ଛାତ୍ରନେତା ମନୋନୟନ ପାଇଁ କେବେ ବାହାରିବ ବିକଳ୍ପ ପ୍ରକ୍ରିୟା

ଭୁବନେଶ୍ୱର ୩୧/୮ : ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ବାତିଲ ବାବଦରେ ଗତ ୨୨ ତାରିଖରେ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ବିଜ୍ଞପ୍ତି ବାହାର କରିବା ବେଳେ ଛାତ୍ରନେତା ମନୋନୟନ ପାଇଁ ବିକଳ୍ପ ପ୍ରକ୍ରିୟା ବାବଦରେ ଶୀଘ୍ର ସୂଚିତ କରାଯିବ ବୋଲି କହିଥିଲେ । ଯେଉଁ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଛାତ୍ରନେତା ମନୋନୀତ କରିବାକୁ ଚାହିଁବେ, ସେମାନେ ସେହି ବିକଳ୍ପ ପ୍ରକ୍ରିୟା ଅନୁସାରେ କରିପାରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା ।

ହେଲେ ଏ ବାବଦରେ ସମ୍ପୂର୍ଣ୍ଣ ପାଶୋରି ଦେଇଛନ୍ତି ସରକାର । ଏପରିକି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଦୌ ତତ୍ପରତା ପ୍ରକାଶ ପାଉନଥିବା ଛାତ୍ରନେତାମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ବିକଳ୍ପ ପ୍ରକ୍ରିୟା ବାବଦରେ ବିଜ୍ଞପ୍ତି ପ୍ରକାଶ କରିବାକୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ତୃତୀୟ ବର୍ଷ ଛାତ୍ର ସାଇ ରଞ୍ଜନ ବେହେରା ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଫିସ୍‌ ସମେତ ୬ଟି ସ୍ଥାନରେ ଛାପା‌

ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ଟ୍ରେଲର୍‌କୁ ପିଟିଲା ଟ୍ରକ୍‌,ଅଳ୍ପକେ ବର୍ତ୍ତିଲେ ଗଲେ ଡ୍ରାଇଭର୍‌ ଓ ହେଲପର୍‌