ଯେବେ ସନ୍ନି ଦେଓଲଙ୍କ ସହ ମୋଦିଙ୍କ ହେଲା ସାକ୍ଷାତ, ଟ୍ବିଟ୍ କଲେ ‘ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ହେ, ଔର ରହେଗା’

ନୂଆଦିଲ୍ଲୀ,୨୮।୪: ନିକଟରେ ବିଜେପିରେ ସାମିଲ ହୋଇଥିବା ବଲିଉଡ ଷ୍ଟାର ସନ୍ନି ଦେଓଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟର ଫଟୋ ମୋଦି ନିଜର ଟ୍ବିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଏହା ସହ ସନ୍ନିଙ୍କର ଯୋରଦାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। କେବଳ ସେତିକି ନୁହେଁ ସନ୍ନିଙ୍କର  ହିଟ୍ ଫିଲ୍ମ ‘ଗଦର: ଏକ ପ୍ରେମକଥା’ ଫିଲ୍ମର ପ୍ରସିଦ୍ଧ ଡାଇଲଗ ମଧ୍ୟ ଲେଖିଛନ୍ତି। ମୋଦି ଟ୍ବିଟ୍ କରି ଲେଖିଛନ୍ତି ‘ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ହେ ଔର ରହେଗା’।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି,ସନ୍ନି ଦେଓଲଙ୍କୁ ସାକ୍ଷାତ କରିବା ବେଳେ ମୋତେ ଗୋଟିଏ କଥା ଅଧିକ ପ୍ରଭାବିତ କରିଛି। ତାହା ହେଲା ତାଙ୍କର ବିନମ୍ରତା ଓ ସୁନ୍ଦର ଭାରତ ତିଆରି କରିବାର ଦୃଢ ଇଛାଶକ୍ତି। ଆଜି ତାଙ୍କୁ ସାକ୍ଷାତ କରି ଖୁବ୍ ଖୁସି ଲାଗିଲା। ଆମେ ସମସ୍ତେ ଗୁରୁଦାସପୁରରୁ ତାଙ୍କର ବିଜୟର ପ୍ରସ୍ତୁତି କରୁଛୁ।  ଆମ ଦୁହେଁ ଗୋଟିଏ କଥାରେ ସହମତ- ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ହୈ ଔର ରହେଗା।’ ଉଲ୍ଳେଖନୀୟ ଯେ ବିଜେପିରେ ସାମିଲ ହେବା ପରେ ସନ୍ନିଙ୍କୁ ତୁରନ୍ତ ପଞ୍ଜାବର ଗୁରୁଦାସପୁରରୁ ଟିକେଟ ଦିଆଯାଇଛି।  ସେଠାରେ ସନ୍ନିଙ୍କର ମୁକାବିଲ କଂଗ୍ରେସ ପ୍ରାର୍ଥୀ ସୁନିଲ ଜାଖଡଙ୍କ ସହ ହେବ।

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର