ହ୍ୱାଟସ୍‌ଆପ୍‌ରେ ଫେକ୍‌ ନ୍ୟୁଜ୍‌ ଜାଣିବା ଏବେ ହେଲା ସହଜ

ନୂଆଦିଲ୍ଲୀ- ଏବେ ହ୍ୱାଟସ୍‌ଆପ୍‌ରେ ଫେକ୍‌ ନ୍ୟୁଜ୍‌ ଜାଣିବା ଅଧିକ ସହଜ ହୋଇଛି । ଗତ ମାସରେ ହ୍ୱାଟସ୍‌ଆପ୍‌ ପକ୍ଷରୁ ମେସେଜ୍‌ ଫରଓ୍ୱାର୍ଡ କରିବା ସଂଖ୍ୟାକୁ ହ୍ରାସ କରାଯାଇ ଗୋଟିଏ କରାଯାଇଥିଲା । ଏବେ ହ୍ୱାଟସ୍‌ଆପ୍‌ ପଏଣ୍ଟର ଇନଷ୍ଟିଟ୍ୟୁଟ୍‌ର ଅନ୍ତର୍ଜାତୀୟ ଫ୍ୟାକ୍ଟ ଚେକିଂ ନେଟଓ୍ୱର୍କ ସହ ଫେକ୍‌ ନ୍ୟୁଜ୍‌ ଯାଞ୍ଚ ପାଇଁ ବୁଝାମଣା କରିଛି।
ଏବେ ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀମାନେ ସିଧାସଳଥ ହ୍ୱାଟସ୍‌ଆପ୍‌ରେ ଆସୁଥିବି ବିଭିନ୍ନ ଖବରକୁ ଆଞ୍ଚଳିକ ଫ୍ୟାକ୍ଟ ଚେକରଙ୍କ ସହାୟତାରେ ଏହା ସତ କି ମିଛ ତାହା ଜାଣି ପାରିବେ । ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀମାନେ କେବଳ ସନ୍ଦେଶକୁ ସେମାନଙ୍କ ନିକଟକୁ ପଠାଇ ଏହା ସତ କି ମିଛ ଜାଣିପାରିବେ ।

ହ୍ୱାଟସ୍‌ଆପ୍‌ରେ ପ୍ରଚାର କରାଯାଉଥିବା ବିଭିନ୍ନ ଫେକ୍‌ ନ୍ୟୁଜ୍‌କୁ ଜାଣିବା ପାଇଁ ହ୍ୱାଟସ୍‌ଆପ୍‌ ଚାଟ୍‌ବୋଟ୍‌ର ସହାୟତା ନେଇ ପାରିବେ । IFCN ଏହାକୁ ଲଞ୍ଚ କରିଛି । କରୋନା ସମ୍ବନ୍ଧିତ ସମସ୍ତ ଖବର ସହ ଅନ୍ୟ ଖବର ବିଷୟରେ ଜଣେ ବ୍ୟବହାରକାରୀ ଏହି ମିଛ ଫେକ୍‌ କି ସତ ଖବର ସେ ବିଷୟରେ ଜାଣିପାରିବେ ।

ଏଥିରେ ବିଭିନ୍ନ ଫ୍ୟାକ୍ଟ ଯାଞ୍ଚ କରୁଥିବା ସଂସ୍ଥାନ ବିଷୟରେ ସୂଚନା ଦିଆଯାଇଛି । +1 (727) 2912606 ଏହି ନମ୍ବରକୁ ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀମାନେ ସେଭ୍‌ କରିବା ସହ ଖବରର ସତ୍ୟାସତ ଜାଣି ପାରିବେ ।

ଏହା ହ http://poy.nu/ifcnbot ଲିଙ୍କ୍‌ରେ କ୍ଲିକ୍‌ କରି ଜଣେ ଗୋଟିଏ ଖବରର ସତ୍ୟାସତ ବିଷୟରେ ଜାଣିପାରିବେ ।
ଏହା ପୂର୍ବରୁ ଭାରତ ସରକାର ବିଭିନ୍ନ ରାଜ୍ୟ ସରକାରଙ୍କର COVID-19 ସୂଚନା ପାଇଁ ନମ୍ବର ପ୍ରଦାନ କରିଥିଲେ । ଦିଲ୍ଲୀ (+91 88000 07722), ମହାରାଷ୍ଟ୍ର (+91 20 2612 739), ଗୁଜୁରାଟ (+91 74330 00104), ତେଲେଙ୍ଗାନା(+91 90006 58658) and କେରଳ (+91 90722 20183).

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ନଦୀରେ କୁମ୍ଭୀର ସହ ପହଁରିବାର ମଜା ନେଉଥିଲେ ବ୍ୟକ୍ତି …ଆଉ ତାପରେ ଏମିତି ଘଟଣା ଘଟିଲା

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…