୪ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ପଡି ରହିଥିଲା ୧୦୦ରୁ ନେଇ ୧୦ ଟଙ୍କିଆ ନୋଟ୍, ଘଟଣା ରହିଥିଲା ଏଭଳି

ଲକ୍ଷ୍ନୌ,୧।୮: ଉତ୍ତର ପ୍ରଦେଶର ଇଟଓ୍ବା ଜିଲ୍ଲାର ବସରେହର ଅଞ୍ଚଳରେ ପ୍ରାୟ ୪  କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ହଜାର ହଜାର ସଂଖ୍ୟାର ନୋଟ୍ ତଳେ ପଡିଥିବାର ଦେଖିବାକୁ ମିଳିଥିଲା। ରୋହିନ୍ ରୋଡରେ ପ୍ରାୟ ୪ କିଲୋମିଟର ପରିସରରେ ୧୦୦,୫୦, ୨୦ ଓ ୧୦ ଟଙ୍କିଆ ହଜାର ଟଙ୍କାର ଚିରାନୋଟ୍ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା। ରାସ୍ତା ଉପରେ ଚିରାନୋଟ୍ ପଡିଥିବାର ଦେଖି ବହୁ ସଂଖ୍ୟାରେ ଲୋକମାନେ ରୁଣ୍ଡ ହୋଇ ନୋଟ୍ ଗୁଡିକୁ ଏକାଠି କରିଥିଲେ।

ଲୋକଙ୍କ କହିବା ଅନୁସାରେ କୌଣସି ଗାଡି ଏହି ନୋଟ୍ ନେଇ ଯାଉଥିଲା ଓ ରାସ୍ତାରେ ପଡିଯାଇଥିଲା। ଏହି ରାସ୍ତା ସୈଫେଇ ବାଟ ଦେଇ ଆଗ୍ରାକୁ ଯାଇଥିବା ବେଳେ ଏଭଳି ଘଟିଛି। ବୋଧହୁଏ ଏହି ଟଙ୍କା କୌଣସି ବେଆଇନ କାମ ପାଇଁ ବ୍ୟବହାର କରିବାକୁ ନିଆଯାଉଥିଲା। ପୋଲିସର ସୂଚନା ଅନୁସାରେ ରବିବାର ସକାଳୁ ଏକ ଗାଡି ନୋଟ୍ ଭର୍ତ୍ତି କରି ରାସ୍ତାରେ ଯିବା ସମୟରେ ତା’ର ଉପରେ ପଡିଥିବା ଜରିର ପାଲ ଗଛରେ ମାଡ ହୋଇ ଫାଟିଯାଇଥିଲା। ତେବେ ପୋଲିସ ଫଟା ନୋଟ୍ ସମ୍ପର୍କରେ କୌଣସି ସଠିକ୍ ସୂଚନା ଏବେ ଦେଇ ନାହିଁ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା