ମହାରାଷ୍ଟ୍ରରୁ ୟୁପି ଯିବା ବଦଳରେ ଓଡିଶାରେ ଆସି ପହଁଞ୍ଚିଲା ଟ୍ରେନ୍, ଯାତ୍ରୀଙ୍କ ହଙ୍ଗାମା ପରେ ରେଲଓ୍ବେ ଦେଲା ଏଭଳି ସଫେଇ

ନୂଆଦିଲ୍ଲୀ,୨୩।୫: ମହାରାଷ୍ଟ୍ରର ଓ୍ବସଇରୁ ଗୋରଖପୁର ପାଇଁ ବାହାରିଥିବା ଟ୍ରେନ ଓଡିଶାରେ ଆସି ପହଁଞ୍ଚିଥିଲା। ଯାତ୍ରୀମାନେ ହଙ୍ଗାମା କରିବା ପରେ ରେଲଓ୍ବେ ପକ୍ଷରୁ ସଫେଇ ଦିଆଯାଇଛି। ୨୧ ମଇରେ ବସଇରୁ ଗୋରଖପୁର ପାଇଁ ବାହାରିଥିବା ସ୍ପେଶାଲ ଟ୍ରେନର ରୁଟ୍ ଡାଇଭର୍ଟ ହେବା ନେଇ ପଶ୍ଚିମ ରେଲଓ୍ବେ ସଫେଇ ଦେଇଛି। ରେଲଓ୍ବେର କହିବା ଅନୁସାରେ ବହୁ ସଂଖ୍ୟାରେ ଶ୍ରମିକଙ୍କ ସ୍ପେଶାଲ ଟ୍ରେନ୍  ଚାଲିବା କାରଣରୁ ଜଲଗାଓଁ, ଭୁସାଓ୍ବଲ, ଖଣ୍ଡଓ୍ବା, ଇଟାରସି, ଜବଲପୁର ରୁଟରେ ଖୁବ୍  ଟ୍ରାଫିକ୍ ଥିଲା। ତେଣୁ ବିଳାସପୁର ରୁଟରୁ ଗୋରଖପୁର ଯାଉଥିବା ଟ୍ରେନକୁ ଡାଇଭର୍ଟ କରିବାକୁ ପଡିଛି।

ରେଲଓ୍ବେର କହିବା ଅନୁସାରେ, ବହୁ ସଂଖ୍ୟାରେ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିବା କାରଣରୁ ଜଲଗାଓଁ-ଭୁସାଓ୍ବଲ-ଖଣ୍ଡଓ୍ବା-ଇଟାରସି-ଜବଲପୁର ରୁଟରେ ଖୁବ୍ ଅଧିକ ଟ୍ରାଫିକ୍ ଥିଲା, ତେଣୁ ବିଳାସପୁର ରୁଟରୁ ଗୋରଖପୁର ଯିବା ପାଇଁ ଟ୍ରେନକୁ ଡାଇଭର୍ଟ କରିବାକୁ ପଡିଥିଲା। ବସଇ-ଗୋରଖପୁର ଶ୍ରମିକ ସ୍ପେଶାଲ ଟ୍ରେନ୍, ଯାହାକି ୨୧ ମଇ ୨୦୨୦ରେ ଯାତ୍ରା କରିଥିଲା, ତାହା କଲ୍ୟାଣ-ଜଲଗାଓଁ-ଭୁସାଓ୍ବଲ-ଖଣ୍ଡଓ୍ବା-ଇଟାରସି-ଜବଲପୁର-ମାନିକପୁର ରୁଟରେ ଚଳାଯିବାର ଥିଲା।

ରୁଟ୍ ବଦଳିବା କାରଣରୁ ଓଡିଶରେ ଟ୍ରେନ ପହଁଞ୍ଚିବା ପରେ ଯାତ୍ରୀମାନେ ଯୋରଦାର ହଙ୍ଗାମା କରିଥିଲେ। ଯାହାପରେ ପଶ୍ଚିମ ରେଲଓ୍ବେ ପକ୍ଷରୁ ଏହି ସଫେଇ ଦିଆଯାଇଥିଲା। ଇଟାରସି, ଜବଲପୁର ଓ ପଶ୍ଚିମ ଦୀନଦୟାଲ ନଗର ମାର୍ଗରେ ବହୁ ସଂଖ୍ୟାରେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଳିବାର କାରଣରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ରେଲଓ୍ବେ ବୋର୍ଡ ଡାଇଭର୍ଟ ରୁଟ୍ ବିଳାସପୁର-ଝାରସୁଗୁଡା-ରାଉରକେଲା ବାଟ ଦେଇ ଚଲେଇବାକୁ ନିଷ୍ପତ୍ତି ନେଇଥିଲା।

   ସମ୍ବନ୍ଧିତ ଖବର


ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ