ଭାରତରେ କେବେ ଆରମ୍ଭ ହେବ ୫-ଜି ସେବା, ଟେଲିକମ୍ ପ୍ୟାନେଲ ଆଜି ନେବ ନିଷ୍ପତ୍ତି

ଡିଜିଟାଲ କମ୍ୟୁନିକେସନ୍ କମିସନ (ଡିସିସି) ଆଜି ଭାରତରେ ୫-ଜି ସେବାକୁ ପ୍ରଚଳନ କରିବା ପାଇଁ ରୋଡମ୍ୟାପ୍ ଉପରେ ଚର୍ଚ୍ଚା କରିବ। ଏହା ସହିତ ଚଳିତ ବର୍ଷ ଏୟାରଓ୍ବେଭ୍ସର ନିଲାମୀ ଉପରେ ବି ନିଷ୍ପତ୍ତି ନେବେ। ପ୍ୟାନେଲ ସାର୍ବଜନୀନ ଓ୍ବାଇଫାଇ ହଟସ୍ପଟକୁ ଲାଗୁ କରିବା ପାଇଁ ସରକାରଙ୍କ ଯୋଜନାକୁ ସମୀକ୍ଷା କରିବେ। ଏହି ପ୍ୟାନେଲରେ ଦୂରସଂଚାର, ଇଲେକ୍ଟ୍ରୋନିକ୍ସ ଏବଂ ଇନଫରମେସନ୍ ଟେକ୍ନୋଲୋଜି, ରାଜସ୍ବ ଏବଂ ଥିଙ୍କ୍ ଟ୍ୟାଙ୍କ୍ଏନ୍ଆଇଟିଆଇ ଆୟୋଗର ବିଭାଗ ଅଧିକାରୀ ସାମିଲ ଅଛନ୍ତି।

ଆଗାମୀ ନୀଲାମୀ ଆୟୋଜିତ କରିବା ପଇଁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣର ବକେୟା ପ୍ରସ୍ତାବକୁ ସମୀକ୍ଷା କରିବେ। ସରକାର ୨୦୧୭-୨୦୧୮ ଏବଂ ୨୦୧୮-୧୯ରେ କୈାଣସି ପ୍ରକାର ସ୍ପେକ୍ଟ୍ରମର ନୀଳାମୀ କରିନାହାନ୍ତି। ୨୦୧୬-୧୭ରେ ସରକାର ସ୍ପେକ୍ଟ୍ରମ ବିକ୍ରି ମାଧ୍ୟମରେ ୬୫,୭୮୯ କୋଟି ଟଙ୍କା ଜୁଟାଇଥିଲେ। ଯେଉଁ ଅପରେଟରୋକୁ ଟ୍ରାଇ ଦ୍ବାରା ନିର୍ଦ୍ଧାରିତ ଉଚ୍ଚ ଆରକ୍ଷିତ ମୂଲ୍ୟକୁ ଅଭିଯୋଗ କରୁଛନ୍ତି ସେ ବିଶ୍ବାସ କରୁଛନ୍ତି କି ପ୍ୟାନେଲ ୫-ଜି ସ୍ପେକ୍ଟ୍ରମର ମୂଲ୍ୟକୁ କମ କରିବା ପାଇଁ ନିର୍ଣ୍ଣୟ ନେଇପାରନ୍ତି।

ଚଳିତବର୍ଷ ଜୁଲାଇରେ ଦୂରସଂଚାର ନିୟାମକ କହିଛନ୍ତି କି, ସେ ଆଗାମୀ ସ୍ପେକ୍ଟ୍ରମ ନୀଲାମୀ ପାଇଁ ମୂଲ୍ୟ ନିର୍ଦ୍ଧାରଣ ଉପରେ ପ୍ରଥମେ ସ୍ଥିର ରୁହନ୍ତୁ। କାରଣ ନିଲାମୀ ଏକ ଖେଲା ପ୍ରକ୍ରିୟା ଏବଂ ଏଥିରେ ଥିବା ଲାଇସେନ୍ସଧାରକଙ୍କ ବ୍ୟତୀତ ଅନ୍ୟ ଖେଳାଳୀ ବି ଭାଗ ନେଇପାରନ୍ତି।

   ସମ୍ବନ୍ଧିତ ଖବର


ସରକାରୀ କର୍ମଚାରୀଙ୍କ ପାଇଁ ମାରୁତି ସୁଜୁକିର ସ୍ୱତନ୍ତ୍ର ଅଫର: ପାର୍ବଣ ଅଫର ବାଦ୍‌ ମିଳିବ ସ୍ୱତନ୍ତ୍ର ବେନିଫିଟ୍‌

ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କାରେ ମିଳିବ ପିଆଜ!

ପିଆଜ ଦରରେ ଲାଗିବ ରୋକ: ଲାଗୁ ହେଲା ମହଜୁଦ ସୀମା, ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ

କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: କରୋନା ସଙ୍କଟ ସମୟରେ ଭାରତୀୟ ପରିବାରକ ସମ୍ପତ୍ତି ବଢ଼ିଛି

ପାର୍ବଣ ଉପଲକ୍ଷେ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ଆର୍ମ ନେକ୍ସଟଡିଜିଟାଲ ପକ୍ଷରୁ ଦୁର୍ଗୋତ୍ସବ