ହ୍ୱାଟ୍ସଆପ ଯୋଗୁଁ ଫୋନର ଷ୍ଟୋରେଜ୍ ଫୁଲ୍ ହୋଇଯାଉଛି କି ? ଆପଣାନ୍ତୁ ଏହି ଉପାୟ

ହ୍ୱାଟ୍ସଆପ୍ ଏବେ ସାରା ବିଶ୍ୱରେ ନମ୍ବର ୧ ଆପ୍ ପାଲଟିଛି । ଯଦି ଜଣେ ବ୍ଯକ୍ତି କୌଣସି ନୂଆ ସ୍ମାର୍ଟଫୋନ୍ ଆଣେ ତେବେ ସେଥିରେ ସେ ଡାଉନଲୋଡ୍ କରିଥିବା ପ୍ରଥମ ଆପଟି ହେବ ହ୍ୱାଟ୍ସଆପ୍ । ଆମେ ସମସ୍ତେ ଜାଣିଛନ୍ତି ହ୍ୱାଟ୍ସଆପ୍ ଏମିତି ଏକ ଆପ୍ ଯେଉଁଥିରେ ସବୁଠାରୁ ଅଧିକ ମିଡିଆ ଫାଇଲ୍ସ ସେୟାର ହୋଇଥାଏ । ଏହି ମିଡିଆ ଫାଇଲ୍ସ, (ଫଟୋ, ଭିଡିଓ, ଅଡିଓ) ଆଦି ସବୁଠାରୁ ଅଧିକ ଷ୍ଟୋରେଜ୍ କନଜ୍ଯୁମ୍ କରିଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଆପରେ ଅଟୋମେଟିକ୍ ଡାଉନଲୋଡ୍ ଅପ୍ସନ ଅନ୍ ରହିଥାଏ । ଯେଉଁଥିରେ ମେସେଜରେ ଆସୁଥିବା କୌଣସି ବି ଫାଇଲ୍ ଅଟୋମେଟିକ୍ ଡାଉନଲୋଡ୍ ହୋଇଯାଇଥାଏ । ଏହା ଆମ ଡାଟା ଓ ଫୋନ୍ ଷ୍ଟୋରେଜ୍ ଉଭୟକୁ କନଜ୍ଯୁମ୍ କରିଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବାକୁ ଯାଉଛୁ ଯେଉଁଥିରେ ଆପଣ ନିଜ ଫୋନ ଷ୍ଟୋରେଜକୁ ଫୁଲ୍ ହେବାରୁ ରକ୍ଷା କରିପାରିବେ ।

ସେଟିଂରେ କରନ୍ତୁ ଏହି ପରିବର୍ତ୍ତନ
ହ୍ୱାଟ୍ସଆପ ଷ୍ଟୋରେଜର ସବୁଠାରୁ ବଡ ଅସୁବିଧା ହେଲା ଯେ ଆପଟି ସବୁ ଫାଇଲ୍ସକୁ ଅଟୋମେଟିକ୍ ଡାଉନଲୋଡ୍ କରିଥାଏ । ଏହି ସେଟିଂ ପୂର୍ବରୁ ହିଁ ଆପରେ ରହିଥାଏ । ଆପଣ ଏହାକୁ ମାନୁଆଲି ଚେଞ୍ଜ କରିପାରିବେ । ଏବଂ ଏହାକୁ କଣ୍ଟ୍ରୋଲ୍ କରିପାରିବେ ଯେ ଆପଣଙ୍କୁ କେଉଁ ଫାଇଲ୍ସ ଡାଉନଲୋଡ୍ କରିବା ଦରକାର ଏବଂ କେଉଁଟା ଦରକାର ନାହିଁ । ଏଥିରେ ଆପଣଙ୍କ ଡାଟା ବଞ୍ଚିବ ଏବଂ ଆପଣଙ୍କ ଷ୍ଟୋରେଜ ମଧ୍ଯ କମ୍ କନ୍ଜ୍ଯୁମ ହେବ ।

ଅଟୋମେଟିକ୍ ମିଡିଆ ଫାଇଲ୍ସ ଡାଉନଲୋଡକୁ ଆଣ୍ଡ୍ରଏଡରେ କେମିତି କରିବେ ବନ୍ଦ
ଯଦି ଆପଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ହ୍ୱାଟ୍ସଆପ ବ୍ଯବହାର କରୁଛନ୍ତି ତେବେ ଅଟୋମେଟିକ୍ ଡାଉନଲୋଡ୍ ସୁବିଧାକୁ ବନ୍ଦ କରିବା ପାଇଁ  ‘Settings’କୁ ଯାଆନ୍ତୁ । ଏଠାରେ ‘Media auto-download’ ଉପରେ ସ୍କ୍ରଲ୍ କରନ୍ତୁ ଏବଂ ‘When using mobile data ଉପରେ ଟାପ୍ କରନ୍ତୁ । ଏହା ପରେ photos, audio ଓ videos ବକ୍ସେସକୁ ଅନଚେକ୍ କରିଦିଅନ୍ତୁ । ଏହା ଫଳରେ ଅଟୋମେଟିକ୍ ଡାଉନଲୋଡ୍ ବନ୍ଦ ହୋଇଯିବ । ଏହି ଉପାୟ ‘When connected on Wi-Fi’ ଏବଂ ‘When roaming’ ଅପ୍ସନ ଉପରେ ମଧ୍ଯ ଆପଣାଇପାରିବେ ।

iOS ରେ କେମିତି କରିବେ ବନ୍ଦ
ଯଦି ଆପମ iOS ର୍ଥାତ୍ ଆପଲ ୟୁଜର ତେବେ ଆପ ଖୋଲନ୍ତୁ । ସେଟିଙ୍ଗ୍ସରେ ଯାଇ Data and Storage Usage ଉପରେ ଟାପ୍ କରନ୍ତୁ । ଏହା ପରେ ଫଟୋ, ଭିଡିୋ, ଅଡିଓ, ଡକ୍ଯୁମେଣ୍ଟ୍ସ ଓପନ୍ କରି Never’ ଉପରେ କ୍ଲିକ୍ କରନ୍ତୁ । ଏହା କରିବା ପରେ ଆପଣଙ୍କ ଅଟୋମେଟିକ୍ ଡାଉନଲୋଡ୍ ଡିଜେବଲ୍ ହୋଇଯିବ ।

   ସମ୍ବନ୍ଧିତ ଖବର


ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ବଜାର ଠାରୁ ଶସ୍ତା ଦାମ୍‌ରେ ସୁନା କିଣିବାର ସୁଯୋଗ ଆପଣଙ୍କ ପାଖରେ – କେମିତି ଜାଣନ୍ତୁ

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର