ପଶ୍ଚିମବଙ୍ଗରୁ ୧୦୦୦ କିଲୋ ବିସ୍ଫୋରକ ଜବତ, ଦୁଇ ଗିରଫ

କୋଲକାତା,୯।୩: ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଶନିବାର ୧ ହଜାର କିଲୋଗ୍ରାମର ବିସ୍ଫୋରକ(ପୋଟାସିୟମ ନାଇଟ୍ରେଟ୍) ସହିତ ୨ ଜଣଙ୍କୁ ଗିରଫ କରିଛି। ମିଳିଥିବା ଖବର ଅନୁସାରେ ଇନ୍ଦ୍ରଜିତ ଭୁଇ ଓ ପଦ୍ମଲୋଚନ ଦେ ଓଡିଶାରୁ ବିସ୍ଫୋରକ ପଦାର୍ଥ ନେଇ ଫଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଯାଉଥିଲେ। ଏସଟିଏଫ୍ ସେମାନଙ୍କୁ ବିଟି ରୋଡରେ ଥିବା ତାଲା ବ୍ରିଜ୍ ପାଖରେ ରୋକି ତଲାସୀ ଆରମ୍ଭ କରିଥିଲା। ଏଥିରେ ବହୁ ପରିମାଣରେ ବିସ୍ଫୋରକ ଜବତ କରାଯାଇଥିଲା।
ଏସଟିଏଫର କହିବା ଅନୁସାରେ ଏବେ ଦୁହିଁଙ୍କୁ ପଚରା ଉଚରା କରାଯାଉଛି। ଏତେ ପରିମାଣରେ ବିସ୍ଫୋରକ ନେଇ ସେମାନେ କେଉଁ ଉଦେଶ୍ୟରେ ଆସୁଥିଲେ ତାହାର ଯାଞ୍ଚ କରାଯିବ। ନିର୍ବାଚନ ପୂର୍ବରୁ ଏତେ ପରିମାଣର ବିସ୍ଫୋରକ ପଦାର୍ଥ ମିଳିବା ଖୁବ୍ ଗମ୍ଭୀର ମାମଲା। ଏସଟିଏଫ୍ ଏବେ ଏହି ମାମଳାର ତଦନ୍ତ କରୁଛି। ଏହା ପୂର୍ବରୁ ଗତ ୨୯ ଜାନୁଆରୀରେ ପାକୁଡ ପୋଲିସ ମଧ୍ୟ ବହୁ ମାତ୍ରରେ ବିସ୍ଫୋରକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେମାନଭ୍କ ନିକଟୁ ୨୫ କିଲୋ ଆମୋନିଆ ନାଇଟ୍ରେଟ୍, ୨୨୫ ପିସ୍ ଜିଲୋଟିନ୍, ୧୫୦ ଖଣ୍ଡ ଡିଟୋନେଟର ଏବଂ ଏକ ବାକ୍ସ ଉଦ୍ଧାର କରିଥିଲେ।