ଚଳିତ ସପ୍ତାହ କେମିତି କଟିବ -ରାଶିଫଳ

ମଷ: ସପ୍ତାହର ଅସ୍ଥିରତା ଭିତରେ ଗତି କରିବେ । ମହିଳାମାନେ ପରିଶ୍ରମି ହେବେ । ରାଜନୀତିରେ ପ୍ରତିଦ୍ୱନ୍ଦିତା ରହିବେ । ପରିବହନ, ଶିଳ୍ପ ଓ ବ୍ୟବସାୟରେ ସାଧାରଣ ଫଳ ପାଇବେ । ଭାଗ୍ୟାଙ୍କ-୯, ଶୁଭ

ରଙ୍ଗ-ମେରୁନ, ବିଧେୟ-ପ୍ରଭୁ ହନୁମାନଙ୍କୁ ଉପାସନା କରନ୍ତୁ । ବୃଷ- ସପ୍ତାହରେ ମନମୁତାବକ ଫଳ ପାଇବେ । ଅର୍ଥ ପ୍ରାପ୍ତି ଯୋଗ ରହିଛି । ପ୍ରଶାସନିକ ଓ ରାଜନୀତିରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ । ପରିବହନ ଓ ବ୍ୟବସାୟରେ ଉତ୍ତମ ଲାଭ ପାଇବେ । ଭାଗ୍ୟାଅଙ୍କ-୮,ଶୁଭ ରଙ୍ଗ-ନୀଳ, ବିଧେୟ-ଅନାଥମାନଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ-ସପ୍ତାହଟିରେ କର୍ମକ୍ଷେତ୍ରରେ ସ୍ୱନାମ ପାଇବେ । ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି । ମହିଳାମାନେ ଯଶକିର୍ତ୍ତି ପାଇବେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ଭାଗ୍ୟାଅଙ୍କ-୫, ଶୁଭ ରଙ୍ଗ-ସବୁଜ, ବିଧେୟ-ପ୍ରଭୁ ଜଗନ୍ନାଥଙ୍କୁ ଉପାସନା କରନ୍ତୁ ।

କର୍କଟ-ସପ୍ତାହଟିରେ କର୍ମକ୍ଷେତ୍ରରେ ସ୍ୱାଧିନତା ରହିବ । ଚାକିରିରେ କର୍ମ ତତ୍ପର ରହିବେ । ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟ ହେବେ । ବିଦ୍ୟାର୍ଥୀ ଉର୍ତ୍ତିର୍ଣ୍ଣ ପାଇବେ । ଭାଗ୍ୟାଙ୍କ-୨,ଶୁଭ ରଙ୍ଗ-ଧଳା, ବିଧେୟ-ମହାଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ।

ସିଂହ- ସପ୍ତାହଟିରେ ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ମହିଳାମାନେ ଆଦର ସମ୍ମାନ ପାଇବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଭାଗ୍ୟାଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍‌, ବିଧେୟ-କୁକୁରକୁ ରୁଟି ଦିଅନ୍ତୁ ।

କନ୍ୟା- ସପ୍ତାହଟିରେ ସମସ୍ୟା ଭିତରେ ଆଗେଇ ଚାଲିବେ । ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ଭାଗ୍ୟାଙ୍କ-୮, ଶୁଭ ରଙ୍ଗ-ଆକାଶି, ବିଧେୟ- ପ୍ରଭୁ ଗଣେଶଙ୍କୁ ଉପାସନା କରନ୍ତୁ ।

ତୁଳା- ସପ୍ତାହଟିରେ କର୍ମକ୍ଷେତ୍ରରେ ସହଯୋଗ ମିଳିବ । ଦେହ ମନ ଭଲ ରହିବ । ମହିଳାମାନେ ପରିଶ୍ରମି ହେବେ । ରାଜନୀତିରେ ପ୍ରସିଦ୍ଧି ପାଇବେ । ଭାଗ୍ୟାଅଙ୍କ-୬, ଶୁଭ ରଙ୍ଗ-ସିଲଭର, ବିଧେୟ- ନବଦୁର୍ଗାଙ୍କୁ ଉପାସନା କରନ୍ତୁ ।

ବିଛା- ସପ୍ତାହରେ କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇବେ । ଅତିଥିଙ୍କ ଆଗମନ ହୋଇପାରେ । ପ୍ରଶାସନିକ ଓ ରାଜନୀତିରେ ସମ୍ମାନ ପାଇବ । ଚାକିରିରେ ସ୍ଥାୟିତ୍ୱ ରହିବ । ଭାଗ୍ୟାଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍‌, ବିଧେୟ- ହରଗୌରୀଙ୍କୁ ଉପାସନା କରନ୍ତୁ ।

ଧନୁ- ସପ୍ତାହଟିରେ କର୍ମକ୍ଷେତ୍ରରେ ମନ୍ଥରତା ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ପ୍ରଶାସନ ଓ ରାଜନୀତିରେ ଲୋକ ପ୍ରିୟତା ବୃଦ୍ଧି ପାଇବ । ବିଦ୍ୟାର୍ଥୀମାନେ ସଫଳ ହେବେ । ଭାଗ୍ୟାଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌, ବିଧେୟ-ଅନାଥଙ୍କୁ ସାହାଯ୍ୟ କରନ୍ତୁ ।

ମକର- ସପ୍ତାହର ଚଳଚଞ୍ଚଳ ରହିବେ । ପଡ଼ୋଶିଙ୍କ ସହଯୋଗ ପାଇ ଆଗେଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ, ଶିଳ୍ପ ଓ ବ୍ୟବସାୟରେ ଲାଭଜନକ ରହିବ । ବିଦ୍ୟାର୍ଥୀମାନେ ସଫଳ ହେବେ । ଭାଗ୍ୟାଅଙ୍କ-୮,ଶୁଭ ରଙ୍ଗ-ଆକାଶି, ବିଧେୟ-ମା’ ତାରିଣୀଙ୍କୁ ଉପାସନା କରନ୍ତୁ ।

କୁମ୍ଭ- ସପ୍ତାହଟି କର୍ମକ୍ଷେତ୍ରରେ ଦୃଢ଼ମନା ରହିବେ । ପରିଶ୍ରମର ଫଳ ପାଇବେ । ରାଜନୀତିରେ ସୁନାମ ପାଇବେ । ଭାଗ୍ୟାଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌, ବିଧେୟ-ପ୍ରଭୁ ହନୁମାନଙ୍କୁ ଉପାସନା କରନ୍ତୁ ।

ମୀନ- ସପ୍ତାହଟିରେ ଅର୍ଥପ୍ରାପ୍ତି ଯୋଗ ରହିଛି । ମହିଳାମାନେ ଆଦର ସମ୍ମାନ ପାଇବେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ପରିବହନ, ବ୍ୟବସାୟରେ ଲାଭାନ୍ନିତ ହେବେ । ଭାଗ୍ୟାଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌, ବିଧେୟ-ଗ୍ରାମଦେବୀଙ୍କୁ ଉପାସନା କରନ୍ତୁ ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୯/୧୦, ଗୁରୁବାର)

ଗୁରୁବାର ରାଶିଫଳ

କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ବୁଧବାର ରାଶିଫଳ, ଜାଣନ୍ତୁ କେମିିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୬/୧୦, ସୋମବାର)

ଚଳିତ ସପ୍ତାହର ରାଶିଫଳ-ଆକସ୍ମିକ ଧନଲାଭ ଓ ଆୟର ପନ୍ଥା ସୁଗମ ହେବ ଏହି ରାଶିର