କଣ ଏହି ମିଶନ ଶକ୍ତି ? କାହିଁକି ମହାକାଶର ଏଲଇଓରେ ହିଁ ପଠାଯାଏ ଗୁଇନ୍ଦା ମିସାଇଲ୍, ଜାଣନ୍ତୁ…

ନୁଆଦିଲ୍ଲୀ ୨୭/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦି ନିଜ ସମ୍ବୋଧନରେ କହିଲେ ଯେ କିଛି ସମୟ ପୂର୍ବରୁ ଭାରତ ଏକ ବଡ ସଫଳତା ହାସଲ କଲା । ଭାରତ ମହାକାଶରେ ଏହି ଉପଲବ୍ଧି ହାସଲ କରିଛି । ଆମେରିକା, ଋଷ୍ ଓ ଚାଇନା ପରେ ଏବେ ଭାରତ ସ୍ପେଶ୍ ପାୱାର ରୂପେ ଇତିହାସ ରଚିଛି । ବୈଜ୍ଞାନିକମାନେ ଏହି ମିଶନକୁ ଶକ୍ତି ନାଁ ଦେଇଛନ୍ତି । ଆସନ୍ତୁ ଜାଣିବା କଣ ଏହି ମିଶନ ଶକ୍ତି, ଓ ଏଲଇଓ ସମ୍ପର୍କରେ…

ମିଶନ ଶକ୍ତି ସମ୍ପର୍କରେ କିଛି ଖାସ୍…

ଭାରତୀୟ ବୈଜ୍ଞାନିକମାନେ ୩୦୦ କିଲୋମିଟର ଦୂର ଲୋ ଅର୍ଥ ଅର୍ବିଟର ଏକ ସାଟେଲାଇଟକୁ ମାରି ଖସାଇ ଦେଇଛନ୍ତି ।

ଭାରତ ଯେଉଁ ସାଟେଲାଇଟକୁ ମାରି ଖସାଇ ଦେଇଛନ୍ତି, ତାହା ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା ।

ଏହି ଲକ୍ଷ୍ୟକୁ ଏ ସେଟ୍(ଆଣ୍ଟି ସାଟେଲାଇଟ୍) ମିସାଇଲ ଜରିଆରେ ମାରି ଖସାଯାଇଛି । ଖାସ୍ କଥା ହେଉଛି ଯେ ଏହି ମିଶନକୁ ମାତ୍ର ୩ ମିନିଟରେ ପୂରା କରାଯାଇଛି ।

ମହାକାଶରେ ଏହି ଉପଲବ୍ଧିକୁ ହାସଲ କରିବାରେ ଭାରତ ୪ ନମ୍ବର ସ୍ଥାନ ହାସଲ କରିଛି । ଏହା ପୂର୍ବରୁ ଆମେରିକା, ଋଷ୍ ଓ ଚାଇନା ପାଖରେ ଏହି ଶକ୍ତି ଅଛି ।

ମିଶନ ଶକ୍ତିର ବ୍ୟବହାର କେବଳ ଦେଶବାସୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ।

ମିଶନ ଶକ୍ତିର ବ୍ଯବହାର କୌଣସି ଦେଶ ବିରୁଦ୍ଧରେ କରାଯାଏନି ।

ଏହି କକ୍ଷରେ ସମସ୍ତ ପ୍ରକାର ଗୁଇନ୍ଦା ସାଟେଲାଇଟର ବ୍ୟବହାର କରାଯାଇଥାଏ । ଭାରତ ଏହିଭଳି ସାଟେଲାଇଟକୁ ମାରି ଖସାଇବାର କ୍ଷମତା ହାସଲ କରିଛି ।

ଲୋ ଅର୍ଥ ଅର୍ବିଟର ବ୍ଯବହାର ଟେଲିକମ୍ୟୁନିକେଶନ ପାଇଁ କରାଯାଏ । ଏହି ଅର୍ବିଚ୍ ପୃଥିବୀ ପୃଷ୍ଠରୁ ୪୦୦ରୁ ୧୦୦୦ ମାଇଲ୍ ଉଚ୍ଚତାରେ ରହିଥାଏ । ଯେଉଁଥିରେ ଲୋ ଅର୍ଥ ଅର୍ବିଟ୍ ସାଟେଲାଇଟ୍ ରୁହେ । ଏହି ସାଟେଲାଇଟକୁ ମୁଖ୍ଯତଃ ଡାଟା କମ୍ୟୁନିକେଶନ ପାଇଁ କରାଯାଏ । ଅର୍ଥାତ୍ ଇମେଲ, ଭିଡିଓ କନଫରେନ୍ସିଂ ଓ ପୋଜିଂ ସେବାର ବ୍ଯବହାର ପାଇଁ ଏହି ସାଟେଲାଇଟକୁ ବ୍ଯବହାର କରାଯାଇଥାଏ । ଏହି ସାଟେଲାଇଟ୍ ତୀବ୍ର ଗତିରେ ଚାଲିଥାଏ । ଖାସ୍ କଥା ହେଉଛି ଏହି ସାଟେଲାଇଟର ସ୍ଥାନ ମହାକାଶରେ ସ୍ଥିର ରୁହେନି । କହିରଖୁଛୁ କୌଣସି ବି ଗୁଇନ୍ଦା ମିସାଇଲକୁ ଏଲଇଓରେ ଛଡା ଯାଇଥାଏ । LEO Setelites ଅର୍ଥାତ୍ Low Earth Orbit setelite ଏହିଭଳି ଟେଲିକମ୍ୟୁନିକେଶନ ସାଟେଲାଇଟ୍ ସିଷ୍ଟମ ହୋଇଥାଏ ।