ପ୍ରଥମ ଟେଷ୍ଟ: ଭାରତ ପ୍ରଥମ ଇନିଂସ୍‌ ୨୯୭,ଜାଡେଜାଙ୍କ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ, ୨୪/୮ : ପ୍ରଥମ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲେ ବି ମଧ୍ୟଭାଗରେ ଅଜିଙ୍କ୍ୟ ରାହାଣେଙ୍କ ଧୈର୍ଯ୍ୟପୂର୍ଣ୍ଣ (୮୧) ପ୍ରଦର୍ଶନ ଭାରତକୁ ଏକ ସମ୍ମାନଜନକ ସ୍ଥିତିରେ (୬/୨୦୩) ପହଞ୍ଚାଇଥିଲା । ଦ୍ୱିତୀୟ ଦିବସରେ ରବିନ୍ଦ୍ର ଜାଡେଜା ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଫଳରେ ପ୍ରଥମ ଇନିଂସରେ ଭାରତ ୨୯୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଛି ।

ପ୍ରଥମ ଦିବସର ଅସମାପ୍ତ ପ୍ରଥମ ଇନିଂସ ୬/୨୦୩ ରନ୍‌ରୁ ଅପରାଜିତ ରିଷଭ ପନ୍ତ (୨୦) ଓ ଜାଡେଜା (୩) ଆଜି ଖେଳ ଆରମ୍ଭ କରିଥିଲେ । କିନ୍ତୁ ଏହି ଯୋଡ଼ି ଅଧିକ ସମୟ ତିଷ୍ଠି ପାରିନଥିଲା । ପନ୍ତ ପୂର୍ବ ସ୍କୋରରେ ମାତ୍ର ୪ ରନ୍‌ ଯୋଡ଼ି (୨୪) ଆଉଟ୍‌ ହୋଇଥିଲେ । ତାଙ୍କ ସ୍ଥାନ ପୂରଣ କରିଥିଲେ ଦ୍ରୁତ ବୋଲର ଈଶାନ୍ତ ଶର୍ମା । ନୂଆ ବଲରେ ପୁଣି ସେଟ୍‌ ବ୍ୟାଟ୍ସମ୍ୟାନ ଜାଡେଜାଙ୍କ ସହ ଉପଯୁକ୍ତ ତାଳମେଳ ରକ୍ଷା କରି ଦଳୀୟ ସ୍କୋରକୁ ଆଗେଇ ନେବାରେ ସହାୟକ ହୋଇଥିଲେ ସେ । ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ଗଢ଼ି ଉଠିଥିଲା । ଏହାପରେ ଈଶାନ୍ତ ପାଭିଲିୟନ ଫେରିଥିଲେ । ସେ ୧୯ ରନ୍‌ ସଂଗ୍ରହ କରିଥିଲେ ।

ଜାଡେଜା ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୫୮ ରନ୍‌ ସଂଗ୍ରହ କରିଥିଲେ । ଯେଉଁଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଥିଲା । ଜଶପ୍ରୀତ ବୁମ୍‌ରା ୪ ରନ୍‌ କରି ଅପରାଜିତ ରହିଥିଲେ । ଘରୋଇ ଦଳର ପେସ୍‌ ତାରକା କେମାର ରୋଚ ପ୍ରଥମ ଇନିଂସରେ ସର୍ବାଧିକ ୪ ୱିକେଟ୍‌ ଏବଂ ସାନନ ଗାବ୍ରିଏଲ୍‌ ୩ଟି ଓ ରୋଷ୍ଟନ ଚେଜ ୨ଟି ୱିକେଟ୍‌ ହାସଲ କରିଥିଲେ ।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ