PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ହେଟମାୟାର୍ ଓ ହୋପଙ୍କ ବିସ୍ଫୋରକ ଶତକରେ ଭାରତ ଘାଇଲା, ଇଣ୍ଡିଜ୍ ୮ ଓ୍ୱିକେଟରେ ବିଜୟୀ

ଚେନ୍ନାଇ,୧୫|୧୨: ଚେନ୍ନାଇରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ ଇଣ୍ଡିଜ ୮ ଓ୍ୱିକେଟରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରେୟସ ଆୟାର ଓ ଋଷଭ ପନ୍ତଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ ୨୮୭ ରନ୍ କରିଥିଲା।

ପ୍ରଥମେ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ। ରାହୁଲ ମାତ୍ର ୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ୪ ରନ କରି ଆଉଟ ହୋଇଥିଲେ। ଲୟକୁ ଫେରୁଥିବା ରୋହିତ ୩୬ ରନରେ ଜଲଜାରୀ ଜୋସେଫଙ୍କ ଶିକାର ହୋଇଥିଲେ। ଫଳରେ ଭାରତର ଓପନିଂ ଭୁଶୁଡି ପଡିଥିଲା। ଏହାପରେ ଋଷଭ ପନ୍ତ ଓ ଶ୍ରେୟସ ଆୟାର ସତର୍କତାର ସହ ବ୍ୟାଟିଂ କରି ଦଳର ସ୍କୋରକୁ ଆଗରୁ ନେଇଥିଲେ। ଋଷଭ ୭୧ ରନ କରିଥିବା ବେଳେ ଶ୍ରେୟସ ୭୦ ରନ କରି ଆଉଟ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ କେଦାର ଯାଦବ ୪୦ ଓ ରବୀନ୍ଦ୍ର ଜାଡେଜା ୨୧ ରନ କରିଥିଲେ।  ଫଳରେ ଦଳ ୨୮୭ ରନ କରିବାକୁ ସକ୍ଷମ ହୋଇଥିଲା।

ତେବେ ୨୮୮ ରନର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଇଣ୍ଡିଜକୁ ସଅଳ ଏକ ଝଟକା ଲାଗିଥିଲା। କିନ୍ତୁ ଶିମରନ୍ ହେଟମାୟାର ଭାରତୀୟ ବୋଲିଂକୁ ଜବାବ ଦେଇ ଶତକ ପୂରଣ କରିଥିଲେ। ତାଙ୍କୁ ସାଇ ହୋପ ସହଯୋଗ କରିଥିଲେ। ସେ ମଧ୍ୟ ଶତକୀୟ ପାଳି ଖେଳିଥିଲଲେ। ଉଭୟେ ଦଳକୁ ବିଜୟ ଅଭିମୁଖେ ନେଇଥିଲେ। ହେଟମାୟାର ୧୩୯ ରନ କରି ଆଉଟ ହୋଇଥିଲେ। ହୋପ୍ ୧୦୨ ରନ୍ କରି ଅପରାଜେୟ ଥିଲେ।

ଭାରତ ପକ୍ଷରୁ ମହମ୍ମଦ ଶାମି ଓ ଦୀପକ ଚହର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।