ହ୍ୱାଟ୍ସଆପରେ ଏକାଥରେ ୪ ଜଣଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ଉପାୟ

ନୁଆଦିଲ୍ଲୀ ୧/୧୨: ହ୍ୱାଟ୍ସଆପ କିଛି ଦିନ ପୂର୍ବରୁ ଗ୍ରୁପ୍ ଭିଡିଓ ଓ ଅଡିଓ କଲ୍(whatsapp group audio call and group video calling) ଫିଚର୍ସ ଆଣିଥିଲା । ଏହି ଫିଚର୍ ଆଜିର ଯୁଗରେ ଅନେକ କାମକୁ ସହଜ କରିଦେବ । ଏହାର ଏକ ସୁବିଧା ହେଉଛି ଯେ ଆପଣ ଏକାଥରେ ୪ ଜଣଙ୍କ ସହ ଭିଡିଓ କଲ୍ କରିପାରିବେ । ଏହି ଫିଚର୍ସ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସରେ ଉପଲବ୍ଧ । ଯଦିଓ ଏହି ସୁବିଧା ହ୍ୱାଟ୍ସଅପରେ ଅଛି ତେବେ ଅନେକ ୟୁଜର୍ସ ଏହାର ବ୍ୟବହାର ସଠିକ୍ ରୂପେ ଜାଣିନାହାଁନ୍ତି । ତେବେ ଆସନ୍ତୁ ଜାଣିବା…

ଗ୍ରୁପ୍ ଭିଡିଓ କଲ୍ ପାଇଁ ଏମିତି ଲୋକଙ୍କୁ ଆଡ୍ କରନ୍ତୁ
ଏଥିପାଇଁ ପ୍ରଥମେ ହ୍ୱାଟ୍ସଆପ୍ ଓପୋନ୍ କରନ୍ତୁ । ଏବେ କଣ୍ଟାକ୍ଟ ଲିଷ୍ଟରେ ତାକୁ ସିଲେକ୍ଟ କରନ୍ତୁ ଯାହାକୁ ଆପଣ କଲ୍ କରିବାକୁ ଚାହୁଁଛନ୍ତି ।

ସିଲେକ୍ଟ କରି ଭିଡିଓ କଲ୍ ଉପରେ ଟାପ୍ କରନ୍ତୁ । ଏବେ ଉପରେ ‘Add Participant’ ର ଅପ୍ସନ ଦେଖାଯିବ ।

ଏଠାରେ ଆପଣ  ଅନ୍ୟ ଯେ କୌଣସି ୩ ଜଣଙ୍କୁ ଆଡ୍ କରିପାରିବେ, ଯାହା ଫଳରେ ସମୁଦାୟ ୪ ଜଣ ସିଲେକ୍ଟ ହୋଇଯିବେ ଏବଂ ଆପଣ ଗ୍ରୁପ୍ ଭିଡିଓ କଲ୍ କରିପାରିବେ ।

ଗ୍ରୁପ୍ ଅଡିଓ କଲ୍ ପାଇଁ ଉପାୟ
ଏଥିପାଇଁ ସର୍ବପ୍ରଥମେ ସେହି କଣ୍ଟାକ୍ଟର ଚାଟ୍ ଓପୋନ୍ କରନ୍ତୁ ଯାହାକୁ ଆପଣ ଅଡିଓ କଲ୍ କରିବାକୁ ଚାହୁଁଛନ୍ତି ।

ଏଠାରେ ଆପଣଙ୍କୁ ମୋବାଇଲ୍ ସ୍କ୍ରିନ୍ ଉପରେ କଲ୍‌ର ସାଇନ୍ ଦେଖାଯିବ, ଏହା ଉପରେ ଟାପ୍ କରନ୍ତୁ ।

ଏବେ ଆପଣଙ୍କୁ ଏଠାରେ ମଧ୍ୟ ‘Add Participant’ ର ଅପ୍ସନ ଦେଖିବାକୁ ମିଳିବ । ଏହା ଉପରେ ଟାପ୍ କରିବା ପରେ ଆପଣ ୩ ଜଣଙ୍କୁ ଆଡ୍ କରିପାରିବେ । ଏହା ପରେ ଆପଣ ଗ୍ରୁପ୍ ଅଡିଓ କଲ୍ କରିପାରିବେ ।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା