ପଶ୍ଚିମବଙ୍ଗ ସରକାର ମାନିଲେ ସତ: କରୋନାରେ ୧୮ ନୁହେଁ, ୫୭ ଜୀବନ ଯାଇଛି

କୋଲକାତା, ୨୫/୪: ପଶ୍ଚିମବଙ୍ଗ ସରକାର ପ୍ରଥମଥର ପାଇଁ ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୧୮ ଜଣ ନୁହନ୍ତି, ବରଂ ୫୭ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୧୮ଜଣ କୋଭିଡ-୧୯ରେ ପ୍ରାଣ ହରାଇଥିଲା ବେଳେ ୩୯ ଜଣ କୋଭିଡ-୧୯ ସହ ଅନ୍ୟ ରୋଗରେ ପୀଡିତ ଥିଲେ । ରାଜ୍ୟର ମୁଖ୍ୟ ସଚିବ ରାଜୀବ ସିହ୍ନା ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରୀୟ ମନ୍ତ୍ରୀସ୍ତରୀୟ କମିଟି କରୋନା ଜନିତ ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନ ଉଠାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂଆ ତଥ୍ୟ ପ୍ରଦାନ କରାଯାଇଛି ।

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ, କେନ୍ଦ୍ର ସରକାରଙ୍କ ନିକଟକୁ ଆଜି ଏକ ଚିଠି ଲେଖିଥିବା ବେଳେ ରାଜ୍ୟ ସରକାର କରୋନା ମୃତ୍ୟୁସଂଖ୍ୟା ନେଇ ନୂଆ ତଥ୍ୟ ରଖିଛନ୍ତି । ଫଳରେ ଆଗକୁ ଏହା ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ।

   ସମ୍ବନ୍ଧିତ ଖବର


ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌