EMI ଉପରେ ମିଳୁଥିବା ୩ ମାସର ମୋରେଟୋରିୟମ୍ କଣ ? ଜାଣନ୍ତୁ…

ନୁଆଦିଲ୍ଲୀ ୨୮/୩: ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରମୁଖ ରଜନିଶ କୁମାର ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ସମସ୍ତ ପ୍ରକାର ଲୋନ୍ ଉପରେ ୩ ମାସର ମୋରେଟୋରିୟମକୁ ନେଇ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ସହିତ ଆଲୋଚନା କରିଛନ୍ତି । ସେ କହିଛନ୍ତି କି EMIକୁ ନେଇ ଆରବିଆଇ ଦ୍ୱାରା ଜାରି ହୋଇଥିବା ଏହି ଆଶ୍ୱସ୍ତି ପବ୍ଲିକ୍ ସେକ୍ଟର ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଦିଆଯିବ ।

ରଜନୀଶ କୁମାର କହିଛନ୍ତି କି ‘୨ ଇଏମଆଇ ମୋରେଟୋରିୟମ୍ , ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଇଏମଆଇ ସିପ୍ଟ କରାଯିବ । କ୍ରେଡିଟ୍ କାର୍ଡକୁ ନେଇ ଆରବିଆଇ ତରଫରୁ ଆହୁରି ସ୍ପଷ୍ଟୀକରଣ ଆବଶ୍ୟକତା ରହିଛି ।’

ଅଧିକ ପଢନ୍ତୁ ଯେଉଁମାନେ ୩ ମାସ EMI ଦେବେନି ସେମାନେ ପରେ ଦେବେ ଅତିରିକ୍ତ ସୁଧ

EMIର ଅଟୋ ଡେବିଟ୍ (Auto Debit EMI) ଉପରେ ସେ କହିଛନ୍ତି କି  ଏହି ବ୍ୟବସ୍ଥା ପୂର୍ବରୁ ହିଁ ସିଷ୍ଟମରେ ଅଛି । ଆମେ  ଏମିତି ମେକାନିଜମ ଉପରେ କାମ କରିବା ଆବଶ୍ୟକତା ରହିଛି ଯାହା ଫଳରେ ଆରବିଆଇ ଆଦେଶର ଅନୁପାଳନ କରାଯାଇପାରିବ । ସେ ଏହା ମଧ୍ୟ କହିଛନ୍ତି କି ଯଦି ମୋରେଟୋରିୟମ୍ ପିରିୟଡରେ ୩ ଇନଷ୍ଟଲମେଣ୍ଟକୁ ଜମା କରାଯାଉନି ତେବେ ଏଥିରେ ଗ୍ରାହକଙ୍କୁ କ୍ରେଡିଟ୍ ହିଷ୍ଟ୍ରିରେ କୌଣସି ପ୍ରଭାବ ପଡିବନି ।

ସେ ଏହା ମଧ୍ୟ ସୂଚନା ଦେଇଛନ୍ତି କି ବ୍ୟାଙ୍କ ବୋର୍ଡ ଯୋଗ୍ୟତା ଓ ଏପରେସନଲ୍ ଡିଟେଲ୍ସ ଉପରେ ଜରୁରୀ ନୀତିକୁ ମଞ୍ଜୁରି ଦେଇଦେଇଛନ୍ତି । ରଜନୀଶ କୁମାର କହିଛନ୍ତି କି ‘ବହୁତ ଜଲଦି ଆମେ ଅପରେସନ ଡିଟେଲ୍ସକୁ ନୋଟିଫାଏ କରିଦେବୁ । ଆମ ଆଗାମୀ ବୋର୍ଡ ବୈଠକ ୧ ଏପ୍ରିଲରେ ହେବ । ଯେତେବେଳେ ଆମକୁ ବୋର୍ଡରୁ ମଞ୍ଜୁରୀ ମିଳିଯିବ ସେତେବେଳେ ଆମେ ଗାଇଡଲାଇନ ଜାରି କରିଦେବୁ ।’

   ସମ୍ବନ୍ଧିତ ଖବର


ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ଲଞ୍ଚ୍ ହେଲା ସାମସଙ୍ଗ ଗାଲାକ୍ସି A31, ଜାଣନ୍ତୁ ଦାମ୍ ଓ ଫିଚର୍ସ

ଦେଖନ୍ତୁ ଭୟାନକ ଦୃଶ୍ୟ – ପ୍ରକୃତିର ବିଭିଷୀକା , ସମୁଦ୍ରରେ ଭାସିଗଲା ଘର ସହ ବିଶାଳ ଭୂଖଣ୍ଡ

ସାରା ଦେଶରେ ଜୁନରେ ଖୋଲିବ କି ସିନେମା ହଲ୍ ? ପ୍ରକାଶ ଜାଭେଡକର କଲେ ଖୁଲାସା

ତବଲିଗ୍‌ ଜମାତର୍ ସାମିଲ୍‌ ଅଢେଇ ହଜାର ବିଦେଶୀଙ୍କୁ ଭାରତ ମନା- ୧୦ ବର୍ଷ ପାଇଁ ଲାଗିଲା କଟକଣା

ଭାରତୀ ଏୟାରଟେଲରେ ସେୟାର କିଣିବ ଆମାଜନ୍ !