WhatsApp ର ନୂଆ ଫିଚର, ୟୁଜର୍ସ ପ୍ରସ୍ତୁତ କରିପାରିବେ ନିଜର Memoji Sticker

ନୁଆଦିଲ୍ଲୀ ୨୭/୮: ହ୍ୱାଟ୍ସଅପ ନିଜ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର୍ ପ୍ରସ୍ତୁତରେ ଲାଗିପଡିଛି । ହ୍ୱାଟ୍ସଅପ ଖୁବ ଶୀଘ୍ର ଆପରେ ମେମୋଜୀ (Memoji Sticker) ଫିଚର ଯୋଡିବାକୁ ଯାଉଛି । WABetaInfoର ରିପୋର୍ଟ ଅନୁସାରେ ହ୍ୱାଟ୍ସଅପ ଆଗାମୀ ବିଟା ଅପଡେଟ୍ ୨.୧୯.୯୦ ଭର୍ସନରେ ମେମୋଜୀ ଷ୍ଟିକର ଆଣିବାକୁ ଯାଉଛି ।

ରିପୋର୍ଟ ଅନୁସାରେ ଏହି ଷ୍ଟିକର୍ସ କେବଳ ସେହି ୟୁଜର୍ସଙ୍କୁ ମିଳିବ ଯେଉଁମାନେ ଟେଷ୍ଟଫ୍ଲଇଟ୍ ବିଟା ପ୍ରୋଗ୍ରାମର ଅଂଶ । କହିରଖୁଛୁ ବର୍ତ୍ତମାନ ଏହା କେବଳ iOS ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯିବ । ମେମୋଜୀ ଷ୍ଟିକର କିଭଳି କାମ କରିବ ସେଥିପାଇଁ ସ୍କ୍ରିନସଟ୍ ମଧ୍ଯ ସେୟାର କରାଯାଇଛି ।

Wabetainfoରେ ଦିଆଯାଇଥିବା ସୂଚନା ଅନୁସାରେ ମେମୋଜୀ ଷ୍ଟିକରର ସପୋର୍ଟ iOS ୧୩ରେ କାମ କରୁଥିବା ଆଇଫୋନ୍ ଏକ୍ସ, ଆଇଫୋନ୍ ଏକ୍ସଆର୍ ଓ ଏକ୍ସଏସକୁ ମିଳିବ ।

କଣ ଏହି ମେମୋଜୀ ଷ୍ଟିକର ?
ୟୁଜର୍ସଙ୍କୁ ଚେହେରାକୁ ଷ୍ଟିକର ଆନିମେସନରେ କନଭର୍ଟ କରାଗଲେ ତାହାକୁ ମେମୋଜୀ କୁହାଯାଏ । ମେମୋଜୀରେ ଚେହେରାର ମୁଭମେଣ୍ଟ ମଧ୍ୟ କ୍ୟାପ୍ଚର ହୋଇଥାଏ ।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ