WhatsApp ୟୁଜର୍ସ ପାଇଁ ଖୁସି ଖବର : ଲଞ୍ଚ ହେଲା Dark Mode, ଜାଣନ୍ତୁ ଖାସ୍ ଫିଚର ସମ୍ପର୍କରେ

ନୂଆଦିଲ୍ଲୀ ୪।୩ : ଲମ୍ବା ସମୟ ପରେ ହ୍ବାଟସଅପ୍ ୟୁଜର୍ସଙ୍କ ପାଇଁ ଆଣିଲା ଖୁସି ଖବର। ଏଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଡାର୍କ ମୋଡ ଜାରି କରିଛି। ଏହି ମୋଡ ଆକ୍ଟିଭ୍ ହେବା ପରେ ୟୁଜର୍ସଙ୍କ ଆଖି ଉପରେ ଆଉ ଅଧିକା ଚାପ ପଡ଼ିବ ନାହିଁ ଏବଂ ଫୋନ ବ୍ୟାଟେରୀର ବ୍ୟବହାର ବି କମ୍ ହୋଇଯିବ। ଏହି ମୋଡ କେବଳ କିଛି ବଛା ବଛା ୟୁଜର୍ସଙ୍କୁ ହିଁ ମିଳିଛି। କମ୍ପାନି ଜଲଦି ଏହି ମୋଡକୁ ଅନ୍ୟ ୟୁଜର୍ସଙ୍କ ପାଇଁ ମଧ୍ୟ ଆଣିବ। ହ୍ବାଟସଅପ ଏହା ପୂର୍ବରୁ ବି ଅନେକ ଫିଚର୍ସ ଲଞ୍ଚ କରିସାରିଛି। ଯାହାକୁ ୟୁଜର୍ସ ବହୁତ ପସନ୍ଦ କରିଛନ୍ତି। ତେବେ ଆସନ୍ତୁ ଜାଣିବା ହ୍ବାଟସଅପର ଲାଟେଷ୍ଟ ଡାର୍କ ମୋଡ ସମ୍ପର୍କରେ…

ହ୍ବାଟସଅପ କହିବନୁସାରେ, ଏହି ଲାଟେଷ୍ଟ ମୋଡରେ ଡାର୍କ ଗ୍ରେ ବ୍ୟାକଗ୍ରାଉଣ୍ଡ ଏବଂ ଅଫ୍ ହ୍ବାଇଟ ରଙ୍ଗର ଟେକ୍ସଟ ଦିଆଯାଇଛି । ଯାହାଦ୍ବାରା ୟୁଜର୍ସଙ୍କ ଆଖି ଜଳଦୀ ଥକି ପଡ଼ିବ। ଅର୍ଥାତ୍ ଆଖି ଉପରେ ଅଧିକା ଚାପ ପଡ଼ିବ ନାହିଁ ଏବଂ ବ୍ୟାଟେରୀର ବ୍ୟବହାର ବି କମ୍ ହୋଇଯିବ। କେବଳ ଏତିକି ଡାର୍କ ମୋଡ ଦ୍ବାରା ୟୁଜର୍ସଙ୍କ ଚାଟିଂ କରିବାର ଅନୁଭବ ପୂର୍ବ ଅପେକ୍ଷା ଭଲ ରହିବ।

ଏଣ୍ଡ୍ରୋଏଡ ୧୦ ଏବଂ ଆଇଓଏସ୍ ୧୩ ୟୁଜର୍ସ ହ୍ବାଟସଅପର ଡାର୍କ ମୋଡକୁ ସିଧା ସିଷ୍ଟମ୍ ସେଟିଂକୁ ଯାଇ ଆକ୍ଟଭ୍ କରିପାରିବେ। ସେହିପରି ଏଣ୍ଡ୍ରୋଏଡ୍ ୯ ଏବଂ ପୁରୁଣା ଆଇଓଏଓ୍ ୟୁଜର୍ସଙ୍କୁ ଆପର ସେଟିଂକୁ ଯାଇ ଥିମର ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ। ତେବେ ଡାର୍କ ମୋଡ ପାଇଁ ଲାଟେଷ୍ଟ ହ୍ବାଟସଅପ ଭର୍ସନ ଡାଉନଲୋଡ୍ କରିବାକୁ ପଡ଼ିବ।

   ସମ୍ବନ୍ଧିତ ଖବର


ବିବାହରେ ଅତିଥି କଟକଣା-କାର୍ଡ ନେବାକୁ ଆସୁନାହାନ୍ତି ଗ୍ରାହକ

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ , ୫ମାସ ଭିତରେ ବ୍ୟାନ୍‌ ହେଲାଣି ୨୬୭ ଆପ୍ସ

ଅବସର ପରେ ଧୋନି ବିକୁଛନ୍ତି ଟମାଟୋ ଓ ଦୁଗ୍ଧ, ଭିତରେ ଦେଖନ୍ତୁ କିଭଳି ରହିଛି ତାଙ୍କ ଅତ୍ୟାଧୁନିକ ଫାର୍ମ…