PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସ୍ବଭାବ କିଭଳି ହୋଇଥାଏ ଜାଣନ୍ତୁ

ବର୍ତ୍ତମାନ ଡିସେମ୍ବର ମାସ ଚାଲୁଛି। ଏହି ମାସରେ ଅନେକଙ୍କର ଜନ୍ମ ଦିନ ହୋଇଥାଏ। ଆଜି ଆମେ ଜାଣିବା ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସ୍ବଭାବ କିଭଳି ହୋଇଥାଏ। ସେମାନେ ସମାଜରେ ନିଜେ ନିଜକୁ କିଭଳି ରୂପରେ ସ୍ଥାପିତ କରିଥାନ୍ତି। ଅନ୍ୟ ମାନଙ୍କ ପାଇଁ ସେମାନଙ୍କର ବ୍ୟବହାର କିପରି ରହିଥାଏ। ଏହି ସମ୍ପର୍କରେ କଣ କହିଥାନ୍ତି ଜ୍ୟୋତିଷ ଆସନ୍ତୁ ଜାଣିବା..

ନକରାତ୍ମକ ପକ୍ଷ:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ପିଲାଙ୍କର ଜନ୍ମ ଡିସେମ୍ବର ମାସରେ ହୋଇଥାଏ ସେମାନେ ଅଳସୁଆ ସ୍ବଭାବର ହୋଇଥାନ୍ତି। ନିଜ କାମକୁ ମଧ୍ୟ ବିଳମ୍ବରେ କରିଥାନ୍ତି। ଯେତେବେଳେ ସମୟ ଆସେ ସେତେବେଳେ ଚଳଚଞ୍ଚଳ ହୋଇ ପକାନ୍ତି। ଏମାନଙ୍କର ଏହି ଅଭ୍ୟାସ ଅନେକ ସମୟରେ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଏହି ପିଲାମାନେ ଟିକେ ଅଭିମାନୀ ହୋଇଥାନ୍ତି।

ସକରାତ୍ମକ ପକ୍ଷ:

ଶିକ୍ଷା କ୍ଷେତ୍ରରେ ଏମାନେ ଭଲ ପ୍ରଦର୍ଶନ କରିଥାନ୍ତି। ପରିସ୍ଥିତିକୁ ଏମାନେ ଦାର୍ଶନିକ ରୂପରେ ଦେଖିଥାନ୍ତି। ପ୍ରତ୍ୟେକ ଜିନିଷକୁ ଏମାନେ ଗମ୍ଭୀରତାର ସହିତ ଭାବି ଥାନ୍ତି। ଏମାନଙ୍କ ପାଖରେ ଏକ ଅଜବ ପ୍ରକାରର ଆତ୍ମବିଶ୍ୟାସ ଦେଖିବାକୁ ମିଳେ। ଅବସର ମିଳିଲେ ଏମାନେ ନିଜକୁ ଏକ ଭଲ ସ୍ଥିତିରେ ସ୍ଥାପିତ କରିବାରେ ସଫଳ ହୋଇଥାନ୍ତି।

ଏମାନଙ୍କ ସ୍ବଭାବ କିପରି ହୋଇଥାଏ ?

ଡିସେମ୍ବର ମାସରେ ଜନ୍ମ ହୋଇଥିବା ପିଲାଙ୍କର ସ୍ବଭାବ ବ୍ୟବହାରିକ ହୋଇଥାଏ। ଏମାନେ ସମସ୍ତଙ୍କ ସହିତ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି। ସାଙ୍ଗମାନଙ୍କ ସହ ଏମାନଙ୍କର ସମ୍ପର୍କ ବହୁତ ନିବିଡ଼ ହୋଇଥାଏ। ଏମାନଙ୍କ ବ୍ୟକ୍ତିତ୍ବରେ ଏକ ଅଜବ ଆକର୍ଷଣ ରହିଥାଏ। ଫଳରେ ଅନ୍ୟମାନେ ଏମାନଙ୍କ ପାଖକୁ ଅତି ସମଜରେ ଆକର୍ଷିତ ହୋଇଯାଆନ୍ତି। ପ୍ରେମ ମାମଲାରେ ଅଧିକ ସକ୍ରିୟ ହୋଇଥାନ୍ତି ।