ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ

ନୂଆଦିଲ୍ଲୀ – ଓଜନ କମାଇବା ପାଇଁ  ଲୋକେ ଅନେକ ଉପାୟ ଆପଣେଇ ଥାନ୍ତି ।  ସ୍ପେଶାଲ ଡାଇଟ୍‌ରୁ ନେଇ ଜିମ୍‌ ଟ୍ରେନିଂ , କ୍ୟାଲୋରୀ ବର୍ନ କରୁଥିବା  ସପ୍ଲିମେଣ୍ଟ  ଓ ଅନେକ ଔଷଧ ଗୁଡ଼ିକର ବ୍ୟବହାର କରିଥାନ୍ତି ।  କିଛି ଏମିତି ବି ଅଛି  ଯାହା ସ୍ଲିମ୍‌ –ଫିଟ୍‌ ଶରୀର ଚାହୁଁଥିବା ଲୋକେ ସ୍ଲିଭ୍‌ ଗେଷ୍ଟ୍ରୋକ୍ଟୋମି ନାମକ କମନ୍‌ ବାରିଏଟ୍ରିକ୍‌ ସର୍ଜରୀର ସାହାଯ୍ୟ  ନେଉଛନ୍ତି । କିନ୍ତୁ ଏକ ନୂଆ ଅଧ୍ୟୟନରୁ ଏହି ସର୍ଜରୀର ଭୟାନକ କ୍ଷତି ବିଷୟ ସାମନାକୁ ଆସିଛି ।

ସ୍ଲିଭ୍‌ ଗେଷ୍ଟ୍ରୋକ୍ଟୋମି  ରେ  ମଣିଷର ଓଜନ ହଟାଇବା ପାଇଁ ପେଟର ପାଖାପାଖି ୭୫ ପ୍ରତିଶତ କମାଇ ଦିଆଯାଇ ଥାଏ । ସାଇନ୍ସ ଡେଲିର ଏକ ରିପୋର୍ଟ ମୁତାବିକ୍‌ , ଯୁବକ ଯୁବତୀଙ୍କ ମଧ୍ୟରେ ଗେଷ୍ଟ୍ରୋକ୍ଟୋମି ମାଧ୍ୟମରେ ଓଜନ ହଟାଇବା ମାମଲା ୨୦୦୫ ରୁ ୨୦୧୪ ମସିହା ମଧ୍ୟରେ ୧୦୦ ଗୁଣା  ଅଧିକ ହୋଇଛି । ହେଲଥ୍‌ ଏକ୍ସପର୍ଟ  ଦାବି କରିଛନ୍ତି କି, ଓଜନ ହଟାଇବାର ଏହି ଉପାୟ ହାଡ଼ ଉପରେ ଖରାପ  ପ୍ରଭାବ ପକାଇଥାଏ।

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

लंबे समय तक हड्डियों पर बुरा असर

ହାର୍ଭଡ଼ା ମେଡିକଲ ସ୍କୁଲ୍‌ (ବୋଷ୍ଟନ୍‌)ରେ ରେଡିୟୋଲଜିର ପ୍ରଫେସର ମିରିୟମ ଏ.ବ୍ରେଡେଲା କୁହନ୍ତି , ଓଜନ ହଟା ଯାଉଥିବା ଏହି ବ୍ୟାକେରିୟଲ ସର୍ଜରୀରେ ମଣିଷର ହାଡ଼ ଗୁଡ଼ିକରେ  ଦୀର୍ଘ ସମୟ ଯାଏ ଖରାପ ପ୍ରଭାବ ପଡ଼ିପାରେ। ଏହି ଅଧ୍ୟୟନରେ ମୋଟାପା ଗ୍ରସ୍ତ ୫୨ଜଣ ଯୁବକଙ୍କ ଶରୀରର ଯାଞ୍ଚ କରାଯାଇଛି । ଏଥିରୁ ୨୬ଜଣଙ୍କୁ ସ୍ଲିଭ୍‌ ଗେଷ୍ଟ୍ରୋକ୍ଟୋମି ର ଅନ୍ତର୍ଗତ ରଖାଯାଇଥିଲା ।

ପାଖାପାଖି ୧ବର୍ଷ ଯାଏ  ଯୁବକ ଯୁବତୀଙ୍କ ସ୍ୱାସ୍ଥ୍ୟକୁ ନିରୀକ୍ଷଣ କରିବା ପରେ ଗବେଷକମାନେ ତାଙ୍କର ଓଜନରେ ୧୩ରୁ ୨୮ କିଲୋଗ୍ରାମ ହ୍ରାସ୍‌ ପାଇଥିବା ଦେଖିଥିଲେ । ଏହାସହ ତାଙ୍କର ହାଡ଼ରେ ମ୍ୟାରୋ ଫ୍ୟାଟ୍‌ ଅଧିକ ମିଳିଥିଲା ଏବଂ ଲୁମ୍ୱର ସ୍ପାଇନ୍‌ରେ ଲସ୍‌ ଅଫ୍‌ ବୋନ୍ ଡେନସିଟି  ସମସ୍ୟା ଦେଖିବାକୁ ପାଇଥିଲେ।

क्यों होती है दिक्कत?

ଡଃ. ବ୍ରେଡେଲା କହିଥିଲେ କି  ସ୍ଲିଭ୍‌ ଗେଷ୍ଟ୍ରୋକ୍ଟୋମି ପରେ  ହାଡ଼ରେ ଲସ୍‌ ଅଫ୍‌ ଡେନସିଟିର ଆଶଙ୍କା ଥିଲା , କାରଣ ଅଧିକ ଓଜନ ହାଡ଼କୁ ଦୃଢ଼ କରିଥାଏ । ଲସ୍‌ ଅଫ୍‌ ବୋନ୍‌ ଡେନସିଟି ବ୍ୟତୀତ ଆମର ହର୍ମୋନ୍‌ ଓ ଶରୀର ପାଇଁ ଜରୁରୀ ପୋଷକ ତତ୍ୱ ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିଥାଏ ।

हार्मोन और पोषक तत्वों असर

ସେ କହିଛନ୍ତି, ଆମକୁ ଏମିତି ମେକାନିଜିମ୍‌ ଖୋଜିବାର ଆବଶ୍ୟକତା ରହିଛି , ଯାହା ଏହି କିଶୋରଙ୍କ ମଧ୍ୟରେ ମୋଟାପା ସହ  ତାଙ୍କର ହାଡ଼ ପାଇଁ ମଧ୍ୟ ସୁରକ୍ଷିତ ହୋଇପାରିବ । କିଶୋରାବସ୍ଥା  ହାଡ଼ ଓ ମାଂସପେଶୀ ଗୁଡ଼ିକର ବିକାଶ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ  ସମୟ । ଏହି ସମୟରେ ସ୍ୱାସ୍ଥ୍ୟ ସହ କରାଯାଇଥିବା  ଭୁଲ୍‌ ପ୍ରୟୋଗ ଭବିଷ୍ୟତରେ ଭୟଙ୍କର କ୍ଷତି କରିପାରେ ।