ଜନ୍ମତିଥିରୁ ଜାଣନ୍ତୁ ଏ ସପ୍ତାହରେ ଆପଣ କେତେ ଭାଗ୍ୟବାନ

ଭୁବନେଶ୍ୱର ୧୫-୦୩ : ମାର୍ଚ୍ଚର ଏହି ସପ୍ତାହରେ ଗ୍ରହର ଯୋଗ ସଂଯୋଗ ଓ ଅଙ୍କର ତାଳମେଳ ଆପଣଙ୍କ ଜୀବନ ଉପରେ କିପରି ପ୍ରଭାବ ପକାଇବ ଓ ପରିବାରର କେଉଁ ଲୋକ ବହୁତ ଅସୁବିଧାରେ ଦିନ ବିତାଇବେ , କାହାକୁ ଚାକିରିରେ ପ୍ରୋତ୍ସାହନ ମଳିବ । କାହାକୁ ଆର୍ଥିକ ଲାଭ ଓ କାହାକୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଭୋଗିବାକୁ ପଡ଼ିବ । ଏସବୁ ବିଷୟରେ ଆସନ୍ତୁ ଜାଣିବା । ଏହି ତଥ୍ୟ ଦେଇଛନ୍ତି ନ୍ୟୁରୋଲଜିଷ୍ଟ ପିନାକୀ ମିଶ୍ର ।

ମୂଲ୍ୟାଙ୍କ ୧ : ଆପଣ ଶୁଭ ଫଳ ପାଇବେ – ଅତ୍ୟଧିକ ଭାବନାରୁ ନିବୃତ୍ତ ରୁହନ୍ତୁ । ନୁହେଁତ ଏହି ସପ୍ତାହ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ସପ୍ତାହର ଅନ୍ତିମ ତିନି ଦିନ ଆପଣଙ୍କୁ ଚକିତ କଲାଭଳି ଫଳ ଦେବ । ସାହିତ୍ୟ ,ସଙ୍ଗୀତ ଓ କଳା ସହ ଜଡ଼ିତ ଲୋକଙ୍କ ପାଇଁ ଏହି ସପ୍ତାହ ଶୁଭଙ୍କର ସାବ୍ୟସ୍ତ ହେବ । କଫ ଓ ଶ୍ୱାସ ସମ୍ୱନ୍ଧୀୟ ରୋଗ ଠାରୁ ଦୂରେଇ ରହିବେ

ମୂଲ୍ୟାଙ୍କ ୨ : ଭାବିଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ – ଆର୍ଥିକ ମାମଲାରେ ଧ୍ୟାନଦେବାକୁ ପଡ଼ିବ । ଆର୍ଥିକ ନିର୍ଣ୍ଣୟ ନିଜେ ନେଲେ ଲାଭରେ ରହିବେ । ଆଉ କାହାର ବିଚାର ଉପରେ ନିର୍ଭର କରି ନିଷ୍ପତ୍ତି ନେଲେ ଅସୁବିଧାରେ ପଡ଼ିପାରନ୍ତି । ଆତ୍ମ ଅଭିମାନକୁ ନେଇ କୌଣସି ପୁରୁଣା ସଂପର୍କରେ ତିକ୍ତତା ଆସିପାରେ । ଏଣୁ ଏଥିରୁ ବଂଚିତ ହୁଅନ୍ତୁ । ମେଡିକଲ ପ୍ରଫେସନରେ ଥିବା ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଶୁବ ଫଳ ଦେବ ।

ମୂଲ୍ୟାଙ୍କ-୩ : ଖୁସି ଓ ଉତ୍ସାହର ସହ କାମ କରନ୍ତୁ – ଆପଣଙ୍କ କର୍ମଠତା ଆାପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସାର ପାତ୍ର କରିଥାଏ । ପୁରା ଉତ୍ସାହ ଓ ଜୋସ୍ର ସହ କାମ କରନ୍ତୁ । କିଛି ନୂଆ କାର୍ଯ୍ୟର ଯୋଜନା ମଧ୍ୟ ଆରମ୍ଭ କରନ୍ତୁ । ସପ୍ତାହର ପ୍ରାରମ୍ଭିକ ୨ଦିନ ସାମାନ୍ୟ ଦୁର୍ଘଟଣାର ସମ୍ଭାବନା ରହିଛି । ତେଣୁ ଟିକେ ଧ୍ୟାନର ସହ ରହିବେ ।

ମୂଲ୍ୟାଙ୍କ-୪ : ଦାମ୍ପତ୍ୟ ଜୀବନରେ ମଧୁରତା – ପୁରା ସପ୍ତାହ ଖୁସିରେ ଓ ଆନନ୍ଦରେ ବିତିବ । ଏହାର ଭରପୂର ଫାଇଦା ଆପଣ କାର୍ଯ୍ୟ କ୍ଷେତ୍ରରେ ନେଇପାରିବେ । ସଫଳତା ନଶ୍ଚିତ ପ୍ରାପ୍ତ ହେବ । ଅଂଶୀଦାର ଓ ଜୁଆ ଖେଳରୁ ନିବୃତ୍ତ ରୁହନ୍ତୁ । ଆର୍ଥିକ କ୍ଷୟ ଘଟିପାରେ । ପ୍ରେମ ପ୍ରସଙ୍ଗରେ ଓ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କଫ ଜନିତ ସମସ୍ୟାରୁ ବିଶେଷ ସର୍ତକ ରୁହନ୍ତୁ ।

ମୂଲ୍ୟାଙ୍କ ୫ : ବର୍ତ୍ତମାନର କାର୍ଯ୍ୟ ଉପରେ ଦୃଷ୍ଟି ଦିଅନ୍ତୁ – ଅଜଣା ଭୟ ଆପଣଙ୍କୁ ଭବିଷ୍ୟତରେ ଚିନ୍ତାରେ ପକାଇପାରେ । ପରିଣାମସ୍ୱରୂପ ମାନସିକ ଅବସାଦ ସ୍ଥିତି ହୋଇପାରେ । ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନର କାର୍ଯ୍ୟ ଉପରେ ଆପଣ ଧ୍ୟାନ କେନ୍ଦ୍ରିତ କରନ୍ତୁ । ମାନସିକ ଏକାଗ୍ରତାର ସହ କାମ କରନ୍ତୁ ।

ମୂଲ୍ୟାଙ୍କ.୬ : ପ୍ରମୋସନର ଯୋଗ ରହିଛି – କଠିନ ପରିଶ୍ରମ ଓ ଭାଗ୍ୟର ସହଯୋଗ ଫଳରେ ଆପଣ କର୍ମ କ୍ଷେତ୍ରରେ ସଫଳତା ପାଇବେ । ପ୍ରେମ ସଂପର୍କରେ ନୂଆ ଦିଗ ଖୋଲିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଚାକିରି କରିଥିବା ଲୋକଙ୍କ ଟ୍ରାନ୍ସଫର ଓ ପ୍ରମୋସନ ହେବାର ସୁଯୋଗ ରହିଛି ।

ମୂଲ୍ୟାଙ୍କ. ୭ : ବ୍ୟବସାୟୀଙ୍କ ଲାଭ ହେବ – ମାନସିକ ଅବକ୍ଷୟ ଏବଂ ବିକେନ୍ଦ୍ରୀକରଣ ଆପଣଙ୍କୁ ଆପଣଙ୍କ କାର୍ଯ୍ୟକ୍ଷେତ୍ରରୁ ଦୂରେଇବାରେ ଚେଷ୍ଟା କରିପାରେ । ସାବଧାନ ରୁହନ୍ତୁ । ପ୍ରେମସଂପର୍କ ଆହୁରୁ ନିବିଡ଼ି ହେବ । ବୁଦ୍ଧି ବାଣୀ ଓ ବାଣିଜ୍ୟର ଯୋଗ ବ୍ୟବସାୟୀଙ୍କୁ ଲାଭ ଦେବ । ସ୍ନାୟୁତନ୍ତ୍ର ସହ ଜଡ଼ିତ ସମସ୍ୟା ଏହି ସପ୍ତାହରେ ସମସ୍ୟାରେ ପକାଇପାରେ ।

ମୂଲ୍ୟାଙ୍କ ୮: ସପ୍ତାହଟି ସଫଳତା ଆଣିବ – ବର୍ତ୍ତମାନରେ ଜିଇଁବାକୁ ଚେଷ୍ଟା କରନ୍ତୁ । ଭବିଷ୍ୟତର କଥା ଆପଣଙ୍କୁ ଆପଣଙ୍କ କର୍ମକ୍ଷେତ୍ରରେୁ ଦୂର କରିପାରେ । ରାଜନୀତି ସହ ଜଡ଼ିତ ଲୋକଙ୍କ ପାଇଁ ଉପଲବ୍ଧିପୂର୍ଣ୍ଣ ସପ୍ତାହ ହେବ । ସାମାଜିକ ପ୍ରତିଷ୍ଠାରେ ମଧ୍ୟ ପୁର୍ଣ୍ଣତା ମିଳିବ । ଗୁରୁବାର ଓ ଶୁକ୍ରବାର ଦିନ ସ୍ୱାସ୍ଥ୍ୟକୁ ନେଇ ବିଶେଷ ସତର୍କ ରୁହନ୍ତୁ । ଦିନର ଦ୍ୱିତୀୟ ଭାଗରେ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧ୍ୟ ପୁରୁଣା ମନାନ୍ତର ଅସୁବିଧାରେ ପକାଇପାରେ ।

ମୂଲ୍ୟାଙ୍କ ୯ : ବଡ଼ ସୁଯୋଗ ମିଳିବାର ଅବସର ମିଳିପାରେ – ବହୁ ଦିନରୁ ପଡ଼ି ରହିଥିବା ପୁରୁଣା ମାମଲା ଆପଣଙ୍କ ପ୍ରୟାସ ଓ କର୍ମଠତା କାରଣରୁ ସମାଧାନ ହୋଇପାରେ । ଛାତ୍ରଙ୍କୁ ତାଙ୍କର ଶିକ୍ଷା କ୍ଷେତ୍ରରେ ବଡ଼ ଅବସର ଓ ଉପଲବ୍ଧି ମିଳିବାର ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟର ଦୃଷ୍ଟି କୋଣର ହାଇ ବଲ୍ଡ଼ ପ୍ରେସର, ଡାଏବେଟିସ୍ର ରୋଗ ସମସ୍ୟାରେ ସତର୍କ ରୁହନ୍ତୁ ।