କଂଗ୍ରେସର ପ୍ରଚାର କରିବାକୁ ଆସି ବିଜେପିକୁ ପ୍ରଶଂସା କରିଦେଲେ ଅମୀଷା ପଟେଲ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୨୨।୪: ୨୦୧୯ ଲୋକସଭା ନିର୍ବାଚନ ନେତାଙ୍କ ପାଇଁ କୌଣସି ଯୁଦ୍ଧ ଠାରୁ କମ୍ ନୁହେଁ। ତେଣୁ ନେତାମାନେ ଏହି ନିର୍ବାଚନ ଜିତିବା ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ। ଏଥର ନିର୍ବାଚନରେ ଗ୍ଲାମର ତଡକା ବେଶ୍ ଦେଖିବାକୁ ମିଳିଛି। କଂଗ୍ରେସ ହେଉ କିମ୍ବା ବିଜେପି ନିର୍ବାଚନରେ ଜିତିବା ପାଇଁ ସମସ୍ତ ବଲିଉଡ ସେଲିବ୍ରିଟିଙ୍କୁ ନେଇ ପ୍ରଚାର କରିବାରେ ପଛରେ ନାହାଁନ୍ତି। ସେଭଳି କଂଗ୍ରେସ ପାଇଁ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ନିର୍ବାଚନ ପ୍ରଚାର କରିଛନ୍ତି। କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଯାଇ ଅମୀଷା ବିଜେପିକୁ ପ୍ରଶଂସା କରିଦେଇଛନ୍ତି। ଏବେ ତାଙ୍କର ନିର୍ବାଚନୀ ପ୍ରଚାର ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
#Feed24India RT iAnkurSingh: Ameesha Patel went to campaign for Congress candidate.
— Feed24India (@Feed24India) April 22, 2019
But praised Gujarat Model of Development 🤣🤣 pic.twitter.com/kUakpGlXis
ଉଲ୍ଲେଖନୀୟ ଯେ, ରବିବାର ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଗୁଜରାଟର ବଡୋଦରାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ। ତେବେ ଯେତେବେଳେ ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ ସେ ସମୟରେ ଅଜାଣତରେ ବିଜେପିର ପ୍ରଶଂସା କରି ପକାଇଥିଲେ। ପ୍ରକୃତ କଥାଟି ହେଉଛି ଅମୀଷା ଗୁଜରାଟ ମଡେଲ ଓ ବିକାଶକୁ ଖୁବ୍ ପ୍ରଶଂସା କରିଥିଲେ ଓ କହିଥିଲେ, ‘ ଗୁଜରାଟ ଭାରତର ଏକ ଖୁବ୍ ଜରୁରୀ ରାଜ୍ୟ, ଯେଉଁଭଳି ଭାବରେ ଏଠାରେ ପ୍ରଗତି ଏବଂ ଉନ୍ନତି ହୋଇଛି, ତାହା ସାରା ଦେଶ ପାଇଁ ଉଦାହରଣ। ଏଭଳି ଯଦି ପ୍ରତ୍ୟେକ ରାଜ୍ୟ ହୋଇଯାଏ ତେବେ ଜଣାନାହିଁ ଭାରତ କେଉଁଠି ପହଁଞ୍ଚିଯିବ।’
ଗୁଜରାଟର ମଡେଲ ଓ ବିକାଶ ବିଜେପି ସରକାର ଯୋଗୁଁ ହୋଇଛି। ତେଣୁ ଅଜାଣତରେ ଅମୀଷା ବିଜେପିର ପ୍ରଶଂସା କରି ପକାଇଛନ୍ତି। ଅମୀଷା ପ୍ରଚାର କରିବାକୁ ଯାଇଥିବା ଆସନରେ ବିଜେପିର ମହିଳା ପ୍ରାର୍ଥୀ ରଞ୍ଜନ ବେନ୍ ରହିଛନ୍ତି ସେଭଳି କଂଗ୍ରେସ ପକ୍ଷରୁ ପ୍ରଶାନ୍ତ ପଟେଲ ରହିଛନ୍ତି। ଏହି ଆସନରେ ୫ମଥର ବିଜେପିର ମହିଳା ଓ କଂଗ୍ରେସର ପୁରୁଷ ପ୍ରାର୍ଥୀଙ୍କ ଭିତରେ ଲଢେଇ ହେବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଏଠାରୁ ୪ଥର ମହିଳା ପ୍ରାର୍ଥୀ ନିର୍ବାଚନ ଜିତିସାରିଛନ୍ତି।