ପ୍ରମୁଖ ଖବର
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ସାଉଥ୍‌ ସୁପରଷ୍ଟାରଙ୍କୁ କେବେ ମିଳିବ ବିଶ୍ୱାସୀ ଜୀବନ ସାଥୀ, ୬ ହଜାର ବିବାହ ପ୍ରସ୍ତାବକୁ ନା’ କରିସାରିଲେଣି ପ୍ରଭାସ

ମୁମ୍ବାଇ ୨୩।୧୦ : ବାହୁବଲୀ ପ୍ରଭାସଙ୍କର ଆଜି ଜନ୍ମଦିନ। ୧୯୭୯ରେ ଜନ୍ମ ଗ୍ରହଣ କରିଥିବା ପ୍ରଭାସ ଆଜି ତାଙ୍କର ୪୨ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତାଙ୍କର ପୂରା ନାଁ ହେଉଛି ଭେଙ୍କଟା ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟୀ। ଯେତେବେଳେ ତାଙ୍କର ଚଳଚ୍ଚିତ୍ର 'ବାହୁବଲୀ' ରିଲିଜ ହୋଇଥିଲା ସେତେବେଳେ ପ୍ରଭାସଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା ​​। ଏହି ଚଳଚ୍ଚିତ୍ରଟି ବିଶ୍ୱରେ ପ୍ରାୟ ୧୫୦୦ କୋଟି ରୋଜଗାର କରିଥିଲା ​​। ଏହା ପରେ ଦେଶ ସାରା ବିଶ୍ୱରେ 'ବାହୁବଲୀ'ର କ୍ରେଜ ବଢ଼ିଯାଇଥିଲା।

{"id":328252,"sizeSlug":"large","linkDestination":"none"}

ପ୍ରଭାସଙ୍କର ଓଜନ ବୃଦ୍ଧି ହେତୁ ଅତୀତରେ ପ୍ରଶଂସକମାନେ ବହୁତ ଟ୍ରୋଲ କରିଥିଲେ, ଇଏ ସେହି ପ୍ରଭାସ ଯାହାଙ୍କୁ ବିବାହ ପରିବା ପାଇଁ ୬ ହଜାର ଝିଅ ପ୍ରସ୍ତାବ ପକାଇସାରିଛନ୍ତି।  ହଁ, 'ବାହୁବଲୀ ୨'ର ବିରାଟ ସଫଳତା ପରେ ୬୦୦୦ ଝିଅ ପ୍ରଭାସଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

{"id":328253,"sizeSlug":"large","linkDestination":"none"}

ପ୍ରଭାବ ଥରକରେ ଗୋଟିଏ ଫିଲ୍ମ କରିବାକୁ ପସନ୍ଦ କରନ୍ତି। ସବୁଠୁ ଖାସ୍‌ କଥା ହେଉଛି କି ୧୫୦୦ କୋଟି ରୋଜଗାର କରିଥିବା ଫିଲ୍ମ ବାହୁବଲୀର ସୁଟ୍‌ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏହି ଫିଲ୍ମର ସୁଟିଂ ସମୟରେ ପ୍ରଭାସଙ୍କୁ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିବା ପାଇଁ ଅଫର ମିଳିଥିଲା, ମାତ୍ର ସେ ସବୁ ଫିଲ୍ମକୁ ମନା କରିଦେଇଥିଲେ। ଏହି ଫିଲ୍ମ ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ରାତାରାତି ଇଣ୍ଟରନ୍ୟାସନଲ ଷ୍ଟାର ବନାଇଦେଇଥିଲା।

{"id":328254,"sizeSlug":"large","linkDestination":"none"}

କିଛି ଦିନ ପୂର୍ବରୁ ପ୍ରଭାସଙ୍କ କିଛି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା। ଯାହାପରେ ଲୋକେ ତାଙ୍କର ମଜାକ ଉଡାଇବା ଆରମ୍ଭ କରିଦେଇଥିଲେ। ଓଜନ ବୃଦ୍ଧି ହେତୁ ପ୍ରଭାସଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଥିଲା। ୪୨ ବର୍ଷୀୟ ପ୍ରଭାସଙ୍କୁ ମୋଷ୍ଟ ବ୍ୟାଚଲରରେ ସାମିଲ କରାଯାଉଛି। ଆଜି ପର୍ଯ୍ୟନ୍ତ ପ୍ରଭାସ ବିବାହ କରିନାହାନ୍ତି। ଖବର ଏହା ବି ଆସିଥିଲା କି, ପ୍ରଭାସ ଏବଂ ଦେବସେନା ମାନେ ଅନୁଷ୍କା ଶେଟ୍ଟୀ ଦୁହେଁ ଦୁହିଁଙ୍କ ପ୍ରେମରେ ପାଗଳ ଥିଲେ। କିନ୍ତୁ କୌଣସି କାରଣରୁ ଦୁହିଁଙ୍କର ବ୍ରେକଅପ୍‌ ହୋଇଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.