PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ହ୍ବାଟସଆପରେ ଦେଖିବାକୁ ମିଳିବ ଏହି ନୂଆ ଫିଚର୍ସ,ଏବେ ଡାର୍କ ମୋଡ୍ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ,୧୬।୧୨: ହ୍ବାଟସଆପରେ ଡାର୍କମୋଡର ପ୍ରସ୍ତୁତି ନେଇ ଗତ କିଛି ଦିନ ଧରି ଡିମାଣ୍ଡ ବଢିବାରେ ଲାଗିଛି। କମ୍ପାନୀ କିଛି ମାସ ଧରି ଏହାର ଟେଷ୍ଟିଂ କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଏହାର ଷ୍ଟେବଲ ଭର୍ସନ ନାହିଁ। ଏହା ପୂର୍ବରୁ କିଛି ଫିଚର ମଧ୍ୟ ଆସିସାରିଛି, ଯାହା ସମ୍ପର୍କରେ ମଧ୍ୟ ଆପଣଙ୍କୁ ଜାଣିବା ଦରକାର। WABetainfoର ରିପୋର୍ଟ ଅନୁସାରେ ହ୍ବାଟସଆପ୍ ଆଣ୍ଡ୍ରଏଡ୍ ପାଇଁ ଜାରି କରାଯାଇଥିବା ଲାଟେଷ୍ଟ ବିଟା ଭର୍ସନ ୨.୧୨.୩୬ରେ ଡାର୍କ ମୋଡ ଦିଆଯାଇଛି ଓ ଏଥିରେ କିଛି ଇମପ୍ରୁଭମେଣ୍ଟ ଦେଖିବାକୁ ମିଳିବ।

ଚାଟ୍ ସେଟିଂର ଡିସପ୍ଲେ ଅପସନରେ ଡାର୍କମୋଡ ଅପ୍ଟିମାଇଜେସନ୍ ଦେଖିହେବ। ଏହି ସମସ୍ତ ଅପ୍ସନର ଟେଷ୍ଟିଂ କରାଯାଉଛି। ଏବେ ଏହି ଡାର୍କମୋଡ କେବେ ଆସିବ ସେ ସମ୍ପର୍କରେ କମ୍ପାନୀ କିଛି ମଧ୍ୟ ସୂଚନା ଦେଇ ନାହିଁ। ହ୍ବାଟସଆପର ଡାର୍କମୋଡ ୩ଟି ଅପ୍ସନରେ ଦେଖିବାକୁ ମିଳିବ। ପ୍ରଥମ ଅପ୍ସନରେ ଅରିଜନାଲ ଲାଇଟ୍ ଥିମ, ଦ୍ବିତୀୟଟି ଡାର୍କ ଥିମ ଓ ତୃତୀୟଟି ବ୍ୟାଟେରି ସେଭର ଅପ୍ସନ ରହିଛି।

ଏହି ୩ଟି ଭିତରୁ ଗୋଟିଏ ଅପ୍ସନରେ ବ୍ୟାଟେରି ସେଭର ଅନୁଯାୟୀ,ହ୍ବାଟସଆପରେ ଅଟୋ ଡାର୍କ ମୋଡ ଆକ୍ଟିଭ ରହିବ। ଯଦି ଆପଣ ନିଜର ସ୍ମାର୍ଟଫୋନକୁ ଡାର୍କମୋଡରେ ରଖନ୍ତି ଓ ବ୍ୟାଟେରି ସେଟ୍ କରିକି ରଖନ୍ତି ତେବେ ହ୍ବାଟସଆପ ନିଜ ଆଡୁ ଡାର୍କମୋଡରେ ଆସିଯିବ।

ସମ୍ବନ୍ଧିତ ଖବର