ସାରଦା ଚିଟ୍‌ଫଣ୍ଡ ମାମଲା: ଗାୟବ ରାଜୀବ କୁମାରଙ୍କୁ ଧରିବାକୁ ସିବିଆଇର ସ୍ୱତନ୍ତ୍ର ଟିମ୍‌ ଗଠନ

କୋଲକାତା ୧୮/୯: ସାରଦା ଚିଟ୍‌ଫଣ୍ଡ ମାମଲାରେ ଅଭିଯୁକ୍ତ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ପାଇଁ ଆଡୁଆ ବଢ଼ିବାରେ ଲାଗିଛି । ଜେରା ପାଇଁ ସିବିଆଇ ନୋଟିସ ଜାରି କରିଥିଲା ବେଳେ ତାକୁ ଏଡାଇ ସେ ଗାୟବ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ତାଙ୍କୁ ଧରିବା ଲାଗି ସିବିଆଇ ଏବେ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୁମାରଙ୍କୁ ଠାବ କରିବା ଲାଗି ସିବିଆଇ ଉଦ୍ୟମ କରୁଛି । କୁମାରଙ୍କୁ ହାଜର ହେବା ଲାଗି ବୁଝାଇବାକୁ ରାଜ୍ୟର ପୁଲିସ ଡିଜି ଓ ମୁଖ୍ୟ ସଚିବଙ୍କୁ ସିବିଆଇ ପତ୍ର ଲେଖି ଅନୁରୋଧ ମଧ୍ୟ ଜଣାଇଛି । ହାଜର ହେବା ପାଇଁ ସିବିଆଇ ତାଙ୍କୁ ପୂର୍ବରୁ ଦୁଇଥର ନୋଟିସ ପଠାଇଥିଲେ ମଧ୍ୟ ତାକୁ କୁମାର ଏଡାଇ ଚାଲିଛନ୍ତି । ଗତ ଶୁକ୍ରବାର ତାଙ୍କ ଗିରଫଦାରୀ ଉପରେ ରହିଥିବା ରହିତାଦେଶକୁ କଲିକତା ହାଇକୋର୍ଟ ଉଠାଇ ଦେବା ପରେ ତାଙ୍କୁ ଗିରଫ କରିବା ଲାଗି ସିବିଆଇ ଯୋଜନା କରୁଛି । ଜେରାକୁ ଏଡାଇ ଚାଲିଥିବାରୁ ବର୍ତ୍ତମାନ ଆଇନ ଅନୁସାରେ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇ ଚିନ୍ତା କରୁଛି । ଗତକାଲି ପୁଲିସ ଡିଜି ସିବିଆଇକୁ ଚିଠି ଲେଖି ଅବଗତ କରିଛନ୍ତି ଯେ ତଦଦନ୍ତକାରୀ ସଂସ୍ଥା ଦେଇଥିବା ନୋଟିସକୁ କୁମାରଙ୍କ ବାସଭବନକୁ ପଠାଇ ଦିଆଯାଇଛି । ସେଠାରୁ କୌଣସି ଉତ୍ତର ମିଳିନାହିଁ । କିନ୍ତୁ କୁମାର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିବା ତାଙ୍କ ଓକିଲଙ୍କ ମାଧ୍ୟମରେ ଜଣାଇଛନ୍ତି । ସିବିଆଇର ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଗୁଆ ଜାମିନ ପାଇବା ଲାଗି ପ୍ରୟାସ କରୁଥିବା ଜଣାପଡିଛି ।

ଇତିମଧ୍ୟରେ କୁମାର କରିଥିବା ଆଗୁଆ ଜାମିନ ଆବେଦନକୁ ବରସାତ୍‌ର ଏକ ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି । ସ୍ୱତନ୍ତ୍ର କୋର୍ଟର ବିଚାରପତି ସଞ୍ଜୀବ ତାଲୁକଦାର ଜାମିନ ଆବେଦନର ଶୁଣାଣି ଲାଗି ମନା କରିଛନ୍ତି । କହିଛନ୍ତି ବିଧାୟକ ଓ ସାଂସଦମାନଙ୍କ ବିରୋଧରେ ରହିଥିବା ଫୌଜଦାରୀ ମାମଲାର ଶୁଣାଣି ଏହି କୋର୍ଟରେ କରାଯାଉଛି । ଏହା ତଳକୋର୍ଟ ହୋଇଥିବାରୁ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି କରିବାର କ୍ଷମତା ଏହାର ନାହିଁ । ତେବେ କୁମାର ଜିଲ୍ଲା ତଥା ଦୌରାଜଜ୍‌ଙ୍କ କୋର୍ଟରେ ଆଗୁଆ ଜାମିନ ଆବେଦନ କରିପାରିବେ ବୋଲି ବିଚାରପତି ତାଲୁକଦାର ପରାମର୍ଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ