ହ୍ୱାଟସ୍‌ଆପ୍‌ ଆରମ୍ଭ କଲା ସୁରକ୍ଷାର ଏହି ନୂଆ ଫିଚର,ଜାଣନ୍ତୁ କ’ଣ

ହ୍ୱାଟସ୍‌ଆପ୍‌ ସୁରକ୍ଷା ପାଇଁ ଏକ  ନୂଆ ଫିଚର ଆରମ୍ବ କରିଛି। ହ୍ୱାଟସ୍‌ଆପ୍‌ ଏବେ ସ୍କ୍ରିନ ଲକ୍‌ ଫିଚରକୁ ନିଜ ସୁରକ୍ଷା ବ୍ୟବସ୍ଥାରେ ସାମିଲ  କରିଛି ।  ଏଣ୍ଡ୍ରଏଡ୍‌ ବିଟାର ବ୍ୟବହାରକାରୀମାନେ ଏବେ ହ୍ୱାଟସ୍‌ଆପ୍‌ର ଏହି ଫିଚରକୁ ବ୍ୟବହାର କରିପାରିବେ ।  ଏହାକୁ ଫିଙ୍ଗର ପ୍ରିଣ୍ଟ ଲକ୍‌ ନାମ ଦିଆଯାଇଛି। ପୂର୍ବରୁ ଏଥିପାଇଁ ଅନ୍ୟ ଲକ୍‌ ଆପ୍‌କୁ ଡାନଲୋଡ କରି ହ୍ୱାଟସ୍‌ଆପ୍‌ ପାଇଁ ଆକ୍ସେସ ଦେବାରୁ ପଡୁଥିଲା । ମାତ୍ର ଏବେ ଏଥିପାଇଁ ଅନ୍ୟ ଆପ୍‌ର ଆବଶ୍ୟକତା ନାହିଁ ।

ବିଶ୍ୱରେ ବିଭିନ୍ନ ଟେକନୋଲଜି ଓ ହ୍ୱାଟସ୍‌ଆପ୍‌ ବିଷୟରେ ଖବର ରଖୁଥିବା ଡବ୍ଲୁଏବିଟାଇଂଫୋନ୍‌ ଏବିଷୟରେ ସୂଚନା ଦେଇଛି ।

ଏହି ଲକ୍‌ କାମ କରୁଥିବା ବେଳେ ହ୍ୱାଟସ୍‌ଆପ୍‌ରେ ଆସୁଥିବା ଉତ୍ତର ଦେଇ ହେବ । ପ୍ରଥମେ ହ୍ୱାଟସ୍‌ଆପ୍‌ର ଅପଡେଟ୍‌ କରିବା ପରେ ସେଟିଙ୍ଗ୍‌ – ଆକାଉଣ୍ଟ- ପ୍ରାଇଭେସିକୁ ଯାଇ ଫିଙ୍ଗରପ୍ରିଣ୍ଟ ଲକ୍‌କୁ ଆକ୍ଟିଭେଟ୍‌ କରିବାକୁ ପଡିବ ।  ହେଲେ ଏହା ପୂର୍ବରୁ ହ୍ୱାଟଆପ୍‌କୁ ୨.୧୯.୨୨୧ ଭର୍ସନକୁ ଆପଡେଟ୍‌ କରିବାକୁ ପଡିବ ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ କାମ…ଶ୍ରୀକ୍ଷେତ୍ରରେ ଗୋଶାଳା, ଭିକ୍ଷୁକ ଥଇଥାନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌