PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

କ’ଣ ଏହି ଜି-୭ ଏବଂ ଏହାର କାମ କ’ଣ ? ଜାଣନ୍ତୁ କାହିଁକି ଚୀନ୍ ଏବଂ ଋଷ୍ ଏହାର ସଦସ୍ଯ ନାହାଁନ୍ତି

ନୁଆଦିଲ୍ଲୀ ୨୬/୮: G7(ଗ୍ରୁପ୍ ଅଫ ସେଭେନ)ର ୪୫ ତମ ଶିଖର ସମ୍ମିଳନୀ ଫ୍ରାନ୍ସର ବିୟାରିତଜ ସହରରେ ଆୟୋଜିତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମିତିରେ ଭାଗ ନେବା ପାଇଁ ବିୟାରିତ୍ଜ୍ ପହଞ୍ଚି ସାରିଛନ୍ତି । ୭ ବିକଶିତ ଦେଶମାନଙ୍କର ଏହି ସମୁହ(G-7)ର ବୈଠକରେ ଭାରତ ବିଶେଷ ନିମନ୍ତ୍ରିତ ସଦସ୍ୟ । ପିଏମ୍ ମୋଦି ଫ୍ରାନ୍ସରେ ୨୫ ଓ ୨୬ ଅଗଷ୍ଟରେ ପରିବେଶ, ଜଳବାୟୁ, ମହାସାଗର ଓ ଡିଜିଟାଲ୍ ପରିବର୍ତ୍ତନର ଅଧିବେଶନରେ ଫ୍ରାନ୍ସିସ୍ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବେ । ଅବଶ୍ଯ ଭାରତ ଏହି ସମୂହର ସଦସ୍ୟ ନୁହେଁ । ଜି-୭ ବିଶ୍ୱର ୭ ଧନୀ ଦେଶଗୁଡିକର ସମୁହ ଯଥା – ଫ୍ରାନ୍ସ, ଜର୍ମାନୀ, ୟୁକେ, ଇଟାଲୀ, ଆମେରିକା, କାନାଡା ଓ ଜାପାନ ।

କଣ କରେ ଏହି ସମୁହ ?
ଜି-୭ ବିଶ୍ୱର ୭ ସବୁଠାରୁ ବୃହତ, ବିକଶିତ ତଥା ଉନ୍ନତ ଅର୍ଥବ୍ଯବସ୍ଥା ଥିବା ଦେଶର ସମୁହ । ଏଥିରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଓ ଆମେରିକା ସାମିଲ । ଏହାକୁ ଗ୍ରୁପ ଅଫ ସେଭେନ୍ ମଧ୍ଯ କୁହାଯାଏ । ସମୁହକୁ ‘କମ୍ଯୁଟିନି ଅଫ ଭାଲ୍ଯୁଜ୍’ ଅର୍ଥାତ୍ ମୂଲ୍ଯକୁ ଆଦର କରୁଥିବା ସମୁଦାୟ ମଧ୍ୟ କୁହାଯାଏ । ସ୍ୱାଧୀନତା ଓ ମାନବାଧିକାରର ସୁରକ୍ଷା, ଗଣତନ୍ତ୍ର ଓ ଆଇନର ଶାସନ ଓ ସମୃଦ୍ଧି ଓ ସତତ୍ ବିକାଶ, ଏହାର ମୁଖ୍ୟ ସିଦ୍ଧାନ୍ତ । ଆରମ୍ଭରେ ଏହା ୬ ଦେଶର ସମୁହ ଥିଲ, ଯାହାର ପ୍ରଥମ ବୈଠକ ୧୯୭୫ରେ ହୋଇଥିଲା । ଏହି ବୈଠକରେ ବୈଶିକ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ସମ୍ଭାବିତ ସମାଧାନ ଉପରେ ବିଚାର କରାଯାଇଥିଲା । ଆଗାମୀ ବର୍ଷ କାନାଡା ଏହି ସମୁହରେ ସାମିଲ ହୋଇଗଲା ଏବଂ ଏହିଭଳି ଏହା ଜି-୭ ପାଲଟିଗଲା ।

କାହିଁକି ଜି୭ର ଆବଶ୍ଯକତା ପଡିଲା ?
୭୦ ଦଶକରେ ଦୁନିଆର ଅନେକ ଦେଶ ଆର୍ଥିକ ସଙ୍କଟରେ ବୁଡିଗଲେ । ୨ଟି ବଡ ସଙ୍କଟ ଯଥା ତେଲ ସଙ୍କଟ ଏବଂ ଫିକ୍ସ୍ଡ କରେନ୍ସି ଏକ୍ସଚେଞ୍ଜ ରେଟ୍ସର ସିଷ୍ଟମର ବ୍ରେକ୍ ଡାଉନ ଥିଲା । ୧୯୭୫ ରେ ଜି୬ର ପ୍ରଥମ ବୈଠକ ଆୟୋଜିତ କରାଯାଇଥିଲା, ଯେଉଁଥିରେ ଏହି ଆର୍ଥିକ ସମସ୍ୟାଗୁଡିକର ସମ୍ଭାବିତ ସମାଧନ ଉପରେ ବିଚାର କରାଗଲା । ସଦସ୍ୟ ଦେଶମାନେ ଅନ୍ତର୍ଜାତୀୟ ଆର୍ଥିକ ନୀତିରେ ଚୁକ୍ତି କଲେ ଏବଂ ବୈଶିକ ଆର୍ଥିକ ମନ୍ଦୀର ସାମ୍ନା କରିବା ପାଇଁ ସମାଧାନ ବାହାର କଲେ ।

ଚୀନ ଓ ଋଷ୍ ଜି୭ରେ କାହିଁକି ନାହାଁନ୍ତି ?
ଚୀନ ଜି୨୦ର ଅଂଶ ଅଛି କିନ୍ତୁ ଜି୭ରେ ସାମିଲ ନାହିଁ । ଚୀନ ଦୁନିଆର ସବୁଠାରୁ ଦ୍ୱିତୀୟ ବଡ ଅର୍ଥବ୍ଯବସ୍ଥା, ତଥାପି ସେ ଜି୭ର ସଦସ୍ୟ ନାହିଁ । ଏହାର କାରଣ  ଚୀନର ଜନସଂଖ୍ୟା ଏବଂ ପ୍ରତି ବ୍ୟକ୍ତିର ଆୟ ଜି୭ର ଦେଶ ତୁଳନାରେ ବହୁତ କମ୍ । ଏଥିପାଇଁ ଚୀନକୁ ଉନ୍ନତ କିମ୍ବା ବିକଶିତ ଅର୍ଥବ୍ୟବସ୍ଥା ବୋଲି ମନେକରାଯାଏ ନାହିଁ ଏବଂ ଜି୭ର ମେମ୍ବର ହେବା ପାଇଁ ସେ ଅଯୋଗ୍ଯ ।

ଅନ୍ଯପଟେ ଋଷ୍ କଥା କହିବା ତ ସେ ୨୦୧୪ରେ ୟୁକ୍ରେନର କଳା ସାଗର ପ୍ରାୟଦ୍ୱୀପ କ୍ରିମିୟାରେ କବଜା କରିଦେଇଥିଲା । ଏହାପରେ ଋଷକୁ ୮ଜିରୁ ବାହାର କରିଦିଆଯାଇଥିଲା । ଋଷର ଏହି କାର୍ଯ୍ୟକୁ ଅନ୍ତର୍ଜାତୀୟ ସମୁଦାୟ ମାନ୍ଯତା ଦେଲାନାହିଁ । ଜି୭ର ଦେଶଗୁଡିକଙ୍କ ଅନୁସାରେ ସେମାନେ କେବେ ବି ଏଭଳି ନିଷ୍ପତ୍ତିକୁ ସମର୍ଥନ ଦେବେ ନାହିଁ ଯାହା ଅନ୍ତର୍ଜାତୀୟ ଆଇନ୍ ଅନୁସାରେ ଉଚିତ୍ ନୁହେଁ ।

ସମ୍ବନ୍ଧିତ ଖବର