PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ କରୁଛି ୱେଷ୍ଟର୍ଣ୍ଣ ଡ଼ିଜିଟାଲ

ଭୁବନେଶ୍ୱର: ୱେଷ୍ଟର୍ଣ୍ଣ ଡିଜିଟାଲ୍ କର୍ପୋରେସନ୍ (ଏନ୍ଏଏସ୍‌ଡିଏକ୍ୟୁ: ଡବ୍ଲୁଡିସି) ଏହାର ଆଧୁନିକ ସଂସ୍କରଣ, ସାନ୍‌ଡିସ୍କ ଡୁଆଲ୍ ଡ୍ରାଇଭ୍‌କୁ ଆଜି ଭୁବନେଶ୍ୱରରେ ପ୍ରଦର୍ଶନ କରିଛି। ସାନ୍‌ଡିସ୍କ ଡୁଆଲ୍ ଡ୍ରାଇଭ୍ ଏକ ଉଚ୍ଚ କାର୍ଯ୍ୟକ୍ଷମ ଡ୍ରାଇଭ୍ ଅଟେ, ଯାହାଦ୍ୱାରା ତଥ୍ୟଗୁଡ଼ିକୁ ସହଜରେ ସ୍ମାର୍ଟଫୋନ୍ କିମ୍ବା ଟାବ୍‌ଲେଟ୍‌ରୁ ଲାପ୍‌ଟପ, ପିସି ବା ମ୍ୟାକ୍ କମ୍ପ୍ୟୁଟରକୁ ସ୍ଥାନାନ୍ତରିତ କରାଯାଇପାରିବ। ଲୋକମାନଙ୍କୁ ସୃଷ୍ଟି, ପରିଚାଳନା, ଅନିଭୂତି ପ୍ରଦାନ କରିବା ଓ ଡିଜିଟାଲ୍ ବିଷୟଗୁଡ଼ିକୁ ସଂରକ୍ଷିତ ରଖିବା ପାଇଁ ୱେଷ୍ଟର୍ଣ୍ଣ ଡିଜିଟାଲ୍ ଏହାର ଡିଭାଇସ୍ ମାଧ୍ୟମରେ କାର୍ଯ୍ୟକ୍ଷମତା ଓ ଦକ୍ଷତାର ଏକ ଉତ୍ତମ ସମିଶ୍ରଣ ପ୍ରଦାନ କରୁଛି।

ସାନ୍‌ଡିସ୍କ ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍ ଏମ୍୩.୦ ଓ ସାନ୍‌ଡିସ୍କ ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍ ୟୁଏସ୍‌ବି ଟାଇପ୍-ସି ‘ମୋବାଇଲ୍ କି ପେନ୍ ଡ୍ରାଇଭ୍’ ଭାବେ ସ୍ଥାନିତ କରାଯାଇଛି। ଏହା ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ବିଭିନ୍ନ ବିଶ୍ୱସନୀୟ ଲାଭ ସହିତ ସୁବିଧାଜନକ ଓ ବ୍ୟବହାରକ୍ଷମ ଭାବେ ବିଷୟଗୁଡ଼ିକୁ ଗଚ୍ଛିତ କରିବା ତଥା ସେୟାରିଂ କରିବା ସକ୍ଷମତା ପ୍ରଦାନ କରୁଛି। ଏହି ଫ୍ଲାସ୍ ଡ୍ରାଇଭ୍ ଦୁଇଟି କନେକ୍ଟର୍ ସହିତ ଆସୁଛି। ଗୋଟିଏ ସ୍ମାର୍ଟଫୋନ୍ ସହିତ (ମାଇକ୍ରୋ ୟୁଏସ୍ବି ବା ଟାଇପ୍-ସି) ଓ ଅନ୍ୟଟି କମ୍ପ୍ୟୁଟର୍ ସହିତ (ଟାଇପ୍-ଏ) ସଂଯୋଗ କରୁଛି, ଯାହା ଗ୍ରାହକମାନଙ୍କୁ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ସମକକ୍ଷ ଡିଭାଇସ ଗୁଡ଼ିକ ମଧ୍ୟରେ ତଥ୍ୟ ସ୍ଥାନାନ୍ତର କରିବା ପାଇଁ ସହଜରେ ଅନୁମତି ପ୍ରଦାନ କରୁଛି।

ଏହି ଅବସରରେ ୱେଷ୍ଟର୍ଣ୍ଣ ଡିଜିଟାଲ୍ ପକ୍ଷରୁ ଏହାର ମାର୍କେଟିଂ ନିର୍ଦ୍ଦେଶକ, ଜଗନାଥନ ଚେଲିଆ, କହିଛନ୍ତିଯେ, “ୱେଷ୍ଟର୍ଣ୍ଣ ଡିଜିଟାଲରେ ଆମେ ସବୁବେଳେ ଗ୍ରାହକମାନଙ୍କୁ କିଛି ଅଧିକ କରିବା ନିମନ୍ତେ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରଚେଷ୍ଟା ଉପରେ ଦୃଷ୍ଟି ନିକ୍ଷେପ କରୁ। ବ୍ୟବୟସାପେକ୍ଷ ମୂଲ୍ୟରେ ଗ୍ରାହକମାନଙ୍କୁ ଉପଯୁକ୍ତ ଓ ବିଶ୍ୱସନୀୟ ଷ୍ଟୋରେଜ୍ ସମାଧାନ ପ୍ରଦାନ କରିବା ନିମନ୍ତେ ଆମେ ସାନ୍‌ଡିସ୍କ ମୋବାଇଲ୍ ସମାଧାନ ଶୃଙ୍ଖଳକୁ ସଂପ୍ରସାରିତ କରୁଛୁ, ଯାହାଦ୍ୱାରା ସେମାନେ ମୋଟ ଉପରେ ସେମାନଙ୍କର ସ୍ମାର୍ଟଫୋନ୍ ଓ ପିସି ଅନୁଭୂତିକୁ ତ୍ୱରାନ୍ୱିତ କରପାରିବେ। ଓଡ଼ିଶା ଆମ ପାଇଁ, ବିଶେଷ କରି ସାନ୍‌ଡିସ୍କ ବ୍ରାଣ୍ଡ ରେଞ୍ଜ୍ର ଉତ୍ପାଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ କୌଶଳଭିତ୍ତିକ ବଜାର। ଆମେ କିଛି ଉତ୍ସାହଜନକ ଜ୍ଞାନକୌଶଳ ପ୍ରଦାନ କରୁଛୁ, ଯାହା ଗ୍ରାହକମାନଙ୍କ ଜୀବନକୁ ସରଳ କରୁଛି।”

ଏହି ଡ୍ରାଇଭ୍ ୧୬ ଜିବି, ୩୨ ଜିବି, ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବି ଗଚ୍ଛିତ ବିକଳ୍ପ ସହିତ ଉପଯୁକ୍ତ ମୂଲ୍ୟ ସହିତ ସମସ୍ତ ଅଞ୍ଚଳରେ ଥିବା ରିଟେଲର୍ ଓ ଇ-କମର୍ସ ୱେବସାଇଟ୍ ମାନଙ୍କରେ ଉପଲବ୍ଧ ହେଉଛି।