ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଓହରିଲା ବଲାଙ୍ଗୀର ବାର୍‌ ଆସୋସିଏସନ୍‌ର

କଟକ ୧୫/୨: ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଓକିଲ ସଂଘ ଏବଂ ଲୋଇସିଂହା ଓକିଲ ସଂଘ ଚଳାଇଆସୁଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରି ନିଆଯାଇଛି । ଆସନ୍ତା ୧୫ ତାରିଖରେ ଉଭୟ ସଂଘର ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ।

ଏ ସଂକ୍ରାନ୍ତରେ ଉଭୟ ସଂଘ ପକ୍ଷରୁ ରାଜ୍ୟ ଆଇନଜୀବୀ ପରିଷଦକୁ ଅବଗତ କରାଯାଇଛି । ଉଲ୍ଲେଖ ଥାଉକି, ଓଡ଼ିଶାରେ ବିଭିନ୍ନ ବାର୍‌ ଆସୋସିଏସନ୍‌ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିବା ଲାଗି ଭାରତୀୟ ଆଇନଜୀବୀ ପରିଷଦ ପଦକ୍ଷେପ ନେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭାରତୀୟ ଆଇନଜୀବୀ ପରିଷଦ ଆନ୍ଦୋଳନ ଚଲାଇଥିବା ବାର୍‌ଗୁଡ଼ିକୁ ଏହାକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ପଶ୍ଚିମଓଡ଼ିଶାର କେତେକ ବାର୍‌ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି ।

   ସମ୍ବନ୍ଧିତ ଖବର


ଝିଅ ସହ କଥା ହେବାରୁ ପତ୍ନୀଙ୍କୁ ୩୦୦ ଖଣ୍ଡ କରିଥିଲେ ଲେଫ୍ଟନାଣ୍ଚ କର୍ଣ୍ଣେଲ୍

ପୁଣି ବିବାଦରେ ‘ପାଟଣାଗଡ଼’ ଫିଲ୍ମ, ରିଲିଜ ପୂର୍ବରୁ ଲାଗିଲା ରୋକ

ଫିଟ୍‌ନେସ ସହିତ ସଞ୍ଚୟ: ୩୦ଥର ବସଉଠ ହେଲେ ମାଗଣାରେ ମିଳିବ ରେଲଓ୍ବେ ଟିକେଟ୍

ଅହମ୍ମଦାବାଦରେ ଅଗ୍ନିକାଣ୍ଡ, ଜୀବନ୍ତ ଦଗ୍ଧ ହେଲେ ୩ ଓଡ଼ିଆ ଶ୍ରମିକ