ହ୍ୱାଟ୍ସଆପ୍ର ନିର୍ବାଚନୀ ଗାଇଡ୍ଲାଇନ, ବିନାନୁମତିରେ ଗ୍ରୁପରେ ମିଶାଯାଇ ପାରିବନି

ନୂଆଦିଲ୍ଲୀ,୩ା୪(ଏଜେନ୍ସି):ଲୋକସଭା ନିର୍ବାଚନ ପୂର୍ବରୁ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ହ୍ୱାଟ୍ସଆପ୍ ଉପଭୋକ୍ତାଙ୍କୁ ଏଣିକି କେହି ମନଇଚ୍ଛା ଗ୍ରୁପରେ ସାମିଲ କରିପାରିବେ ନାହିଁ । ଏଥିପାଇଁ ଉପଭୋକ୍ତାଙ୍କ ଅନୁମତି ଆଣିବାକୁ ପଡ଼ିବ । ଉଲ୍ଲେଖଯୋଗ୍ୟ, ନିର୍ବାଚନୀ ପ୍ରଚାର ପାଇଁ ହ୍ୱାଟ୍ସଆପ୍ ଭଲ ମାଧ୍ୟମ ସାଜିଛି । ବିଭିନ୍ନ ଗ୍ରୁପ୍ ସୃଷ୍ଟି କରାଯାଇ ପ୍ରଚାର ଅଭିଯାନ ଆରମ୍ଭ କରାଯାଉଛି । ହ୍ୱାଟ୍ସଆପ୍ର ଏହି ନୂଆ ଗାଇଡ୍ଲାଇନ୍ ଦଳଗୁଡ଼ିକୁ ଅକଳରେ ପକାଇବ । ଏ ବାବଦରେ କମ୍ପାନି କହିଛି ଯେ ହ୍ୱାଟ୍ସଆପ୍ ପରିବାର, ବନ୍ଧୁ, ସହଯୋଗୀ, ସହପାଠୀଙ୍କୁ ପରସ୍ପର ସହ ଯୋଡ଼ିବା ପାଇଁ କାର୍ଯ୍ୟ କରୁଛି । ଫଳରେ ଉପଭୋକ୍ତାମାନେ ଗ୍ରୁପ୍ ସୃଷ୍ଟି କରିପାରୁଛନ୍ତି ।
କିନ୍ତୁ କିଛି ଉପଭୋକ୍ତା ଏହି ବୈଶିଷ୍ଟ୍ୟ ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଅନୁରୋଧ ପଠାଇଥିଲେ । ସେମାନଙ୍କ ଆବଶ୍ୟକତାକୁ ଦେଖି ଆମେ ଏହି ନୂଆ ପ୍ରାଇଭେସି ବା ଗୋପନୀୟତା ନିୟମ ପ୍ରଚଳନ କରିଛୁ । ଆମର ଏହି ନୂଆ ନିୟମ ମୁତାବକ କୌଣସି ହ୍ୱାଟ୍ସଆପ୍ ଗ୍ରୁପ୍ରେ ସାମିଲ ହେବା ବାବଦରେ ଉପଭୋକ୍ତା ହିଁ ନିଷ୍ପତ୍ତି ନେଇପାରିବେ । ତାଙ୍କୁ ମନଇଚ୍ଛା କେହି ସାମିଲ କରିପାରିବେ ନାହିଁ । ଏହି ବୈଶିଷ୍ଟ୍ୟର ଫାଇଦା ନେବା ପାଇଁ ଉପଭୋକ୍ତାମାନେ ଆପ୍ର ‘ସେଟିଂସ୍’କୁ ଯାଇ ୩ଟି ବିକଳ୍ପ ଯଥା ‘ନୋବଡି’, ‘ମାଇଁ କଣ୍ଟାକ୍ଟ୍ସ’ ଏବଂ ‘ଏଭ୍ରିୱାନ୍’ ମଧ୍ୟରୁ ଗୋଟିଏକୁ ବାଛିପାରିବେ । ଯଦି ସେମାନେ ‘ନୋବଡି’କୁ ଚୟନ କରନ୍ତି, ତେବେ ଅନ୍ୟ ଉପଭୋକ୍ତାମାନେ ତାଙ୍କୁ ମନଇଚ୍ଛା ଗ୍ରୁପ୍ରେ ସାମିଲ କରିପାରିବେ ନାହିଁ ।
ଏଥିପାଇଁ ତାଙ୍କୁ କୌଣସି ଗ୍ରୁପ୍କୁ ସ୍ୱୀକୃତି ଦେବାକୁ ପଡ଼ିବ । ଯଦି ଉପଭୋକ୍ତା ‘ମାଇଁ କଣ୍ଟାକ୍ଟ୍ସ’ ବାଛନ୍ତି, ତେବେ ତାଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକମାନେ ହିଁ ତାଙ୍କୁ ଗ୍ରୁପ୍ରେ ସାମିଲ ପାଇଁ ଅନୁମତି ପାଇପାରିବେ । ‘ନୋବଡି’ ଚୟନ କରୁଥିବା ଉପଭୋକ୍ତାମାନଙ୍କୁ ବ୍ୟକ୍ତିଗତ ମେସେଜ୍ ପଠାଯାଇ ଗପ୍ରୁ୍େର ସାମିଲକୁ ଆମନ୍ତ୍ରଣ କରାଯାଇ ପାରିବ । ଏଥିପାଇଁ ୩ ଦିନ ମହଲତ ମିଳିବ । ୩ ଦିନ ମଧ୍ୟରେ ଯଦି ଉପଭୋକ୍ତା ସବୁଜ ସଂକେତ ଦିଅନ୍ତି, ତେବେ ତାଙ୍କୁ ସାମିଲ କରାଯାଇ ପାରିବ । ଅନ୍ୟପକ୍ଷରେ ଉପଭୋକ୍ତାମାନେ ୫ ଜଣରୁ ଅଧିକ ଲୋକଙ୍କୁ ଏକସଙ୍ଗେ ମେସେଜ୍ ପଠାଇ ପାରେିବ ନାହିଁ ବୋଲି ଗାଇଡ୍ଲାଇନ୍ରେ ଦର୍ଶାଯାଇଛି ।