PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଓଜନ କମାଇଲେ ପୁରସ୍କାର ଦେବେ ସରକାର, ନିୟମିତ ୱାର୍କଆଉଟ୍‌ କରୁଥିବା ଲୋକଙ୍କୁ ମିଳିବ ମାଗଣା ଭାଉଚର ଓ ନଗଦ ଟଙ୍କା

ନୂଆଦିଲ୍ଲୀ ୨୬/୦୭: ଆଜି କାଲିର ଅନିୟମିତ ଜୀବନଶୈଳୀ, ଲୋକଙ୍କ ମଧ୍ୟରେ ମାନସିକ ଚାପର ବୃଦ୍ଧି ଯୋଗୁ ମୋଟାପଣ ସମସ୍ୟା ବି ବୃଦ୍ଧି ପାଉଛି । ଏହାକୁ ଲକ୍ଷ୍ୟ କରି ବ୍ରିଟେନ୍‌ ସରକାର ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛନ୍ତି । ସେ ଅନୁସାରେ, ଯେଉଁ ଲୋକମାନେ ଓଜନ କମାଇବା ସହ ସନ୍ତୁଳିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସୁବିଧା ମିଳିବ । କମ୍‌ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ସହ ନିୟମିତ ଭାବେ ୱାର୍କଆଉଟ୍‌ କରୁଥିବା ଲୋକ ଓ ସେମାନଙ୍କ ପରିବାରକୁ ମାଗଣା ଭାଉଚର, ଟିକେଟ୍‌ ଓ ନଗଦ ଟଙ୍କା ପୁରସ୍କାର ବାବଦରେ ପ୍ରଦାନ କରାଯିବ ।

ପ୍ରସ୍ତାବିତ ଯୋଜନା ଅନୁସାରେ ଏକ ଆପ୍‌ ମାଧ୍ୟମରେ ଲୋକମାନେ ସୁପରମାର୍କେଟ୍‌ରେ କରୁଥିବା କିଣାକିଣି ଉପରେ ନଜର ରଖାଯିବ । ଯେଉଁମାନେ ଅଧିକ କ୍ୟାଲୋରୀର ଖାଦ୍ୟପେୟ କମ୍‌ କିଣୁଥିବେ ଓ ଫଳ-ପନିପରିବା ବେଶି କିଣୁଥିବେ ସେମାନଙ୍କୁ ପୁରସ୍କାର ମିଳିବ । ଏହାଛଡ଼ା ଯେଉଁ ଲୋକ ସାର୍ବଜନୀନ କାର୍ଯ୍ୟକ୍ରମ(ବିଭିନ୍ନ ପ୍ରକାର ଦୌଡ଼କୁଦ)ରେ ସାମିଲ ହେଉଥିବେ, ସ୍କୁଲ-ଅଫିସ୍‌କୁ ପାଦରେ ଚାଲି ଯାଉଥିବେ ସେମାନଙ୍କୁ ଆପ୍‌ ଜରିଆରେ ଲୟାଲିଟି ପଏଣ୍ଟ ଦିଆଯିବ । ଏହି ପଏଣ୍ଟସ ବଦଳରେ ସେମାନେ ନଗଦ ଅର୍ଥ ପାଇପାରିବେ । ସେଠାରେ ଜଣେ ବ୍ୟବସାୟୀ କିଥ୍‌ ମାଇଲ୍‌ସଙ୍କୁ ଏହି ପ୍ରକଳ୍ପର ନେତୃତ୍ୱ ଦିଆଯାଇଛି । ବ୍ୟାୟାମ ସହ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।

ନିକଟରେ ଏଥିପାଇଁ ବ୍ରିଟେନ୍‌ ସରକାର ୬୧ କୋଟି ଟଙ୍କାର ପାଇଲଟ ଯୋଜନା ପାଇଁ ଟେଣ୍ଡର ଜାରି କରିଥିଲେ । ୪୦ଟି କଂପାନି ସେଥିନେଇ ଆଗ୍ରହ ପ୍ରକାଶ କରିଥିଲେ । ଏହି ଫଣ୍ଡର ବ୍ୟବହାର ଓଜନ କମ୍‌ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ରାଶି ଭାବେ ଦିଆଯିବ । ଜାନୁଆରୀ ମାସରୁ ପାଇଲଟ ଯୋଜନା ଆରମ୍ଭ ହେବ । ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କର ଓଜନ କେତେ କମିଛି ସେହି ଆଧାରରେ ପୁରସ୍କାର ମିଳିବ ।

ସୂଚନାଥାଉକି, ବ୍ରିଟେନ୍‌ ସରକାର ମୋଟାପଣ ସମସ୍ୟା ବିରୋଧରେ ବିଗତ କିଛି ବର୍ଷ ହେଲା କାମ କରୁଛନ୍ତି । ନିକଟରେ ସେଠାରେ ଟିଭିରେ ଜଙ୍କଫୁଡ୍‌ ବିଜ୍ଞାପନ ଦେଖାଇବା ଉପରେ କଟକଣାକୁ କଡ଼ା କରାଯାଇଥିଲା । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କର ପରାମର୍ଶଦାତା ଦେଶରେ ମିଠା ଓ ଲୁଣି ଖାଦ୍ୟ ଆଇଟମ୍‌ ଉପରେ ଟିକସ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ

ସମ୍ବନ୍ଧିତ ଖବର