
ନୂଆଦିଲ୍ଲୀ –ରାମସେତୁ ଯାହାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏଡେମ୍ସ ବ୍ରିଜ୍ ନାମରେ ଜଣାଯାଏ । ଏହା ବିଷୟରେ କିଏ ନଜାଣିଛି । ହିନ୍ଦୁ ଧାର୍ମିକ ଗ୍ରନ୍ଥ ରାମାୟଣ ଅନୁସାରେ ଏହା ଏକ ଏମିତି ସେତୁ , ଯାହାକୁ ଭଗବାନ ରାମଙ୍କର ବାନର ସେନାଙ୍କ ଦ୍ୱାରା ଭାରତର ଦକ୍ଷିଣ ଭାଗ ରାମେଶ୍ୱରମରେ ତିଆରି କରାଯାଇଥିଲା । ଯାହାର ଅନ୍ୟ ଭାଗଟି ବାସ୍ତବରେ ଶ୍ରୀଲଙ୍କାର ମନ୍ନାର ଯାଏ ଯୋଡ଼ି ହୋଇଛି । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯେବେ ଲଙ୍କା ପତି ରାବଣ ମାତା ସୀତାଙ୍କୁ ହରଣ କରି ଲଙ୍କା ନେଇ ଯାଇଥିଲେ, ସେତେବେଳେ ଭଗବାନ ରାମଙ୍କର ବାନର ସେନା ସମୁଦ୍ର ମଧ୍ୟରେ ଏକ ସେତୁ ନିର୍ମାଣ କରିଥିଲେ , ଆଉ ରାମ ଯାଇ ସୀତା ମାତାଙ୍କୁ ଉଦ୍ଧାର କରିଥିଲେ । ସେହି ସେତୁ ନାଁ ରାମ ସେତୁ ରହିଛି ।

ଏହି ସେତୁକୁ ନେଇ ସମୟ ସମୟରେ ଅନେକ ପ୍ରଶ୍ନ ଉଠିଛି । ସମୁଦ୍ର ମଝିରେ ଥିବା ଏହି ସେତୁକୁ କେବେ କେମିତି ତିଆରି କରାଯାଇଥିଲା । ଏହାର ସାଇଣ୍ଟିଫିକ୍ ଉତ୍ତର ଜାଣିବା ପାଇଁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ( ଏଏସ୍ଆଇ) ଏକ ବିଶେଷ ଅନୁସଧ୍ୟାନ ଅର୍ଥାତ୍ ରିସର୍ଚ୍ଚ କରିଛି । ଏହି ଅନୁଯାୟୀ ସମୁଦ୍ର ତଳେ ଏକ ଯୋଜନା ମୁତାବକ କାର୍ଯ୍ୟ କରାଯିବ । ଯେଉଁଥିରେ ବୈଜ୍ଞାନିକମାନେ ମଧ୍ୟ ଅଂଶ ଗ୍ରହଣ କରିବେ । ବୈଜ୍ଞାନିକମାନଙ୍କ ଅନୁସାରେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ରାମାୟଣ ସମୟ ବିଷୟରେ ଆହୁରି ଅଧିକ ସୂଚନା ଜାଣିବାକୁ ମିଳିପାରେ ।

ଟାଇମ୍ସ ଅଫ୍ ଇଣ୍ଡିଆ ମୁତାବିକ୍ , ବାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ( ଏଏସଆଇ) ଏହି ସର୍ଭେର ସବୁଜ ସଙ୍କେତ ଦେଇସାରିଛି । ଏଏସଆଇର ସେଣ୍ଟ୍ରାଲ ଆଡଭାଇଜରୀ ବୋର୍ଡ ସିଏସ୍ଆଇଆର- ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ଓଶୋନୋଗ୍ରାଫି , ଗୋଆ ଦ୍ୱାରା ଏହାକୁ ପୁରା କରାଯିବ । Environmental data ମାଧ୍ୟମରେ ଏହି ସେତୁର ଅଧ୍ୟୟନ କରାଯିବ । ଏହି ରିସର୍ଚ୍ଚ ପାଇଁ ଏନ୍ଆଇଓ ପକ୍ଷରୁ ସିନ୍ଧୁ ସଙ୍କଳ୍ପ ବା ସିନ୍ଧୁ ସାଧନା ନାମକ ଜାହାଜର ବ୍ୟବହାର କରାଯିବାର ପ୍ରସ୍ତାବ ରହିଛି । ଯାହାକି ପାଣି ଭିତରକୁ ଯାଇ ସହଜରେ ନମୂନା ସଂଗ୍ରହ କରିବ ।
ଆଉ ମଧ୍ୟ ପଢ଼ିପାରିବେ – ସାବଧାନ ! ମକର ସଂକ୍ରାନ୍ତି ଦିନ ଏହି ସବୁ କାମ କରିବା ଉଚିତ୍ ନୁହେଁ …