ହାର୍ଦ୍ଦିକଙ୍କୁ ପୁଣି ଝଟକା, ତତ୍କାଳ ଶୁଣାଣି କରିବା କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୪: ମେହସଣା ହିଂସାକାଣ୍ଡ ମାମଲାରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ସୁପ୍ରିମକୋର୍ଟଙ୍କ ନିକଟରୁ ମଧ୍ୟ ଆଜି ମିଳିଛି ଆଉ ଏକ ଝଟକା। ସୁପ୍ରିମକୋର୍ଟ ତତ୍କାଳ ତାଙ୍କ ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଯେ, ହାର୍ଦ୍ଦିକ ଆଗାମୀ ନିର୍ବାଚନରେ ଲଢିପାରିବେ ନାହିଁ। ନିମ୍ନ ଅଦାଲତଙ୍କ  ନିଷ୍ପତ୍ତି ବିରୋଧରେ ହାର୍ଦ୍ଦିକ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ  ହାଇକୋର୍ଟଙ୍କ ନିକଟରୁ ତାଙ୍କୁ ମିଳିନଥିଲା ଆଶ୍ବସ୍ତି। ଏହାର ଅର୍ଥ ରିପ୍ରେଜେଣ୍ଟେସନ୍ ଅଫ୍ ପିପଲ ଆକ୍ଟ ୧୯୫୧ ଅନୁଯାୟୀ ନିର୍ବାଚନ ଲଢିପାରିବେ ନାହିଁ। ନାମାଙ୍କନ ପତ୍ର ଦାଲଖର ଶେଷ ତାରିଖ ୪ ଏପ୍ରିଲ ହୋଇଥିବାରୁ ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ହାର୍ଦ୍ଦିକ ପଟେଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ମଙ୍ଗଳବାର ସୁପ୍ରିମକୋର୍ଟ ତତ୍କାଳ ଶୁଣାଣି ପାଇଁ ମନା କରି ଦେଇଛି।

ଉଲ୍ଲେଖନୀୟ ଯେ,୨୦୧୫ ଜୁଲାଇରେ ପଟିଦାର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ହୋଇଥିବା ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଦଙ୍ଗା ହୋଇଥିଲା । ଏହି ଦଙ୍ଗାରେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା ହୋଇଥିଲା। ଏହାପରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ମାମଲାରେ ନିମ୍ନ ଅଦାଲତ  ହାର୍ଦ୍ଦିକଙ୍କୁ ଦୋଷୀ ସାବସ୍ତ୍ୟ କରି ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ପରେ ୨୦୧୮ ଅଗଷ୍ଟରେ ଗୁଜରାଟ ହାଇକୋର୍ଟ ହାର୍ଦ୍ଦିକଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ ଖାରଜ କରି ଦେଇଥିବା ବେଳେ ତାଙ୍କ ଦୋଷକୁ କାଏମ ରଖିଥିଲେ ।

   ସମ୍ବନ୍ଧିତ ଖବର


ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ବ୍ୟାଙ୍କ ଆକାଉଣ୍ଟ ଓ ପାନ୍‌କୁ ଆଧାର ସହିତ ଲିଙ୍କ କଲେ ୟୁଜର୍ସଙ୍କୁ ସତରେ କ’ଣ ବିପଦ ? ଜାଣନ୍ତୁ…

୬ ଜଣ ଗର୍ଭବତୀ ମହିଳାଙ୍କୁ ନେଇ ବନ୍ଧୁଙ୍କ ବିବାହରେ ପହଞ୍ଚିଲେ ଯୁବକ ! କହିଲେ, ସେ ସବୁ ପିଲାର ବାପା

ଅନ୍ତର୍ଜାତୀୟ ଉଡାଣ ଉପରେ ଲାଗିଥିବା ରୋକ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା