PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ରାହୁଲଙ୍କୁ ଜୀବନରେ ମାରିଦେବାକୁ ବାହାରି ଥିଲେ ଅନିଲ କପୁର… ବେକରେ ପୁରାଇ ଦେଇଥିଲେ ତାର !

www.livehindustan.com

ମୁମ୍ୱାଇ – ଫିଲ୍ମର କାହାଣୀ ଠାରୁ ବେଶୀ ବଲିଉଡ୍‌ ଷ୍ଟାରଙ୍କର ଅଲଗା କିଛି ସୁଟିଂ ବେଳର ଅନେକ ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ । ନିକଟରେ ଏକ ଏମିତି କାହାଣୀ  ଅଭିନେତା  ଅନିଲ୍‌ କପୁର ସେୟାର କରିଛନ୍ତି । ଏହି କାହାଣୀ ତାଙ୍କର ଫିଲ୍ମ  ଦିଲ୍‌ ଧଡକନେ ଦୋ  ର ଏକ ଦୃଶ୍ୟ ସହ ଜଡ଼ିତ । ଅନିଲ୍‌ କପୁର  ଏହି ଦୃଶ୍ୟ ଅଭିନେତା ରାହୁଲ୍‌  ବୋସ୍‌ଙ୍କ ସହ ସୁଟ୍‌ କରିଥିଲେ । ଅନିଲ୍‌ କପୁରଙ୍କ ମୁତାବିକ୍‌ , ସେ ଉକ୍ତ ଦୃଶ୍ୟରେ ଏମିତି ହଜି ଯାଇଥିଲେ ଯେ, ସେ ରାହୁଲ ବୋଷଙ୍କୁ ଜୀବନରେ ମାରିଦେବାକୁ ବାହାରି ଥିଲେ ।


କାଲି ସବ୍ୟସାଚୀଙ୍କ ହାତ ଧରିବେ ଚୁଲବୁଲି ଅର୍ଚ୍ଚିତା

ଅନିଲ୍‌ କପୁର ଯାହା ସେଦିନ କରିଥିଲେ ତାହା ସୁଟିଂର ଅଂଶ ନଥିଲା , ହେଲେ ଯେମିତି ଅନିଲ କପୁର ଏମିତି କରିବାକୁ ଗଲେ , ସେଟ୍‌ରେ ଉପସ୍ଥିତ ଲୋକେ ତାଙ୍କୁ ମନେପକାଇ ଥିଲେ କି ସେ କଣ କରିବାକୁ ଯାଉଛନ୍ତି ?

ବାସ୍ତବରେ ଅନିଲ୍‌ କପୁର ନିଜର ଟ୍ୱିଟର ଆକାଉଣ୍ଟରେ ୨୦୧୫ମସିହାରେ ଆସିଥିବା ଫିଲ୍ମ  ଦିଲ୍‌ ଧଡକନେ ଦୋ  ର ଏକ ସ୍ୱତନ୍ତ୍ର ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ସହ  ଅନିଲ୍‌ କପୁର ଏହି ଘଟଣାର ଖୁଲାସା କରିଛନ୍ତି । ଯେଉଁଥିରେ ତାଙ୍କୁ  ଏମିତି କ୍ରୋଧ ଆସି ଯାଇଥିଲା କି ସୋ ରାହୁଲ ବୋଷଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟତ ହେଉଥିଲେ । ସେ କହିଛନ୍ତି , ଫିଲ୍ମର ଏକ  ଦୃଶ୍ୟରେ ତାଙ୍କ ଚରିତ୍ର କମଳ ମେହରା ଥିଲା , ଯିଏକି ନିଜ ଝିଅ ଆୟଶାର ପକ୍ଷ ନେଉଥିଲେ । ଏହି ସମୟରେ ସେ ନିଜ ଜ୍ୱାଇଁ  ଅର୍ଥାତ୍‌ ରାହୁଲ୍‌ ବୋଷଙ୍କର କାର୍ଯ୍ୟକୁ ନେଇ ବିରକ୍ତି ଭାବେ ପ୍ରକାଶ କରିବାର ଥିଲା ।