ହ୍ଵାଟ୍ସଆପ ଆଣୁଛି ନୂଆ ଫିଚର : କରୋନା ସଙ୍କଟ ସମୟରେ ବହୁତ କାମରେ ଆସିବ ଏହି ଆପ୍

ନୂଆଦିଲ୍ଲୀ ୧୮/୪ : ମେସେଜିଂ ଆପ୍ ମଧ୍ୟରେ ହ୍ବାଟ୍ସଆପ୍ ଖୁବ ଲୋକପ୍ରିୟ ପାଲଟିଛି । ଏହା ଲୋକଙ୍କ ଦୈନିକ ଜୀବନଶୈଳୀର ଏକ ଅଙ୍ଗ ପାଲଟି ଯାଇଛି ।

ହ୍ଵାଟ୍ସଆପରେ ନିଜର ସଂପର୍କୀୟଙ୍କୁ ମେସେଜ କରିବା , ଫଟୋ ଭିଡିଓ ପଠାଇବା ବା ଦୂରରେ ଥିବା ବନ୍ଧୁଙ୍କୁ ଦେଖିବାକୁ ଭିଡିଓ କଲ୍ କରିବା ଆଦି ପାଇଁ ବ୍ୟବହାର କରାଯାଉଛି। ବର୍ତ୍ତମାନ ସମୟରେ ହ୍ବାଟ୍ସଆପ୍ ଗ୍ରୁପ୍ ଭିଡିଓ କଲ୍ କେବଳ ୪ଜଣଙ୍କ ମଧ୍ୟରେ ସୀମିତ ରହିଛି । କିନ୍ତୁ ଏଥିରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି ।

ବ୍ଲଗ୍ ଟ୍ରାକ୍ WABetaInfo ର ଏକ ରିପୋର୍ଟ ଅନୁଯାୟୀ, ଏହି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଗ୍ରୁପ ଭିଡ଼ିଓ କଲ୍ ପାଇଁ ନୂଆ ପରୀକ୍ଷା ଚଳେଇଛି । ଯାହାକି ୪ରୁ ଅଧିକ ଜଣ ପାଇଁ ଗ୍ରୁପ ଭିଡ଼ିଓ କଲ୍ ସୁବିଧା ରହିବ।

ବର୍ତ୍ତମାନ ସମୟରେ କରୋନା ଭାଇରସ ଲକ୍ ଡାଉନ ଯୋଗୁଁ ଲୋକେ ଘରେ ଆବଦ୍ଧ । ନିଜର ବନ୍ଧୁ ସଂପର୍କୀୟଙ୍କ ସହ ଯୋଗାଯୋଗ ପାଇଁ ବେଶୀ ମାତ୍ରାରେ ଭଏସ୍ ଓ ଭିଡ଼ିଓ କଲିଂ ପ୍ଲାଟଫର୍ମ ଉପରେ ନିର୍ଭର କରୁଛନ୍ତି । ଏଣୁ ଲୋକେ Zoom, Google Hangouts, Skype ଆଦି ଭିଡ଼ିଓ କଲିଂ ପାଇଁ ବ୍ୟବହାର କରୁଛନ୍ତି। ଏବେ ଏହି ସବୁ ଆପ୍ ସହ ହ୍ବାଟ୍ସଆପ୍ ପ୍ରତିଯୋଗିତା କରିବାକୁ ଯାଉଛି।

ଏକ ସମୟରେ ୪ଜଣ ବ୍ୟକ୍ତି ଭିଡ଼ିଓ କଲିଂ କରିବାର ସୁବିଧା ହ୍ବାଟ୍ସଆପ୍ ଦେଇନାହିଁ । ଏଣୁ ଖୁବ ଶୀଘ୍ର ଏଥିରେ ନୂଆ ଫିଚର ଉପଲବ୍ଧ ହେବ । ଆଉ ବହୁ ବ୍ୟକ୍ତି ଏକାବେଳେକେ ଭିଡ଼ିଓ କଲିଂର ମଜା ନେବେ ।

ସୂଚନା ଯେ , ଏହି ମେସେଜିଂ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନୂଆ ଫିଚର ନେଇ କୌଣସି ଘୋଷଣା କରିନାହିଁ। ତଥାପି, WABetaInfo କହିଛି ଯେ କିଛି ସପ୍ତାହ ମଧ୍ୟରେ ଏହି ନୂଆ ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

   ସମ୍ବନ୍ଧିତ ଖବର


ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ଉପାସନା କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟରେ ହୁଏ ବୃଦ୍ଧି

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଦମଦାର୍ ଲୁକ୍ ସହ ଲଞ୍ଚ୍ ହେଲା ନୂଆ ମାରୁତି ସ୍ୱିଫ୍ଟ

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…