PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପଶ୍ଚିମବଙ୍ଗ ନିର୍ବାଚନ : ୨୭ରୁ ଅଧିକ ବିଧାୟକଙ୍କୁ ମିଳିନି ଟିକେଟ, ଫିଲ୍ମ ତାରକାଙ୍କୁ ପ୍ରାଧାନ୍ୟ, ଜାଣନ୍ତୁ ଏଥର କିଭଳି ପ୍ରାର୍ଥୀ ଚୟନ କରିଛନ୍ତି ଦିଦି…

କୋଲକାତା, ୦୬/୦୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମସି ୨୯୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଚଳିତ ବର୍ଷ ନିର୍ବାଚନରେ ନନ୍ଦିଗ୍ରାମ ବିଧାନସଭା ସିଟକୁ ହାଇପ୍ରୋଫାଇଲ ଆସନ ବୋଲି କୁହାଯାଉଛି। ଏହି ଆସନରେ କଡା ମୁକାବିଲା ହେବାକୁ ଯାଉଛି। କାରଣ ଏହି ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଲଢିବାକୁ ଯାଉଛନ୍ତି।

ମମତା ଭବାନୀପୁରର ଆସନ ଛାଡି ଦେଇଛନ୍ତି। ସେ ଏଥର ନନ୍ଦିଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କ ସ୍ଥାନରେ ଭବାନୀପୁରରେ ସୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଟିକେଟ ମିଳିଛି। ତେବେ ନନ୍ଦୀଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ରହି ଆସିଛି। ତେଣୁ ଶୁଭେନ୍ଦୁ କହିଛନ୍ତି ଯେ, ସେ ମମତା ବାନାର୍ଜୀଙ୍କୁ ଏହି ଆସନରେ ୫୦ ହଜାର ଭୋଟରେ ହରାଇବେ। ତେବେ ସମସ୍ତଙ୍କ ନଜର ଏବେ ବିଜେପିର ପ୍ରାର୍ଥୀ ତାଲିକା ଉପରେ ରହିଛି। କାରଣ ନନ୍ଦିଗ୍ରାମରେ ମମତାଙ୍କୁ କଡ଼ା ଟକ୍କର ଦେବାକୁ ବିଜେପି ତାଙ୍କର ପୁରୁଣା ସହଯୋଗୀ ଶୁଭେନ୍ଦୁଙ୍କୁ ଓହ୍ଲାଇବ ବୋଲି କୁହାଯାଉଛି।

ତେବେ ଚଳିତ ବର୍ଷ ନିର୍ବାଚନ ପ୍ରାର୍ଥୀ ତାଲିକାରେ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ଵ କୌଣସି ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇ ନାହିଁ। ଅପର ପକ୍ଷରେ ପ୍ରାର୍ଥୀ ତାଲିକା ମଧ୍ୟରେ ୫୦ ମହିଳା, ୪୨ ମୁସଲମାନ, ୭୯ ଅନୁସୂଚିତ ଜାତି, ଓ ୧୭ ଅନୁସୂଚିତ ଜନଜାତିଙ୍କୁ ଟିକେଟ ମିଳିଛି। ଏଥର ବହୁ ପିଲ୍ମ ତାରକାଙ୍କୁ ମଧ୍ୟ ଟିକେଟ ମିଳିଛି। ତେବେ ତୃଣମୂଳ କଂଗ୍ରେସର ଏହି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି କୁହାଯାଉଛି। ସେ ସବୁ ବିଧାନସଭା ଆସନରେ ସର୍ଭେ କରି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସୂଚନାନୁଯାୟୀ, ଟିଏମସି ଏଥର ପ୍ରାୟ ୨୭-୨୮ ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ ଦେଇ ନାହିଁ। ଗତ ୪ ମାସ ମଧ୍ୟରେ ଟିଏମସି ଦୁଇ ଦୁଇଥର ସର୍ଭେ କରିଛି। ଏହି ସର୍ଭେ ଆଧାରରେ ବର୍ତ୍ତମାନର ବିଧାୟକଙ୍କ ଟିକେଟ କାଟି ଦିଆଯାଇଛି। ଟିକେଟ କଟିବା କାରଣରୁ ବହୁ ବିଧାୟକ ଅସନ୍ତୋଷ ଅଛନ୍ତି। ଟିଏମସିର ବହୁ ପୁରୁଣା ନେତା ପ୍ରଶାନ୍ତ କିଶୋରଙ୍କ ହସ୍ତକ୍ଷେପକୁ ପସନ୍ଦ କରୁ ନାହାଁନ୍ତି।

ତେବେ ଫିଲ୍ମ ଦୁନିଆରୁ ସାଂୟତିକା ବାନାର୍ଜୀ, କୌଶାନୀ ମୁଖାର୍ଜୀ, ଚିରଞ୍ଜିତ ଚକ୍ରବର୍ତ୍ତୀ, ଲଭଲି ମିତ୍ରା, କାଞ୍ଚନ ମଲିକ, ରାଜ ଚକ୍ରବର୍ତ୍ତୀଙ୍କୁ ମମତା ଏଥର ଟିକେଟ ଦେଇଛନ୍ତି। ଏହି ତାରକାଙ୍କ ଲୋକପ୍ରିୟତାକୁ ନେଇ ମମତା ନିର୍ବାଚନରେ ଗୋଟି ଚଳାଇବେ ବୋଲି କୁହାଯାଉଛି।