PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ରାତିରେ ବୁଲୁଛି ଅଜଣା ଜନ୍ତୁ, ଏତେ ବଡ଼ ବଡ଼ ପାଦ ଦେଖି ଛାନିଆ ଲୋକେ, ସନ୍ଧ୍ୟା ହେଉ ହେଉ ସବୁ ଘରେ କବାଟ ବନ୍ଦ..

ନୂଆଦିଲ୍ଲୀ,୨୬/୦୧: ରାତିହେଲେ ଗାଁରେ ପଶୁଛି କୋକୁଆ ଭୟ । ଛାନିଆ ହେଉଛନ୍ତି ଲୋକେ । କାହିଁକି ନାଁ ଗାଁରେ ଶୁଭୁଛି ଅଜଣା ଜନ୍ତୁଙ୍କ ବିକଟାଳ ଶବ୍ଦ । ଆପଣଙ୍କୁ ଏ ଘଟଣା ହୁଏତ କୌଣସି ଏକ କାଳ୍ପନୀକ କିମ୍ବା ସିନେମାର କାହାଣୀ ପରି ଲାଗୁଥାଇପାରେ, କିନ୍ତୁ ଏହା ସତ । ଏମିତି କିଛି ଘଟଣା ଦେଖିବାକୁ ମିିଳିଛି ପଶ୍ଚିମବଙ୍ଗର ଝାରଗ୍ରାମ ଜିଲ୍ଲାର କିଛି ଗାଁରେ । ସକାଳୁ ଉଠିଲା ବେଳକୁ ଗାଁ ଦାଣ୍ଡରେ ଲୋକେ ଦେଖିବାକୁ ପାଇଥିଲେ ବଡ଼ ବଡ଼ ପାଦଚିହ୍ନ । ଏହାକୁୂ ଲୋକେ ଭୟଭିତ ହେବା ସହିତ ଏହା କେଉଁ ଏକ ଅଜଣା ଜନ୍ତୁର ବୋଲି କୁହାଯାଉଛି । ପାଖାପାଖି ଅନେକ ଗାଁରେ ମଧ୍ୟ ଏଭଳି ପାଦଚିହ୍ନ ଦେଖିବାକୁ ମିଳିଥିଲା କିନ୍ତୁ ଏହା କେଉଁ ଜୀବର ପାଦଚିହ୍ନ ତାହା ଗାଁ ଲୋକେ ଚିହ୍ନଟ କରିପାରୁନାହାନ୍ତି । କିନ୍ତୁ ପାଦଚିହ୍ନର ଆକାର ବହୁତ ବଡ଼ ରହିଛି । ଘଟଣାଟି ଝାରଗ୍ରାମର ଲାଲଗଡ଼ ନିକଟବର୍ତ୍ତି କନ୍ୟାବଲି ଗାଁର ଅଟେ ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, କେବଳ ଏହି ଗାଁ ନୁୁହେଁ ବରଂ ନିକଟସ୍ଥ ଗାଁ ଯେପରିକି ଲକ୍ଷ୍ମଣପୁର ଏବଂ କୁମିରକାଟାରେ ବି ଏଭଳି ଅଜଣା ଜନ୍ତୁୂଙ୍କର ବଡ଼ବଡ଼ ପାଦଚିହ୍ନ ଦେଖିବାକୁ ମିଳିଥିଲା । ସେପଟେ ଏ ଘଟଣାକୁ ନେଇ ବନବିଭାଗର ଅଧିକାରୀ ମାନେ କହିଛନ୍ତି ଯେ, ଗତ କିଛିଦିନ ହେବ ଏଭଳି ପାଦଚିହ୍ନ ଦେଖିବାକୁ ମିଳୁଛି । ମଙ୍ଗଳବାର ଦିନ କନ୍ୟାବଲି ଗାଁରେ ଅଜଣା ଜନ୍ତୁଙ୍କର ପାଦଚିହ୍ନ ଦେଖିିବାକୁ ମିଳିଥିଲା । କେହି କେହି ଏହାକୁ ମହାବଳ ବାଘର ପଞ୍ଝା ବୋଲି କହୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ସ୍ୱୀକାର କରୁନାହାନ୍ତି ।

ଗ୍ରାମବାସୀଙ୍କ କହିବା ଅନୁସାରେ ଏଭଳି କିଛି ପାଦଚିହ୍ନ ୨୦୧୬ରେ ବି ଦେଖିବାକୁ ମିଳିଥିଲା । ତେଣୁ ପୁଣିଥରେ ଏଭଳି ଏକ ପାଦଚିହ୍ନ ଦେଖି ଆତଙ୍କିତ ଗାଁ ଲୋକେ । ଲୋକଙ୍କ କହିବା ଅନୁସାରେ ଯଦି ଏହା ମହାବଳ ବାଘର ପାଦଚିହ୍ନ ହୋଇଥାଏ, ତାହେଲେ ଏହା ସମସ୍ତଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିବ । ଯଦିଓ ଏ ପର୍ଯ୍ୟନ୍ତ ଅଜଣା ଜନ୍ତୁ କାହାର କିଛି କ୍ଷତି କରିନାହିଁ, ତଥାପି କେଉଁଠି ନା କେଉଁଠି ଏହାକୁ ନେଇ ଡରୁଛନ୍ତି ଲୋକେ । ତେବେ ଏ ଘଟଣାକୁ ନେଇ ବନବିଭାଗକୁ ଅବଗତ କରାଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ବନବିଭାଗ ପକ୍ଷରୁ ନିଆଯାଇନାହିଁ ବୋଲି ଲୋକେ କହିଛନ୍ତି । କେବଳ ଏତିକି ନୁହେଁ ଅଜଣା ଜନ୍ତୁ ଭୟରେ ଲୋକମାନେ ଗୃହପାଳିତ ପଶୁଙ୍କୁ ବି ଜଙ୍ଗଲକୁ ଛାଡ଼ୁନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ବନବିଭାଗ କହିଛି ଯେ, ଅଜଣା ଜନ୍ତୁକୁ କାବୁ କରିବାକୁ ପୁରା ଟିମ୍‌ ଲାଗିପଡ଼ିଛନ୍ତି ।