PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୁଣି ଟାର୍ଗେଟରେ ଯବାନ, କାର ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲା ସିଆରପିଏଫର ବସ୍

ଶ୍ରୀନଗର,୩୦।୩: ପୁଲଓ୍ବାମା ଆକ୍ରମଣ ଘଟଣା ଦେଶବାସୀଙ୍କ ମନରୁ ଲିଭି ନଥିବା ବେଳେ ଆଜି ଏଭଳି ଆଉ ଏକ ଘଟଣାର ପୁନରାବୃତ୍ତି ହେବାକୁ ଯାଉଥିଲା। ତେବେ ​‌କୌଣସି କ୍ଷତି ହେବା ପୂର୍ବରୁ ବର୍ତ୍ତି ଯାଇଛନ୍ତି ସିଆରପିଏଫର ଯବାନମାନେ । ଆଜି ଜମ୍ମୁ-କଶ୍ମୀରର ଶ୍ରୀନଗର-ଜମ୍ମୁ ହାଇଓ୍ବେ ନିକଟରେ ଥିବା ବନିହାଲ ପାଖରେ ଏକ କାର  ବିସ୍ଫୋରଣରେ  ହୋଇଛି। କୁହାଯାଉଛି ଯେ ସିଆରପିଏଫର କନଭୟ  ଏହି ସମୟରେ ସେ ବାଟଦେଇ ଯାଉଥିଲା। ଏହି ଘଟଣା ପରେ  ସିଆରପିଏଫର କୌଣସି ଯବାନଙ୍କର କିଛି କ୍ଷତି ହୋଇନାହିଁ।ତେବେ ବସର ପଛ ପଟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ସିଆରପିଏଫର ଏହି କନଭୟରେ ୬-୭ ବସ୍ ରହିଥିଲା।

source: https://aajtak.intoday.in/

ଏହି  ଘଟଣା ପରେ କାର ଡ୍ରାଇଭର ସେଠାରେ ଖସି ଯିବାରେ ସକ୍ଷମ ହୋଇଛି। ବିସ୍ଫୋରଣ ପରେ  ଘଟଣାସ୍ଥଳରେ ତଦନ୍ତ ଆରମ୍ଭ ହୋଇଛି। ସିଆରପିଏଫ୍ ପକ୍ଷରୁ କୁହାଯାଇଛି, ଆଜି ସକାଳ ୧୦ଟା ୩୦ ମିନିଟରେ ବନିହାଲ ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି। ଏହି ସମୟରେ ସେ ବାଟ ଦେଇ ସିଆରପିଏଫର କନଭୟ ଯାଉଥିଲା, ତେବେ ଏଥିରେ କାହାର କିଛି କ୍ଷତି ହୋଇନି।  ଏହି  କାରରେ ୨ଟି ସିଲିଣ୍ଡର ରହିଥିବା ବେଳେ ତା ସହିତ ୟୁରିଆ ଓ ତେଲ ବୋତଲ ରହିଥିଲା।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗାଡିକୁ ହାଇଓ୍ବେ ଉପରକୁ କିଏ ଆଣିଥିଲା? ତାହାର ସୂଚନା ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ। ତେଣୁ ଏହା ଏକ ଆତଙ୍କବାଦୀ ଆକ୍ରମଣ ନା ସଂଯୋଗ ବଶତଃ ଏହା ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ।  

ସମ୍ବନ୍ଧିତ ଖବର