‘Lipstick effect’ କ’ଣ… ଯେଉଁ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଆୟ ୨୭ ପ୍ରତିଶତ ବଢ଼ିଛି ?

ମୁମ୍ବାଇ ୨୦।୨ :  ଗୋଟେ ପଟେ ଭାରତୀୟ ଅର୍ଥବ୍ୟବସ୍ଥା ମାନ୍ଦା ଅବସ୍ଥା ଦେଇ ଗତି କରୁଥିବାବେଳେ ଅନ୍ୟ ପଟେ ଫିଲ୍ମର କଲେକ୍ସନ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। କେୟାର ରେଟିଂ ରିପୋର୍ଟ ଅନୁସାରେ, ‘ଲିପଷ୍ଟିକ୍ ଇଫେକ୍ଟ (Lipstick effect)’ କାରଣରୁ ୨୦୧୯ରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆୟ ପାଖାପାଖି ୨୭ ପ୍ରତିଶତ ବଢ଼ିଛି। ଏହା ଆଧାରରେ ଆୟ ବୃଦ୍ଧି ହୋଇ ୫,୬୧୩ କୋଟି ଟଙ୍କା ହୋଇଯାଇଛି।

କ’ଣ ଏହି ଲିପଷ୍ଟିକ୍ ଇଫେକ୍ଟ ?

ଫିଲ୍ମର ଆୟ ବୃଦ୍ଧି ହେବା ପଛରେ ସବୁଠୁ ବଡ଼ କାରଣ ହେଉଛି ଲିପଷ୍ଟିକ୍ ଇଫେକ୍ଟ। ଯେତେବେଳେ ଗ୍ରାହକ ନିଜ ବଡ଼ ଆବଶ୍ୟକତା ଉପରେ ନୁହେଁ, ବରଂ ଛୋଟ ଛୋଟ ଆବଶ୍ୟକତା ଉପରେ ଅଧିକ ଖର୍ଚ୍ଚ କରିବାକୁ ଲାଗନ୍ତି ସେହିଭଳି ସ୍ଥିତିକୁ ‘ଲିପଷ୍ଟିକ୍ ଇଫେକ୍ଟ’ କୁହାଯାଏ। ଅର୍ଥାତ୍ ଏହିଭଳି ସ୍ଥିତିରେ ଗାଡ଼ି ଏବଂ ଘର ଭଳି ବଡ଼ ଖର୍ଚ୍ଚ ନକରି ଗ୍ରାହକ ଛୋଟ ଛୋଟ ବିଳାସପୂର୍ଣ୍ଣ ଜିନିଷ ଉପରେ ଯେମିତି କି, ରେଷ୍ଟୋରାଣ୍ଟରେ ଖାଇବା, ଫିଲ୍ମ ଦେଖିବା ଆଦି ଉପରେ ଖର୍ଚ୍ଚ କରିଥାନ୍ତି।  

ଫିଲ୍ମ ଇଣ୍ଡଷ୍ଟ୍ରିକୁ ମିଳୁଛି ଫାଇଦା

ଭାରତ ଏହି ସମୟରେ ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ଭାରତୀୟ ଅର୍ଥବ୍ୟବସ୍ଥାରେ ମାନ୍ଦା ଅବସ୍ଥା ଘେରି ରହିଛି ଏବଂ ଲିପଷ୍ଟିକ୍ ଇଫେକ୍ଟ ଅଧିକତଃ ମାନ୍ଦା ଅବସ୍ଥା ସମୟରେ ହିଁ ଦେଖିବାକୁ ମିଳୁଛି। କେୟାର ରେଟିଙ୍ଗ୍ ରିପୋର୍ଟ ଅନୁସାରେ, ଏହାର ଫାଇଦା ଫିଲ୍ମ ଇଣ୍ଡଷ୍ଟ୍ରିକୁ ହେଉଛି। ଲିପଷ୍ଟିକ୍ ଇଫେକ୍ଟ ଆଧାରରେ ଫିଲ୍ମର ଆୟ ବହୁତ ବଢ଼ିଯାଉଛି।

ଗୋଟିଏ ବର୍ଷରେ ହାରାହାରି ଆୟ ୧୫ ପ୍ରତିଶତ ବଢ଼ିଛି

ରିପୋର୍ଟ ମୁତାବିକ, ବକ୍ସ ଅଫିସର କପାଉଣ୍ଡ ଆନୁଆଲ ଗ୍ରୋଥ୍ ରେଟ୍ ଗତ ପାଞ୍ଚ ବର୍ଷରେ ୧୩.୪ ପ୍ରତିଶତ ବଢ଼ିଛି। ସେହିଭଳି ଗୋଟିଏ ବର୍ଷରେ ଫିଲ୍ମର ହାରାହାରି ଆୟ ୧୫ ପ୍ରତିଶତ ବଢ଼ିଛି ଏବଂ ଏହା ଏବେ ୨୩ କୋଟି ଟଙ୍କା ହୋଇଗଲାଣି। ଏହା ସହିତ ଟପ୍ ୧୦ ଫିଲ୍ମର ରେଭିନ୍ୟୁ ସେୟାର ଅଧାର ପାଖାପାଖି ଅର୍ଥାତ୍ ୪୨ ପ୍ରତିଶତ ରହିଛି।

ଜିଏସଟି କାରଣରୁ ବି ବଢ଼ିଛି ଆୟ

କେବଳ ଲିପଷ୍ଟିକ୍ ଇଫେକ୍ଟ ନୁହେଁ, ଜିଏସଟି କାରଣରୁ ବି ଭାରତୀୟ ଫିଲ୍ମର ଆୟ ବଢ଼ିଛି। ଟିକଟ ଉପରେ ପ୍ରଥମେ କିଛି ରାଜ୍ୟରେ ଦର୍ଶକଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା। ତାହା ଏବେ ହ୍ରାସ ହୋଇ ୧୨ରୁ ୧୮ ପ୍ରତିଶତ ମଧ୍ୟରେ ରହିଛି। ଏବେ ୧୦୦ ଟଙ୍କାର ଟିକଟ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁଛି। ତାହା ଯଦି ୧୦୦ ଟଙ୍କାରୁ ଅଧିକ ଅଛି, ତାହେଲେ ସେଥିରେ ୧୮ ପ୍ରତିଶତ ଜିଏସଟି ଚାର୍ଜ ଲାଗିଥାଏ।

୧୩ ବଲିଉଡ୍ ଫିଲ୍ମ କମାଇଥିଲେ ୧୦୦ କୋଟି ଟଙ୍କା

କଣ୍ଟେଟରେ ସୁଧାର ମଧ୍ୟ ଫିଲ୍ମକୁ ଅଧିକ ପସନ୍ଦ କରାଯାଉଥିବା ନେଇ ଏକ କାରଣ। ହଲିଉଡ ଫିଲ୍ମ Avengers: Endgame ୨୦୧୯ରେ ୩୭୩ କୋଟି ଟଙ୍କା କମାଇଥିଲା। ଏହା ୨୦୧୯ର ସବୁଠୁ ସଫଳ କମରସିଆଲ ଫିଲ୍ମ ଅଟେ। ୧୩ଟି ବଲିଉଡ ଫିଲ୍ମ ଗତ ବର୍ଷ ୧୦୦ କୋଟି ଟଙ୍କାରୁ ଅଧିକ କମାଇଥିଲେ। ୬ ଫିଲ୍ମର ଆୟ ୨୦୦ କୋଟି ଟଙ୍କାରୁ ଅଧିକ ଆୟ ହୋଇଛି। ତାହା ପୂର୍ବ ବର୍ଷ ୨୦୧୮ରେ କେବଳ ୭ଫିଲ୍ମ ୧୦୦ କୋଟି ଟଙ୍କା କମାଇଛି।

   ସମ୍ବନ୍ଧିତ ଖବର


କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

କୃଷକ ଆନ୍ଦୋଳନ; ଦିଲ୍ଲୀ ପୋଲିସକୁ କେଜ୍ରିଓ୍ବାଲ ସରକାରଙ୍କ ବଡଝଟକା, ଷ୍ଟାଡିୟମରେ ତିଆରି ହେବନି ଅସ୍ଥାୟୀ ଜେଲ୍…

୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…