରାଧନା- ଚଣ୍ଡିପୁରାଣ ପାଠ ।

ବୃଷ: ଏ ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ । ବନ୍ଦ ରହିଥିବା କାମ ପୁଣି ଚାଲୁ ହେବ । ବାଣିଜ୍ୟ ବ୍ୟବସାୟରେ ଉତ୍ତମ ଆୟ । ଆକସ୍ମିକ ଧନ ଲାଭ ଓ ପରିବାରରେ ଶାନ୍ତି ବିରାଜମାନ କରିବ । ଶନିବାର ଘାତବାର ଓ ଦ୍ୱିତୀୟ ଚନ୍ଦ୍ର ହେତୁ ଆର୍ଥିକ କାରବାର କଲା ବେଳେ ସତର୍କ ରହିବେ । ଶୁଭରଙ୍ଗ- ଧଳା, ଶୁଭ ସଂଖ୍ୟା-୮, ଆରାଧନା- ଲକ୍ଷ୍ମୀମନ୍ତ୍ର ଜପ ।

ମିଥୁନ: ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ରହିବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ମାନସିକ, ପାରିବାରିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ଶୁଭରଙ୍ଗ- ସବୁଜ, ସଂଖ୍ୟା-୨, ଆରାଧନା- ପୁରୁଷସୂକ୍ତ ପଠନ ।

କର୍କଟ: ସପ୍ତାହର ପ୍ରଥମ ଭାଗରେ ବାଣିଜ୍ୟ, ବ୍ୟବସାୟରେ କ୍ଷତି ଘଟିବ । ଇତରଜନଠାରୁ ଅପମାନ ପାଇପାରନ୍ତି । ଅନ୍ୟ ସମସ୍ତ ଦିନ ଭଲ ରହିବ । ବାଣିଜ୍ୟ ବ୍ୟବସାୟରେ ଉତ୍ତମ ଆୟ, କର୍ମରେ ସଫଳତା, ପରିବାରରେ ଶାନ୍ତି ଓ ଆକସ୍ମିକ ଧନଲାଭର ସୁଯୋଗ ପାଇବେ । ଶୁଭରଙ୍ଗ- ଧଳା, ଶୁଭସଂଖ୍ୟା- ୯, ଆରାଧନା- ରୁଦ୍ରାଭିଷେକ ।

ସିଂହ: ପ୍ରଥମ ଭାଗରେ ମାନସିକ ଅସ୍ଥିରତା, ଶରୀର ପୀଡ଼ା ଓ ପରିବାରରେ ଅଶାନ୍ତି ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ କର୍ମସ୍ଥାନରେ ଅପଯଶ ଓ ଉପରିସ୍ଥ କର୍ମଚାରୀଙ୍କ କ୍ରୋଧର ଶିକାର ହେବେ । ଶନିବାର ଘାତବାର ହେତୁ ସତର୍କ ରହିବେ । ଶୁଭରଙ୍ଗ- ଗୋଲାପି, ଶୁଭସଂଖ୍ୟା- ୬, ଆରାଧନା- ମାତଙ୍ଗୀ ।

କନ୍ୟା: ସପ୍ତାହର ପ୍ରଥମ ଭାଗରେ ସ୍ତ୍ରୀ ସୌଖ୍ୟ, ସ୍ତ୍ରୀ ହେତୁକ ଧନଲାଭ, ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ, କର୍ମରେ ସଫଳତା ମିଳିବ । ମଧ୍ୟଭାଗରେ ଅପମାନ, ଅପଯଶ ଓ ପ୍ରିୟଜନଙ୍କ ସହ ମତଭେଦ ଘଟିପାରେ । ଶୁଭରଙ୍ଗ- ମେରୁନ, ଶୁଭ ସଂଖ୍ୟା- ୮, ଆରାଧନା-ବିଷ୍ଣୁ ସହସ୍ରନାମ ପାଠ ।

ତୁଳା: ଏ ସପ୍ତାହ ଆପଣଙ୍କ ପାଇଁ ଶୁଭ ରହିପାରେ । ରୋଗ, ଋଣ, ଶତ୍ରୁ ଏ ତିନୋଟି କିଛିମାତ୍ରାରେ ମୁକ୍ତ ହେବ । ସ୍ତ୍ରୀ ହେତୁକ ଧନଲାଭ ଓ ବସନଭୂଷଣ କ୍ରୟ କରିବାର ସୁଯୋଗ ପାଇବେ । ଗୁରୁବାର ଘାତବାର ହେତୁ ସତର୍କ ରହିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା- ୧୧, ଆରାଧନା-କମଳା

ବିଛା: ସପ୍ତାହର ପ୍ରଥମ ଭାଗରେ ବାଣିଜ୍ୟ ବ୍ୟବସାୟରେ ମଧ୍ୟମ ଆୟ । ବୁଧବାର ସକାଳ ୭ଟା୩୦ ମିନିଟଠାରୁ ଶୁକ୍ରବାର ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ଶୁକ୍ରବାର ଘାତବାର ହେତୁ ବାଦବିବାଦ ଓ ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ । ଶୁଭରଙ୍ଗ- କଫି, ଶୁଭସଂଖ୍ୟା- ୯, ଆରାଧନା- ଚଣ୍ଡିପୁରାଣ ପଠନ

ଧନୁ:ସପ୍ତାହର ପ୍ରଥମ ଭାଗ ଘାତଚନ୍ଦ୍ର ହେତୁ ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନଙ୍କ ସହ ମତାନ୍ତର ଓ ବାଦବିବାଦ ଦେଖାଦେବ । ସପ୍ତାହର ମଧ୍ୟଭାଗରେ ବାଣିଜ୍ୟରେ ମଧ୍ୟମ ଆୟ, କର୍ମସ୍ଥଳରେ ଅଘଟଣ ଓ ଅପମାନ ପାଇପାରନ୍ତି । ଶୁକ୍ରବାର ଘାତବାର ହେତୁ ସତର୍କ ରହିବେ । ଶୁଭରଙ୍ଗ ହଳଦିଆ, ଶୁଭସଂଖ୍ୟା-୭, ଆରାଧନା- ଉଗ୍ରତାରା

ମକର: କେବଳ ଗୁରୁବାର ଓ ଶୁକ୍ରବାରକୁ ଛାଡ଼ିଦେଲେ ସପ୍ତାହର ଅନ୍ୟ ସମସ୍ତ ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ବାଣିଜ୍ୟରେ ଉତ୍ତମ ଆୟ, ନୂତନ କର୍ମାରମ୍ଭ, ମୂଲ୍ୟବାନ ଧାତୁ, ଯାନବାହନ କ୍ରୟ କରିବେ । ମଙ୍ଗଳବାର ଘାତବାର ହେତୁ ସାବଧାନ ରହିବେ । ଶୁଭରଙ୍ଗ- ବାଇଗଣୀ, ଶୁଭସଂଖ୍ୟା- ୩, ଆରାଧନା- ଦୁର୍ଗାମନ୍ତ୍ର ଜପ

କୁମ୍ଭ:  ସପ୍ତାହର ପ୍ରଥମ ଭାଗ ଓ ମଧ୍ୟମଭାଗ ଆପଣଙ୍କ ପାଇଁ ଶୁଭ ରହିବ । ବାଣିଜ୍ୟ ଓ ବ୍ୟବସାୟରେ ଉତ୍ତମ ଆୟ, କର୍ମରେ ସଫଳତା, ବନ୍ଧୁବାନ୍ଧବଙ୍କ ସହଯୋଗ ଓ ନୂତନ ଯାନବାହନ କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ଗୁରୁବାର ଘାତବାର ହେତୁ ସତର୍କ ରହିବେ । ଶୁଭରଙ୍ଗ- ଧୂସର, ଶୁଭସଂଖ୍ୟା- ୬, ଆରାଧନା- କାଳି

ମୀନ: ସପ୍ତାହର ପ୍ରଥମ ଭାଗରେ ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟରେ ଉତ୍ତମ ଆୟ, କର୍ମରେ ସଫଳତା, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ସହ ସୁସମ୍ପର୍କ ଓ ପରିବାରରେ ଶାନ୍ତି ବିରାଜମାନ କରିବ । ଶୁକ୍ରବାର ଘାତବାର ହେତୁ ସାବଧାନ ରହିବେ । ଶୁଭରଙ୍ଗ- ଲାଲ, ଶୁଭସଂଖ୍ୟା- ୯, ଆରାଧନା- ଗାୟତ୍ରୀମନ୍ତ୍ର ଜପ ।

. ଜ୍ୟୋତିର୍ବିଦ୍‌ : କୈଳାସ ଦାଶ

ଜାତକ ସମାଚାର –  ଭୁବନେଶ୍ୱର : ଶନି, ରବି, ସୋମ  । ବାଲୁଗାଁ : ମଙ୍ଗଳ, ବୁଧ, ଗୁରୁ, ଶୁକ୍ର