PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

କୋର୍ଟରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’: କହିଲେ, ‘ଦୋଷୀଙ୍କ ଅଧିକାର ରହିଛି ଆଉ ମୋ ଝିଅର ?’

ନୂଆଦିଲ୍ଲୀ, ୧୮|୧୨:   ନିର୍ଭୟା ମାମଲାରେ ଅଦାଲତ ଦ୍ୱାରା ଜାନୁଆରୀ ୭ ତାରିଖ ଯାଏଁ ଯାଚିକା ସମେତ ଅନ୍ୟ ଅଧିକାରକୁ ବ୍ୟବହାର ପାଇଁ ଦୋଷୀଙ୍କୁ ସମୟ ଦେବା ପରେ ନିର୍ଭୟାଙ୍କ ମା’ କୋର୍ଟ ରୁମରେ ହିଁ କାନ୍ଦି ପକାଇଥିଲେ। ଏହାପରେ ସେ ଜଜଙ୍କୁ କାନ୍ଦିକାନ୍ଦି ଝିଅଙ୍କୁ ନ୍ୟାୟ ଦେବାକୁ କହିଥିଲେ।

ସେ କହିଥିଲେ ଯେ, ଏକ ବର୍ଷ ଧରି ସେ ବୁଲୁଛନ୍ତି। କେବେ ନ୍ୟାୟ ପାଇବେ ଅପେକ୍ଷା କରି ରହିଛନ୍ତି। ତେବେ ଏହା ପରେ ଜଜ୍ କହିଥିଲେ ଯେ, ଦୋଷୀଙ୍କୁ ଅଧିକାର ଅନୁଯାୟୀ ସମୟ ଦିଆଯାଇଛି। ନିର୍ଭୟା ପ୍ରତି ତାଙ୍କର ମଧ୍ୟ ସମବେଦନା ଅଛି କିନ୍ତୁ ଆଇନ ସେମାନଙ୍କୁ ବାନ୍ଧି ରଖିଛି। ଏପରିକି ସେଠାରେ ଉପସ୍ଥିତ ଥିବା ନିର୍ଭୟାଙ୍କ ବାପାଙ୍କ ଆଖି ମଧ୍ୟ ଲୁହ ଛଳଛଳ ହୋଇଯାଇଥିଲା। ଏହାପରେ ନିର୍ଭୟାଙ୍କ ମା’ ଅପରାଧୀଙ୍କ ଅଧିକାର ବାବଦରେ କୁହାଯାଉଛି ତାଙ୍କ ଅଧିକାର କୁଆଡେ ଗଲା ବୋଲି ପଚାରିଥିଲେ।

ଆହୁରି ମଧ୍ୟ ସେ କହିଥିଲେ ଯେ, ଯଦି ଅଦାଲତରେ କର୍ଣ୍ଣାଟକ, ୟାକୁବ ମେନନଙ୍କ ଉପରେ ତ୍ୱରିତ ଶୁଣାଣି ହେଉଛି ତେବେ ନିର୍ଭୟାଙ୍କ ଉପରେ ହେଉନାହିଁ।

ସୂଚନାଯୋଗ୍ୟ, ଆଜି ପଟିଆଲା ହାଉସ କୋର୍ଟ ନିର୍ଭୟା ମାମଲାରେ ଦୋଷୀ ଅକ୍ଷୟ ସିଂଙ୍କ ଯାଚିକା ଉପରେ ଶୁଣାଣି କରିଥିଲେ। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାର ଶୁଣାଣି କରି କୋର୍ଟ ଦୋଷୀଙ୍କୁ ୭ଦିନର ସମୟ ଦେଇଥିଲେ।

ସମ୍ବନ୍ଧିତ ଖବର