ନାମାଙ୍କନ ଦାଖଲ ପାଇଁ ୨୫ ହଜାର ଟଙ୍କାର କଏନ୍ ଧରି ପହଞ୍ଚିଲେ ପ୍ରାର୍ଥୀ, ଆଉ ତା ପରେ…

ଚେନ୍ନାଇ ୨୬/୩: ସୋମବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଥିଲା । ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟର ନାମାଙ୍କନ ଦାଖଲ ଆରମ୍ବ ହୋଇଗଲା । ୨ୟ ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡିଶା, ତାମିଲନାଡୁ, ତ୍ରିପୁରା, ୟୁପି, ପଶ୍ଚିମବଙ୍ଗ ଓ ପୁଡୁଚେରୀ ପାଇଁ ନାମାଙ୍କନ ହେବ ।
Chennai: Kuppalji Devadoss an independent candidate filed his nomination for Chennai South parliamentary constituency by paying his election security deposit in coins. #TamilNadu #LokSabhaElections2019 pic.twitter.com/c5H8wJY8Rf
— ANI (@ANI) March 25, 2019
ପ୍ରଥମ ପର୍ଯ୍ଯାୟର ନାମାଙ୍କନର ଶେଷ ଦିନ ତାମିଲନାଡୁର ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ନିଜ ନାମାଙ୍କନ ଏମିତି ଦାଖଲ କଲେ ଯେ ଏବେ ସେ ଚର୍ଚ୍ଚାରେ । ନାମାଙ୍କନ ଦାଖଲ କରିବାପାଇଁ ଫିସ୍ ରୂପେ ସେ ୨୫ ହଜାର ଟଙ୍କାର ଖୁଚୁରା ଆଣିଥିଲେ ।
I think its a tactic to garner fame but it waste EC officials precious time counting the currency. Yes it is a legal tender, doesn't mean you will ill use the rule.
— Yatin Singh (@Yatins1ngh) March 25, 2019
ଅବଶ୍ଯ ଏହା ପ୍ରଥମ ଥର ପାଇଁ ନୁହେଁ । ପ୍ରାର୍ଥୀମାନେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାପାଇଁ ଏମିତି କାମ କରିଥାନ୍ତି । ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିପଡିଛନ୍ତି । ଏହାକୁ ନେଇ ମିମ୍ସ ଭାଇରାଲେ ହେବାରେ ଲାଗିଛି ।
Election officer reaction pic.twitter.com/KV2od6l0WZ
— Lionel Mausi (@mausi_chigaand) March 25, 2019
Chennai: Kuppalji Devadoss an independent candidate filed his nomination for Chennai South parliamentary constituency by paying his election security deposit in coins. #TamilNadu #LokSabhaElections2019 pic.twitter.com/c5H8wJY8Rf
— ANI (@ANI) March 25, 2019
ଏହି ବ୍ଯକ୍ତି ଜଣକ ହେଉଛନ୍ତି କୁପ୍ପାଲଜି ଦେବଦାସ । ସେ ଚେନ୍ନାଇ ଦକ୍ଷିଣରୁ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଦେବଦାସ ଦକ୍ଷିଣ ଚେନ୍ନାଇର ଜୋନାଲ ଅଫିସରେ ୧୦, ୫, ୨ ଓ ୧ ଟଙ୍କିଆ କଏନରେ ଭର୍ତ୍ତି ଏକ ଡବା ନେଇ ପହଞ୍ଚିଥିଲେ । ଏହି ସିଟରେ ଏବେ ଏଆଇଡିଏମକେର ରାଧାକୃଷ୍ଣ ସାଂସଦ ଅଛନ୍ତି । ତାମିଲନାଡୁର ୩୯ ସିଟ୍ ପାଇଁ ୧୮ ଏପ୍ରିଲକୁ ନିର୍ବାଚନ ହେବ । ମେ ୨୩ରେ ଭୋଟ୍ ଗଣତି ହେବ ।