PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ଓଡ଼ିଶାରୁ ସାପଚାଲାଣ ଗୁମର ଫିଟୁଛି, କୁଆଡ଼େ ଗଲା ମହାରାଷ୍ଟ୍ରରୁ ଜବତ ଅହିରାଜ ?

source:http://www.natgeotv.com

ଭୁବନେଶ୍ୱର,୮ ।୨(ବ୍ୟୁରୋ): ନିକଟରେ ମୁମ୍ବାଇରେ ଓଡ଼ିଶା ଜଙ୍ଗଲର ଅହିରାଜ ସାପ ଚୋରାଚାଲାଣ ବେଳେ ଜବତ ହୋଇଥିଲା । କିନ୍ତୁ ଏବେ ଏହାର ସନ୍ଧାନ ମିଳୁନି । ମହାରାଷ୍ଟ୍ର ଜଙ୍ଗଲ ବିଭାଗ କର୍ମଚାରୀ ସାପକୁ ଜାନୁଆରୀ ୩୧ରେ ବିମାନରେ ଓଡ଼ିଶାକୁ ପଠାଇଥିବା ସୂଚନା ଦେଇଛନ୍ତି । କିନ୍ତୁ ଏଠାରେ ବିଭାଗୀୟ ଅଧିକାରୀ ସେଭଳି କିଛି ସାପ ଓଡ଼ିଶାରେ ପହଞ୍ଚିନାହିଁ । ଆଗକୁ ଆସିପାରେ ବୋଲି କହୁଛନ୍ତି । କେହି ଅଧିକାରୀ ସାପ ଆସିଥିଲା ଏବଂ ତାକୁ ଭିତରକନିକା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି ବୋଲି ସୂଚନା ଦେଉଛନ୍ତି । ଏଭଳି ପରିସ୍ଥିତିରେ ଉକ୍ତ ବିରଳ ସାପ କୁଆଡ଼େ ଗଲା ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିନାହିଁ ।

ଜାନୁଆରୀ ୧୩ରେ ଓଡ଼ିଶା ବରଗଡ଼ର ଚନ୍ଦ୍ରଭାନୁ ନାୟକ ନାମକ ଜଣେ ସାପଧରାଳି ବିଭିନ୍ନ ପ୍ରଜାତିର ବିରଳ ସାପ ଚୋରାଚାଲାଣ କରୁଥିବା ବେଳେ ମହାରାଷ୍ଟ୍ର ଅହମଦନଗର ରେଳଷ୍ଟେସନରୁ ହୋଇଥିଲେ । ଚନ୍ଦ୍ରଭାନୁଙ୍କ ଠାରୁ ଜବତ ଲାପ୍‌ଟପ୍‌ ଓ କ୍ୟାମେରାରୁ ଓଡ଼ିଶାରୁ ବିଭିନ୍ନ ବିରଳ ସାପ ଚୋରାଚାଲାଣ ଉପରେ ଠୋସ୍‌ ପ୍ରମାଣ ମିଳିଥିଲା । ଉକ୍ତ ତଥ୍ୟକୁ ଆଧାର କରି ମହାରାଷ୍ଟ୍ର ବନ ବିଭାଗ ଅଧିକାରୀ ଓ ପୁଲିସ ବିଭିନ୍ନ ଆଡ଼େ ଚଢ଼ଉ କରିଥିଲେ । ଜାନୁଆରୀ ୧୪ରେ ମହାରାଷ୍ଟ୍ରର ସଙ୍ଗମନର ଅଞ୍ଚଳର ସାପଧରାଳି ଅବିନାଶ ସାହ ଓ ସୋପାନ ଥୋରାଟ, ବାର୍ସି ଅଞ୍ଚଳର ଅକ୍ଷୟ ଘୋଡ଼କେ, ଚନ୍ଦ୍ରପୁର ଅଞ୍ଚଳର ଜଗଦୀଶ ରେୱାକରଙ୍କୁ ସାପ ଚୋରାଚାଲାଣ ଅଭିଯୋଗରେ ଗିରଫ କରା ଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ପୁନେ ଅଞ୍ଚଳର ଅମର ଗୋଦାମ୍ବେ ଓ ଅଲତାଫ ସେଖ୍‌ ଫେରାର ହୋଇ ଯାଇଥିଲେ । ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ ସେମାନେ ଚନ୍ଦ୍ରଭାନୁଙ୍କୁ ମହାରାଷ୍ଟ୍ରର ଏକ ମାଲବାର ପିଟ୍‌ ଭାଇପର ସାପ ଦେଇ ଏହାର ବଦଳରେ ତାଙ୍କ ଠାରୁ ୧୦.୬ଫୁଟ ଲମ୍ବର ଏକ ଅହିରାଜ ସାପ ନେଇଥିବା ସୂଚନା ଦେଇଥିଲେ । ଉକ୍ତ ଅହିରାଜ ସାପକୁ ମୁଖ୍ୟ ଅଭିଯୁକ୍ତ ଅମର ମୁମ୍ବାଇରେ ବିକ୍ରି କରିବା ଲାଗି ତନ୍ମୟ କୋଲତେ ନାମକ ଜଣେ ସାପ ଧରାଳିଙ୍କୁ ଦାୟିତ୍ୱ ଦେଇଥିଲେ । ତେବେ ତନ୍ମୟ ଉକ୍ତ ସାପଟି ଦେଶୀୟ ହୋଇଥିବାରୁ ଅଡ଼ୁଆରୁ ବର୍ତ୍ତିବା ଲାଗି ମୁମ୍ବାଇର ୱାଇଲ୍ଡ ଲାଇଫ୍‌ ସୋସାଇଟିକୁ ଜଣାଇଥିଲେ । ମହାରାଷ୍ଟ୍ର ବନବିଭାଗ ଅଧିକାରୀ ସାପଟିକୁ ଜବତ କରିଥିଲେ ।

ତେବେ ବହୁ ଦିନ ଧରି ଅଖିଆ ଅପିଆ ରହି ଅହିରାଜଟି ମୃତପ୍ରାୟ ହୋଇଯାଇଥିଲା । ସାଢ଼େ ୧୦ ଫୁଟ ସାପର ଓଜନ ମାତ୍ର ୬ କେଜି ହୋଇ ଯାଇଥିଲା । ତେଣୁ ସର୍ପ ବିଶେଷଜ୍ଞ ଓ ବାୟୋଲୋଜିଷ୍ଟ ଥାନେ ପ୍ରାଣୀ ଚିକିତ୍ସାଳୟରେ ସାପକୁ ବଞ୍ଚାଇବା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ୧୦ ଦିନ ପରେ ସାପଟି ନୂଆ ଜୀବନ ପାଇଥିଲା । ମହାରାଷ୍ଟ୍ର ପ୍ରାକୃତିକ ପରିବେଶ ସହିତ ଓଡ଼ିଶାର ଉକ୍ତ ଅହିରାଜଟି ଖାପ ଖୁଆଇ ଚଳି ପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ତେଣୁ ତାକୁ ଓଡ଼ିଶାକୁ ପଠାଇବା ଲାଗି ନିଷ୍ପତ୍ତି ହୋଇଥିଲା । ଓଡ଼ିଶା ଜଙ୍ଗଲ ବିଭାଗ ସହିତ ମତ ବିନିମୟ ପରେ ଜାନୁଆରୀ ୩୧ ତାରିଖରେ ଉକ୍ତ ସାପକୁ ବିମାନରେ ଭୁବନେଶ୍ୱର ପଠା ଯାଇଥିଲା । ବିମାନରେ ମହାରାଷ୍ଟ୍ର ଏସିଏଫ୍‌ ରମେଶ ଦେବଖିଲେ ମଧ୍ୟ ଭୁବନେଶ୍ୱର ଆସିଥିଲେ । ଏଠାରେ ବନ୍ୟଜନ୍ତୁ ଅଧିକାରୀଙ୍କୁ ଅହିରାଜ ସାପଟିକୁ ହସ୍ତାନ୍ତର କରି ଫେରି ଯାଇଥିବା ସୂଚନା ମିଳିଛି । ତେବେ ଅହିରାଜ ସାପଟି ଏବେ କେଉଁଠି ବୋଲି ପିସିସିଏଫ୍‌ଙ୍କୁ ପଚରାଯିବାରେ ସେ ଏହି ଘଟଣାରେ ଅଜ୍ଞତା ପ୍ରକାଶ କରିଥିଲେ । କିନ୍ତୁ ଜଣେ ବରିଷ୍ଠ ବନବିଭାଗ ଅଧିକାରୀ ନିଜ ନାମ ଗୋପନ ରଖି ସାପ ଏଠାରେ ପହଞ୍ଚିଥିବା ସ୍ୱୀକାର କରିଛନ୍ତି । ଉକ୍ତ ସାପକୁ ଭିତରକନିକା ହେନ୍ତାଳବନ ଛଡ଼ା ଯାଇଥିବା ସୂଚନା ଦେଇଛନ୍ତି । ତେବେ ଓଡ଼ିଶାରୁ ବିରଳ ପ୍ରଜାତି ସାପ ଚୋରାଚାଲାଣ ଓ ଜବତ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀଙ୍କ ହାଲକା ମନୋଭାବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।