ବିଚ ରାସ୍ତାରେ ନିଶାସକ୍ତ ତିନି ବଙ୍ଗୀୟ ଯୁବତୀଙ୍କ ଉତ୍ପାତ

ଭୁବନେଶ୍ୱର ୨୨/୯: ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ରାସ୍ତା ମଝିରେ ତିନି ନିଶାସକ୍ତ ବଙ୍ଗୀୟ ଯୁବତୀ ଉତ୍ପାତ କରିବା ସହ ବାଟରେ ଯାଉଥିବା ଲୋକଙ୍କୁ ଅସଦ ବ୍ୟବହାର କରିଛନ୍ତି । ସେମାନଙ୍କ ଟ୍ରାଫିକ ଜାମ ହୋଇ ଯାଇଥିଲା । ଲୋକମାନେ ୩ ଜଣଙ୍କ ଭିଡିଓ ସୁଟିଂ କରି ସୋସିଆଲ୍‌ ମିଡିଆରେ ଭାଇରାଲ କରିଥିଲେ । ଖବରପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବଙ୍ଗୀୟ ଯୁବତୀଙ୍କୁ ହେପାଜତକୁ ନେବା ସହ ଗାଡିକୁ ଜବତ କରିଛି । ଗାଡି ଭିତରୁ ମଦ ବୋତଲ, ସିଗାରେଟ୍‌ ଓ ଗୁଟ୍‌କା ମଧ୍ୟ ଜବତ ହୋଇଛି । କାର୍‌ର ଡ୍ରାଇଭର ଫେରାର ହୋଇଯାଇଛି ।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ପୂର୍ବାହ୍ଣ ପ୍ରାୟ ୧୧ଟା ହେବ । ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ କାର୍‌ (ଓଆର ୦୨ ଏକ୍ସ୬୮୮୬) ସାମନ୍ତରାପୁର ଛକରେ ଅଟକିଥିଲା । ଗାଡ଼ିଟି ରାସ୍ତା ଉପରେ ପାର୍କିଂ କରିଥିଲେ । ଫଳରେ ରାସ୍ତାରେ ଯାଉଥିବା ଲୋକମାନେ ଏହାର ପ୍ରତିବାଦ କରିଥିଲେ । ହେଲେ ନିଶାସକ୍ତ ଯୁବତୀମାନେ କାର୍‌ରୁ ଓହ୍ଲାଇ ସେମାନଙ୍କୁ ଗାଳିଗୁଲଜ କରିବା ସହ ଉତ୍ପାତ କରିଥିଲେ । ଫଳରେ ରାସ୍ତାରେ ଶହଶହ ଗାଡ଼ିମୋଟର ଠିଆ ହେବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ୩ ଯୁବତୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ଖବରପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ୩ ଯୁବତୀଙ୍କୁ ହେପାଜତକୁ ନେବା ସହ କାର୍‌କୁ ଜବତ କରିଥିଲା ।

   ସମ୍ବନ୍ଧିତ ଖବର


ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା